Categories
ଆଜିର ଖବର ଧର୍ମ

ଦୀପାବଳିରେ ମା ଲକ୍ଷ୍ମୀଙ୍କୁ ଠିକ ଭାବେ ପୂଜା ନ କଲେ ହେବ ସର୍ବନାସ

ଭୁବନେଶ୍ବର: ପାଖେଇଲାଣି ଦୀପାବଳି। ଏହିଦିନ ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ସାଧାରଣତଃ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି।

ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ

୧- ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ ଲାଗି କରନ୍ତୁ ନାହିଁ।

୨- ଲକ୍ଷ୍ମୀ ପୂଜାର ଭୋଗ ଅପେକ୍ଷା ଦୀପ ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଦୀପ ହେଉଛି ମାଙ୍କର ପସନ୍ଦ। ହେଲେ ଏହି ଦୀପକୁ ଠିକ ଦିଗରେ ନ ରଖିଲେ ତାହା ମଧ୍ୟ ପୂଜା ନିତିରେ ଭୁଲ ହୋଇଯିବ। ମା ଲକ୍ଷ୍ମୀଙ୍କ ପୂଜା ବେଳେ ଦୀପକୁ ଡାହାଣ ପାର୍ଶରେ ରଖନ୍ତୁ। କୌଣସି ପରିସ୍ଥିତିରେ ବାମ ପଟେ ଦୀପ ରଖନ୍ତୁ ନାହିଁ।

୩- ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ଭଗବାନ ବିଷ୍ଣୁଙ୍କୁ ପୂଜା କରିବାରେ ଭୁଲନ୍ତୁ ନାହିଁ। ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ପୂଜା ନ କରନ୍ତି ତେବେ ଲକ୍ଷ୍ମୀ ପୂଜା ଅଧା ରହିଲା ବୋଲି ଧରିବାକୁ ହେବ। ଆପଣ ପ୍ରଥମେ ଶ୍ରୀ ଗଣେଷଙ୍କୁ ପୂଜା କରନ୍ତୁ, ଏହାପରେ ଲକ୍ଷ୍ମୀ ଏବଂ ଶେଷରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

୪- ମା ଲକ୍ଷ୍ମୀଙ୍କୁ କେବେ ବି ଧଳା ଫୁଲରେ ପୂଜା କରନ୍ତୁ ନାହିଁ। କାରଣ ମା ଲକ୍ଷ୍ମୀ ସଦା ସୁହାଗିନୀ। ସେଥିପାଇଁ ଧଳା ଫୁଲ ଲାଗି କରିବା ଅନୁଚିତ। ମା ଲକ୍ଷ୍ମୀ ଲାଲ ଫୁଲକୁ ବେଶୀ ପସନ୍ଦ କରନ୍ତି। ଧଳା ରଂଗର ଫୁଲ ବ୍ୟତିତ ଅନ୍ୟ ରଂଗର ଫୁଲ ଚଢା ଯାଇପାରିବ।

୫- ମା ଲକ୍ଷ୍ନୀକୁ ପୂଜା କରିବା ବେଳେ ଭୋଗ ବା ପ୍ରସାଦକୁ ଦକ୍ଷିଣ ଦିଗରେ ରଖନ୍ତୁ। ପୂଜା ସାମଗ୍ରୀ ଯେପରି ଫୁଲ ପ୍ରଭୃତି ମାଙ୍କ ଆଗରେ ରଖନ୍ତୁ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ପାଖେଇଲା ଦୀପାବଳି, ଦୟାକରି ଏହି ସାତୋଟି କଥା ଉପରେ ଧ୍ୟାନ ରଖନ୍ତୁ

ଭୁବନେଶ୍ବର: ଦୀପାବଳି ଦିନ ମୁଖ୍ୟତଃ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କୁ ପୂଜା କରାଯାଏ। ହେଲେ ଧ୍ୟାନ ରଖିବା ଉଚିତ ଯେ, ପୂଜା ଯେପରି ବିଧି ମୁତାବିକ ହେବା ଦରକାର। ଫଳରେ ଧନ ଏବଂ ସମୃଦ୍ଧତା ସହିତ ସୁଖ ଏବଂ ଶାନ୍ତି ବର୍ଷସାରା ରହିଥାଏ। ପୂଜା ସମୟରେ ଏହି କେତୋଟି କଥା ଭୁଲରେ କରିବା ଉଚିତ ନୁହେଁ।

ମଇଳା: ଦୀପାବଳି ଦିନ ଘରଟି ସଂପୂର୍ଣ୍ଣ ପରିସ୍କାର କରିବା ଉଚିତ। ଏହି ଦିନ ଘରେ ମଇଳା ରହିଲେ ଦେବୀ ଲକ୍ଷ୍ମୀ ରାଗିଯାଆନ୍ତି ବୋଲି ବିଶ୍ବାସ ରହିଛି। ଦୀପାବଳି ଦିନ, ମା ଲକ୍ଷ୍ମୀ ଘରେ ମଇଳା, ଅଳିଆ ଆବର୍ଜନା ଥିଲେ ସେ ଗୃହରେ ପ୍ରବେଶ କରନ୍ତି ନାହିଁ। ତେଣୁ ଏହି ଦିନ ଘରକୁ ସଫା ଏବଂ ପରିଷ୍କାର ରଖନ୍ତୁ।

ଉପହାର: ଦିୱାଲିରେ, ଛୁରୀ, କଞ୍ଚା, ବ୍ଲେଡ୍, ପେନ୍ ଇତ୍ୟାଦି କୈଣସି ତୀକ୍ଷ୍ଣ ଜିନିଷ କେବେବି ଉପହାର ଦେବା ଉଚିତ୍ ନୁହେଁ। ଏହା ଦୁର୍ଭାଗ୍ୟ ସୃଷ୍ଟି କରେ। ଏହି ଦିନ ରୁମାଲ ମଧ୍ୟ ଉପହାର ଦେବା ଉଚିତ୍ ନୁହେଁ।

ମୂର୍ତ୍ତିମାନଙ୍କର କ୍ରମ: ଦିୱାଲୀ ଦିନ ଚିତ୍ର କିମ୍ବା ମୂର୍ତ୍ତିଗୁଡିକୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ରଖାଯାଏ। ବାମରୁ ଡାହାଣକୁ ଭଗବାନ ଗଣେଶ, ମା ଲକ୍ଷ୍ମୀ , ଭଗବାନ ବିଷ୍ଣୁ, ମା ସରସ୍ୱତୀ ଏବଂ ମା କାଳୀଙ୍କ ମୂର୍ତ୍ତି ରଖାଯାଏ। ଏହା ପରେ ଲକ୍ଷ୍ମଣ, ରାମ ଏବଂ ପରେ ସୀତାଙ୍କ ଫଟୋ ବା ପ୍ରତିମୂର୍ତ୍ତି ରଖାଯାଏ।

ପୂଜା ସମୟରେ ଶବ୍ଦ କର ନାହିଁ: କୁହାଯାଏ ଯେ ମା ଲକ୍ଷ୍ମୀଙ୍କ ଆରତୀ ସମୟରେ ଉଚ୍ଚ ସ୍ୱରରେ କରତାଳି ଦିଅନ୍ତି ନାହିଁ କିମ୍ବା ଗୀତ ଗାଆନ୍ତି ନାହିଁ। ମାତା ଲକ୍ଷ୍ମୀ ଉଚ୍ଚ ଶବ୍ଦ ପସନ୍ଦ କରନ୍ତି ନାହିଁ। ଏଥିସହ ମନେରଖନ୍ତୁ ଯେ ପୂଜା କରିବା ସମୟରେ ବାଣ ଜାଳନ୍ତି ନାହିଁ କିମ୍ବା ପୂଜା ପରେ ପରେ ଶବ୍ଦ କରନ୍ତି ନାହିଁ।

ଭଗବାନ ବିଷ୍ଣୁଙ୍କ ସହିତ ଉପାସନା: ଯେଉଁମାନେ ସ୍ୱାମୀ ଶ୍ରୀ ହରି ବିଷ୍ଣୁଙ୍କୁ ପୂଜା କରନ୍ତି ନାହିଁ ସେହି ପୂଜାକୁ ମା ଲକ୍ଷ୍ମୀ ଗ୍ରହଣ କରନ୍ତି ନାହିଁ। ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରି ଦିୱାଲୀ ପୂଜା ଆରମ୍ଭ କରନ୍ତୁ।

ରାତିସାରା ଏକ ଦୀପ ଜାଳନ୍ତୁ: ଦିୱାଲୀ ଦିନ, ଅନେକ ଲୋକ ରାତି ସାରା ଦୀପ ଜାଳିବାକୁ  ଭୁଲିଯାଆନ୍ତି। ହେଲେ ଦୀପାବଳି ଦିନ ରାତିସାରା ଦୀପ ଜଳିବା ଉଚିତ। ଏକ ଦୀପକୁ ଏପରି ଆଲୋକିତ କରନ୍ତୁ ଯେ ଏହା ରାତିସାରା ଜଳି ରହିବ। ଘରର ଦକ୍ଷିଣ-ପୂର୍ବ କୋଣରେ ଘିଅ କିମ୍ବା ତେଲର ଦୀପ ଜାଳନ୍ତୁ।

ଶୋଇବା ପୂର୍ବରୁ ଘରକୁ ସଜାନ୍ତୁ: ଦିୱାଲୀ ଦିନ, ପୂଜାପାଠ ତଥା ବାଣ ଦୀପ ଯୋଗୁ ଘରେ ମଇଳା ହୋଇଯାଏ। ଅନେକ ସେହି ମଇଳାକୁ ସେମିତ ଛାଡି ଶୋଇପଡନ୍ତି। ହେଲେ ସେପରି କରିବା ବଡ ଭୁଲ। ଦୀପାବଳି ଦିନ ଅନ୍ଧାର ହେବା ପୂର୍ବରୁ ଘରର ଅଳିଆ ସଫା କରି ଏକ କୋଣରେ ରଖନ୍ତୁ ଏବଂ ସକାଳେ ଫୋପାଡି ଦିଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମଙ୍ଗଳବାରରେ ସୂର୍ଯ୍ୟ ପରାଗ, ଭୁବନେଶ୍ବର ଗ୍ରହଣ ଲାଗିବା ସମୟ ହେଲା ଘୋଷଣା

ଭୁବନେଶ୍ବର: ମଙ୍ଗଳବାରରେ ସଂଗଠିତ ହେଉଛି ସୂର୍ଯ୍ୟ ପରାଗ। ଏହି ପରାଗ ଭାରତରେ ଆଂଶିକ ଭାବେ ପରିଲକ୍ଷିତ ହେବ। ଏହି ପରାଗ ହେଉଛି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ। ସୂର୍ଯ୍ୟ ପରାଗ ଓଡିଶାରେ ୨୫ ତାରିଖ ଅପରାହ୍ନ ୪ଟା ୪୫ ମିନଟ ୫୫ ସେକେଣ୍ଡରେ ସ୍ପର୍ଶ କରୁଛି। ଫଳରେ ଆସନ୍ତାକାଲି ଭୋରରୁ ପାକତ୍ୟାଗ କରାଯାଉଛି।

ତେବେ ଏହି ପରାଗ ଭୁବନେଶ୍ବରରେ କେତେବେଳେ ଦେଖାଦେବ ତାହାର ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ଭୁବନେଶ୍ବରରେ ଏହି ପରାଗ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ। ଏହା ରାଜଧାନୀରେ ମାତ୍ର ୧୭ ମିନିଟ ପାଇଁ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।