Categories
ଆଜିର ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଦୁବ ଘାସର ଜାଣନ୍ତୁ ପାଞ୍ଚୋଟି ଔଷଧୀୟ ଗୁଣ, ଦରକାର ବେଳେ ନିଶ୍ଚିତ କାମରେ ଆସିବ

ନୂଆଦିଲ୍ଲୀ: ଦୂବଘାସ ବେଶ ଛୋଟ। ସମସ୍ତେ ଜାଣନ୍ତି ଏହା କେବଳ ପୂଜାପାର୍ବଣରେ ବ୍ୟବହାର ହୁଏ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୂବଘାସ ଆମର ବହୁ ରୋଗକୁ ମଧ୍ୟ ଭଲ କରିଥାଏ। ଆସନ୍ତୁ ଜାଣିବା ଏହି ଦୂବ ଦ୍ବାରା କେଉଁ ରୋଗ ଭଲ ହୋଇଥାଏ।

୧- ଯଦି ନାକ, କାନ ବା ମୁହଁରୁ ରକ୍ତ ସ୍ରାବ ହେଇଛି ତେବେ ଭଲ ଦୂବଘାସ ଆଣି ପାଣିରେ ସଫା କରନ୍ତୁ। ତାହାକୁ ବାଟି ରସ ବାହାର କରନ୍ତୁ। ସେହି ରସରେ କିଛି ମହୁ ମିଶାଇ ଦିନକୁ ଚାରିପାଞ୍ଚ ଥର ସେବନ କରନ୍ତୁ। ଦେଖିବେ ରକ୍ତସ୍ରାବ ବନ୍ଦ ହୋଇଯିବ।

୨- ଯଦି ମୁତ୍ର କିମ୍ବା ମଳରେ ରକ୍ତ ପଡେ ତେବେ ମଧ୍ୟ ଦୂବ ରସରେ ଖିର ମିଶାଇ ଦିନକୁ ଚାରିଥର ସେବନ କରନ୍ତୁ। ଦେଖିବେ ରକ୍ତସ୍ରାବ ବନ୍ଦ ହୋଇଯାଇଛି।

୩- ଯଦି କୌଣସି ମହିଳାଙ୍କର ଗର୍ଭ ନଷ୍ଟ ହୋଇଯାଉଛି କିମ୍ବା ମୃତ ଶିଶୁ ଜନ୍ମ ହେଉଛି ତେବେ ଦୂବ ସହିତ ଅରୁଆ ଚାଉଳ ବାଟି ଏକ ପେଷ୍ଟ କରନ୍ତୁ। ତାହାକୁ ସପ୍ତାହରେ ତିନି ଚାରି ଦିନ ଖାଆନ୍ତୁ। ଏହିପରି ଗୋଟିଏ ମାସ ଖାଆନ୍ତୁ ଦେଖିବେ ସବୁ ସମାଧାନ ହେବ।

୪- ଦୁବକୁ ଶୁଖାଇ ଚୁର୍ଣ୍ଣ କରି ସେଥିରେ ଦାନ୍ତ ଘସିଲେ ପାଟି ଦୁର୍ଗନ୍ଦ ବନ୍ଦ ହୋଇଥାଏ।

୫- ଯଦି ପରିଶ୍ରା କରିବାରେ ସମସ୍ୟା ହେଉଥାଏ ବା କଷ୍ଟ ହେଉଥାଏ ତେବେ ଦୁବରସ, ଖିର ଓ ପାଣି ମିଶାଇ ସେବନ କରନ୍ତୁ। ସବୁ ସମସ୍ୟାର ସମାଧାନ ହେବ।