ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆ ପଡ଼ା ଥାନା ଅର୍ନ୍ତଗତ ଶାଳବଣ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୁଇ ଭାଇଙ୍କ ମୃତ ଦେହକୁ ବେଗୁନିଆପଡ଼ା ଥାନା ପୋଲିସ୍ ଉଦ୍ଧାର କରିଛି।
ସୁଚନା ଥାଉକି ମୃତ ଦୁଇ ଭାଇ ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଓ ଅଜୟ ବାରିକ ପୁର୍ବରୁ କିଛି ମକଦ୍ଦମାରେ ଜଡିତ ହୋଇ ଜେଲ ଯାଇ ଜାମିନରେ ଆସି ପୁଣି ଆତଙ୍କ ସୃଷ୍ଟି କରୁଥିଲେ। ଏହିଭଳି ପରିସ୍ଥିତିରେ ପୁର୍ବ ଶତୃତାକୁ ନେଇ ଉକ୍ତ ଦୁଇ ଭାଇକୁ ହତ୍ୟା କରି ଜାଳିଦେବା ପାଇଁ ଦୁର୍ବୃତ୍ତ ମାନେ ଦୁଇ ଭାଇକୁ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।
ଜଙ୍ଗଲ ରାସ୍ତାରେ ଦୁଇ ଭାଇଙ୍କ ମୃତ ଦେହ ଦେଖି ପୋଲିସକୁ ସୁଚନା ଦିଆଯାଇଥିଲା। ଖବର ପାଇ ବେଗୁନିଆପଡ଼ା ଥାନା ଅଧିକାରୀ ଓ ପୁରୁଷୋତ୍ତମ ପୁର ଏସ୍ ଡି ପି ଓ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।