Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସା ଘଟଣା: ଦୀପ ଶିଦ୍ଧୁଙ୍କ ନାମରେ ଚାଷୀ ନେତା ଆଣିଲେ ଅଭିଯୋଗ, ଜାଣନ୍ତୁ କିଏ ସେ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଟ୍ରାକ୍ଟର ରାଲିରେ ହଠାତ ହିଂସା ଘଟଣା ଘଟିଥିଲା। ଏଥିରେ ବହୁ କୃଷକ ସଡକ ଉପରେ ହଙ୍ଗାମା କରିଥିଲେ। ହେଲେ ଏହାକୁ ବିରୋଧ କରି ବହୁ କୃଷକ ନେତା ନିନ୍ଦା କରିବା ସହିତ ଅନ୍ୟ ଉପରେ ହିଂସା ଅଭିଯୋଗ ଆଣିଛନ୍ତି।

ଏମିତିକି ଏହି ଘଟଣାରେ ଦୀପ ଶିଦ୍ଧୁ ସମ୍ପୃକ୍ତ ଅଛନ୍ତି ବୋଲି ଚାଷୀ ନେତାମାନେ ଅଭିଯୋଗ କରିଛନ୍ତି। ଏହାପରେ ସାମାଜିକ ଗଣମାଧ୍ୟମରେ ଦୀପ ଶିଦ୍ଧୁ କହିଛନ୍ତି ଯେ, ମୁଁ ଗଣତାନ୍ତ୍ରିକ ଅଧିକାର ଅନୁଯାୟୀ ଲାଲ କିଲ୍ଲାରେ ନିଶାନ ଶାହିବର ପତାକା ଉଡାଇଛି। କିନ୍ତୁ ତ୍ରିରଙ୍ଗାକୁ ହଟାଇ ନାହିଁ। ସମାଜସେବୀ

ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଗତ ରାତିରେ ଦୀପ ଶିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟାର ଲଖା ସିଧାନା ସିନ୍ଧୁ ସୀମାରେ କୃଷକମାନଙ୍କୁ ହିଂସା କରିବା ପାଇଁ ପ୍ରବର୍ତ୍ତାଇଥିଲେ। ତେଣୁ ଏହି ଘଟଣାରେ ତଦନ୍ତ ହେବ ଆବଶ୍ୟକ ବୋଲି ଯାଦବ କହିଛନ୍ତି।

ଜାଣନ୍ତୁ ଦୀପ ଶିଦ୍ଧୁ କିଏ?:

ଦୀପ ଶିଦ୍ଧୁ ୧୯୮୪ ମସିହାରେ ପଞ୍ଜାବର ମୁକ୍ତଶର ଜିଲ୍ଲାରେ ଜନ୍ମ ହୋଇଥିଲେ। ସେ ଜଣେ ଆଇନ ଛାତ୍ର ଥିଲେ ଏବଂ କିଛି ଦିନ ପାଇଁ ଆଇନଜୀବି ବାରର ସଦସ୍ୟ ମଧ୍ୟ ଥିଲେ। ତାପରେ ସେ କିଙ୍ଗଫିସର ମଡଲ ହଟ ଆୱାର୍ଡ ମଧ୍ୟ ଜିତିଚଳଚ୍ଚିତ୍ର ଜଗତକୁ ଆସିଥିଲେ। ୨୦୧୫ ମସିହାରେ ‘ରମତା ଯୋଗୀ’ ଥିଲା ତାଙ୍କର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର।

ତେବେ ୨୦୧୯ ଲୋକସଭା ନିର୍ବାଚନରେ ଗୁରୁଦାସପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲଙ୍କର ନିର୍ବାଚନ କ୍ୟାମ୍ପେନ ଟିମରେ ସେ ସାମିଲ ଥିଲେ। ହେଲେ ସନି ଦେଓଲ କହିଛନ୍ତି, ଶିଦ୍ଧୁଙ୍କ ସହିତ ମୋର କିମ୍ବା ମୋ ପରିବାରର କୌଣସି ସମ୍ପର୍କ ନାହିଁ।