Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପାକିସ୍ତାନର ଜନଗଣନା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ପୋଲିସ ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନ ଆଜି ଆତଙ୍କବାଦୀଙ୍କ ହାତରେ ଅଛି। ପାକିସ୍ତାନରେ କ୍ରମାଗତ ଭାବେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ବର୍ତ୍ତମାନ ଜନଗଣନା ପାଇଁ ପହଞ୍ଚିଥିବା ଦଳ ଉପରେ ଆକ୍ରମଣ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୋଲିସ ପ୍ରାଣ ହରାଇଛନ୍ତି। ଦୁଇଟି ପୃଥକ ଜନଗଣନା କରିବାକୁ ଯାଇଥିବା ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ଆତଙ୍କବାଦୀମାନେ ଦୁଇଟି ଦଳକୁ ଟାର୍ଗେଟ କରିଛନ୍ତି। ପ୍ରଥମ ଆକ୍ରମଣ ଟ୍ୟାଙ୍କ ଜିଲ୍ଲାର କୋଟ ଆଜମରେ ହୋଇଥିବାବେଳେ ଦ୍ୱିତୀୟ ଆକ୍ରମଣ ଲକ୍କି ମରୱତ ଜିଲ୍ଲାର ଜନଗଣନା ଦଳ ଉପରେ ହୋଇଛି। ଆତଙ୍କବାଦୀମାନେ ଟ୍ୟାଙ୍କ ଜିଲ୍ଲାର କୋଟ ଆଜମରେ ଏକ ପୋଲିସ ଭ୍ୟାନକୁ ଟାର୍ଗେଟ କରିଥିଲେ। ଜନଗଣନା ଦଳର ସୁରକ୍ଷା ଅଧୀନରେ ପୋଲିସ ଭ୍ୟାନ ଉପସ୍ଥିତ ଥିଲା। ଆତଙ୍କବାଦୀଙ୍କ ଗୁଳି ବିନିମୟରେ କନଷ୍ଟେବଳ ଖାନ ନବାବଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଆତଙ୍କବାଦୀଙ୍କ ବିରୋଧରେ ପୋଲିସ ମଧ୍ୟ ପ୍ରତିଶୋଧ ନେଇଥିଲା, ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ସେମାନେ ଟ୍ୟାଙ୍କର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ, ଦ୍ୱିତୀୟ ଆକ୍ରମଣ ବିଷୟରେ କହିବାକୁ ଗଲେ ମକ୍କି ମରୱତର ପରୱାଲା ଗ୍ରାମରେ ଏହି ଆକ୍ରମଣ ହୋଇଥିଲା। ଏଠାରେ ଗୁଳି ଚଳାଇବା ପରେ କନଷ୍ଟେବଳ ଦିଲ ଜାନଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ମଧ୍ୟ ଅପରାଧ କରିବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ।

ଆଜିକାଲି କେବଳ ପାକିସ୍ତାନ ସରକାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉନାହାଁନ୍ତି, ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ମଧ୍ୟ ଦେଶ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିଷିଦ୍ଧ ସଂଗଠନ ଟିଟିପି ପାକିସ୍ତାନରେ ସକ୍ରିୟ ହୋଇପାରିଛି। ନଭେମ୍ବର ୨୦୨୨ ରେ, ପାକିସ୍ତାନ ସରକାରଙ୍କ ଟିଟିପି ସହିତ ଆଲୋଚନା ବନ୍ଦ ହୋଇଯାଇଥିଲା। ଏହା ପରେ ଟିଟିପି ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। ସେମାନେ ଚାହୁଁଛନ୍ତି ଯେ, ଆଫଗାନିସ୍ତାନ ପରି ପାକିସ୍ତାନରେ ତାଲିବାନ ଶାସନ କରୁ। ସାମ୍ପ୍ରତିକ ସମୟରେ ସେଆନେ ଅନେକ ଆତଙ୍କବାଦୀ ଘଟଣା ଘଟାଇଛନ୍ତି।