Categories
ଆଞ୍ଚଳିକ

ଚିଲିକା: ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଲାଗି ସମୂହ ଦୀପଦାନ ଓ ପୂଜାର୍ଚ୍ଚନା

ସୀତାରାମ ଅଗ୍ରୱାଲ

ଚିଲିକା: ଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଜାରି ରହିଥିବାବେଳେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଜଣାପଡୁଛି। ତେବେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସାରା ଓଡ଼ିଶାରେ ଭାଜପା ପକ୍ଷରୁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସମେତ ଦୀପଦାନ କରାଯାଇ ପ୍ରାର୍ଥନା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ବାଲୁଗାଁ ନଗର ମଣ୍ଡଳ ପକ୍ଷରୁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସମାନ କାର୍ଯ୍ୟକ୍ରମ କରାଯାଇଛି।

ଆଜି ସକାଳୁ ସ୍ଥାନୀୟ ଶ୍ରୀ ଶ୍ରୀ ଊମାମହେଶ୍ୱର ମନ୍ଦିର ପରିସରରେ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ନେତୃତ୍ୱରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମତୀ ମୁର୍ମୁଙ୍କ ବିଜୟ ସମେତ ଦେଶରେ ଉନ୍ନତି ପାଇଁ ପ୍ରାର୍ଥନା କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ସ୍ୱପ୍ନା ବଡ଼ଜେନାଙ୍କ ସମେତ ବାଲୁଗାଁ ଏନଏସିର ସମସ୍ତ ବିଜେପି କାଉନସିଲର ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।