Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବସିବା ଭଙ୍ଗିକୁ ନେଇ ସମାଲୋଚନା

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରାମଣ ଉପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେସିଂ ସମୀକ୍ଷା କରିଥିଲେ। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବସିବା ଭଙ୍ଗିକୁ ନେଇ ସମାଲୋଚନା ଚାଲିଛି। ଏ ନେଇ ସାମାଜିକ ଗଣମାଧ୍ୟମରେ ଏକ ହ୍ୟାସ ଟ୍ୟାଗ ମ୍ୟାନରଲେସ ସିଏମ ଚାଲିଛି।

ଏହି ବୈଠକରେ କେଜ୍ରିୱାଲା ତାଙ୍କ ଅଫିସରୁ ଭିଡିଓ କଂନଫ୍ରେସିଂରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ କେଜ୍ରିୱାଲା ମୁହଁରେ ହାତ ଦେଇ ବସିଥିଲେ। ପୁଣି କେତେବେଳେ ମୁହଁରେ ଦୁଇ ହାତ ଦେଇ ବସିଲେ। ଶେଷରେ ସେ ପୁରା ଦୁଇ ହାତ ଉପରକୁ ଟେକି ଚ୍ୟାରର ପଛକୁ ଝୁଲାଇ ରଖିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମ ସହିତ ବିଜେପି ତରଫରୁ ତୀବ୍ର ସମାଲୋଚନା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

6 ଦିନିଆ ଲକଡାଉନ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲା ଯାହା କହିଲେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ଦେଶର ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏପରି ହୋଇଛି ଯେ, ସରକାର ବର୍ତ୍ତମାନ ସମ୍ଭାଳିବା ସ୍ଥିତିରେ ନାହାଁନ୍ତି। ସେଥିପାଇଁ ଆଜି ରାତି 10ଟାରୁ 6 ଦିନ ପାଇଁ ଦିଲ୍ଲୀରେ ଲକଡାଉନ ଘୋଷଣା କରାଯାଇଛି। କେବଳ ଜରୁରୀ ସେବା ଛାଡି ଦେଲେ ଆଉ ସବୁ ବନ୍ଦ। ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା।

ସେ କହିଛନ୍ତି ଯେ, ଏହା ହେଉଛି ଏକ ଛୋଟିଆ ଲକଡାଉନ, ମୁଁ ଜାଣେ ଲକଡାଉନ ହେଲେ ଗରିବ ଲୋକଙ୍କର କଣ ଅସୁବିଧା ହେବ। ମୁଁ ନିଜେ ଲକଡାଉନକୁ ବିରୋଧ କରେ। ହେଲେ ବର୍ତ୍ତମାନ ପରିସ୍ଥିତି ଯାହା, ଜୀବନ ରକ୍ଷା ପାଇଁ ଏହା ନିହାତି ଜରୁରୀ ବୋଲି କହିଛନ୍ତି କେଜ୍ରିୱାଲା। ଏପରି ନିଷ୍ପତି ଉପରାଜ୍ୟପାଳଙ୍କ ସହିତ ଆଲୋଚନା କରି ବହୁ କଷ୍ଟରେ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ମୁଖ୍ୟମନ୍ତ୍ରୀ ହାତଯୋଡି ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ, ଆପଣମାନେ ଦିଲ୍ଲୀ ଛାଡି କେଉଁଆଡେ ଯାଆନ୍ତୁ ନାହିଁ। ଗତଥର ଯେପରି ଶ୍ରମିକମାନେ ଚାଲିଚାଲି ଗଲେ ତାହା ବଡ ହୃଦୟ ବିଦାରକ ଥିଲା। ଦିଲ୍ଲୀ ଆପଣଙ୍କର, ମୁଁ ଅଛି, ଆପଣମାନେ ଦିଲ୍ଲୀ ଛାଡି ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କେଜ୍ରିୱାଲା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଯେପରି ସ୍ବାସ୍ଥ୍ୟ ପରିସ୍ଥିତି ହୋଇଛି ତାହା ଦିଲ୍ଲୀରେ ହୋଇ ନାହିଁ। ଆକ୍ରାନ୍ତମାନଙ୍କୁ ବେଡ ନ ମିଳିବାରୁ ବାରଣ୍ଡାରେ ଏପରିକି ରାସ୍ତାରେ ମଧ୍ୟ ରହି ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କୁ ଅମ୍ଳଜାନ ମିଳୁ ନାହିଁ, ଆଇସିୟୁ ମିଳୁ ନାହିଁ। ହେଲେ ଦିଲ୍ଲୀର ସେପରି ପରିସ୍ଥିତି ସୃଷ୍ଟି ହୋଇ ନାହିଁ। କିନ୍ତୁ ଏହା ସତ ଯେ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ପାଇଁ ଯେତିକି ସମ୍ବଳ ଅଛି ତାହା ଶେଷ ହୋଇଗଲାଣି।

ଦିଲ୍ଲୀର ପରିସ୍ଥିତିକୁ ନେଇ କେଜ୍ରିୱାଲା କହିଛନ୍ତି ଯେ, ବର୍ତ୍ତମାନ ଦୈନିକ 25 ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୁଁ ନିର୍ଦ୍ଦେଶ ଦେଇଛି ଯେ, ଯେତେ ସମ୍ଭବ କୋଭିଡ ପରୀକ୍ଷା କରାଯାଉ। ମୁଁ କୈଣସି କଥା କେବେ ଲୁଚାଇବାକୁ ଚାହୁଁ ନାହିଁ। ଦୈନିକ କୋଭିଡ ପରୀକ୍ଷା ହେବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ବଢୁ ପଛେ କୋଭିଡ ପରୀକ୍ଷା ଦ୍ରୁତ ଗତିରେ କରିବା ପାଇଁ କୁହାଯାଇଛି ବୋଲି କେଜ୍ରିୱାଲା କହିଛନ୍ତି।

ଦିଲ୍ଲୀରେ ବର୍ତ୍ତମାନ ଯେତେ ହସପିଟାଲ ରହିଛି ଏବଂ ଯେତେ ସଂଖ୍ୟକ ବେଡ ରହିଛି ତାହା ବର୍ତ୍ତମାନ ନିଅଣ୍ଟିଆ ଅବସ୍ଥାକୁ ଆସିଗଲାଣି। ହେଲେ ସ୍ବାସ୍ଥ୍ୟ ସେବା ଭୁଷିଡି ପଡି ନାହିଁ। ବର୍ତ୍ତମାନ ଦୈନିକ 25 ହଜାର ଆକ୍ରାନ୍ତ ଆସୁଥିବାରୁ କଷ୍ଟେମଷ୍ଟେ ସମ୍ଭାଳି ହେଉଛି। ହେଲେ ଯଦି ଏହାଠାରୁ ଅଧିକ ଆକ୍ରାନ୍ତ ବାହାରିବେ ତେବେ ଦିଲ୍ଲୀର ସ୍ବାସ୍ଥ୍ୟ ସେବା ଭୂଷୁଡି ପଡିବ। ଏହା ଖୋଦ ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା। ସେଥିପାଇଁ 6 ଦିନିଆ ଲକଡାଉନ ଘୋଷଣା କରାଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲା।