Categories
ଆଞ୍ଚଳିକ

ନୂଆଁଗଡ଼ରେ ଦୁର୍ଗା ପୂଜା ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମରେ ନୂଆଁଗଡ଼ ଗ୍ରାମବାସୀ ଓ ଯୁବଗୋଷ୍ଠୀ ଙ୍କ ସହଯୋଗରେ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ମଣ୍ଡପରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଯାଇଛି। ଏଥିରେ ନୂଆଁଗଡ଼ ଗ୍ରାମ ର ଗ୍ରାମବାସୀ ଓ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।

ଏଥିରେ ପୁରୋହିତ ଭାବେ ଲୋକନାଥ ରଥ ପୂଜାର୍ଚ୍ଚନା କରିଥିଲେ। ନୀତିକାନ୍ତି ଅନୁଯାୟୀ କଳସ ଯାତ୍ରା ସହ ଆଜି ମା ଙ୍କ ପାଖରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏ ନେଇ ନୂଆଁଗଡ଼ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥରେ ବେଗୁନିଆ ବିଧାୟକ ତଥା ଜିଲ୍ଲା ପରିଷଦ ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଅତିରିକ୍ତ ଜିଲ୍ଲାପାଶ୍ରୀ ପ୍ରଧାନ ପ୍ରାରମ୍ଭିକ ଭାଷଣ ରଖିଥ‌ିବା ବେଳେ ଉପ-ଜିଲ୍ଲାପାଳ ଶ୍ରୀ ସେଠୀ କାର୍ଯକ୍ରମକୁ ଆଗେଇ ନେଇଥିଲେ। ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଦୁର୍ଗା ପୂଜା ଏବଂ ଗଜଲକ୍ଷ୍ମୀ ପୂଜା କମିଟି ର ସଭ୍ୟମାନେ ଉକ୍ତ ଆଲୋଚନାରେ ଭାଗ ନେଇଥିଲେ। ପୂଜାକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଦୁର୍ଗାପୂଜା ୨୦.୧୦.୨୦୨୩ ରୁ ଆରମ୍ଭ ହୋଇ ୨୪.୧୦. ୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତ୍ୟେକ ପୂଜା ମଣ୍ଡପକୁ ସି. ସି. ଟି. ଭି . ଯୋଗାଇ ଦେବାକୁ, ପୋଷ୍ଟରରେ ଜରୁରୀ ତଥା ଗୁରୁତ୍ଵପୂର୍ଣ୍ଣ ଫୋନ ନମ୍ବର , ସ୍ୱେଚ୍ଛାସେବୀ ଶୃଙ୍ଖଳା ରକ୍ଷା ନିମିତ୍ତ ପୋଲିସ ନିଯୋଜନ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାର୍କିଂ ର ବ୍ୟବସ୍ଥା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ହାବେଳି ପଡିଆରେ ରାବଣ ପୋଡି ଦିନ ବ୍ୟାରିକେଡିଙ୍ଗ ର ବ୍ୟବସ୍ଥା ସହ ସନ୍ଧ୍ୟା ୭.୦୦ ଟା ରୁ ରାତି ୧୦.୦୦ ଟା ଭିତରେ ଉକ୍ତ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା। ବୁଲା ଗାଈ ଗୋରୁ, ବୁଲା କୁକୁରଙ୍କୁ ନିୟନ୍ତ୍ରଣରେ ରଖିବାକୁ, ଖାଦ୍ୟ ପଦାର୍ଥ ର ମାନ ନିର୍ଦ୍ଧାରଣ,ଭଷାଣୀ ଦିନ ମଦ ଦୋକାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଠେଲା ଗାଡ଼ି, ଉଠା ଦୋକାନି ଙ୍କ ଉଚ୍ଛେଦ ପାଇଁ ପୌର ପରିଷଦ ଙ୍କୁ କୁହାଯାଇଛି।

ତା ୨୫.୧୦. ୨୦୨୩ ରିଖ ଦିନ ଭଷାଣୀ ରହୁଥ‌ିବାରୁ ଅପରାହ୍ନ ୫.୦୦ ଟାରୁ ରାତି ୧୦.୦୦ଟା ଭିତରେ ଟି. ଏଲ. ସି. ରୋଡ଼ ନିକଟସ୍ଥ “ଖଣି ପୋଖରୀ”ରେ ମୂର୍ତ୍ତି ସବୁ ବିସର୍ଜନ କରାଯିବାକୁ ସ୍ଥିର କରାଯାଇଛି। ସେଠାରେ ବ୍ୟାପକ ଆଲୋକିକରଣ, ପୁଷ୍କରିଣୀ ଭିତର ଏବଂ ବାହାର ପରିସର ସଫା ରଖିବାକୁ , ରାସ୍ତାଘାଟ ମରାମତି , ବିଦ୍ୟୁତ ବିଭାଗ କୁ ୨୨ ଫୁଟ ଉର୍ଦ୍ଧ୍ବରେ ବିଦ୍ୟୁତ ତାରକୁ ସଂଯୋଗୀକରଣ ପାଇଁ ଅନୁରୋଧ କରାଯାଇଥିଲା।

ଭଷାଣୀ ସମୟରେ ଡି. ଜେ. ଅତି କମ ଶବ୍ଦ ବିଶିଷ୍ଟ ବଜାଇବାକୁ ଅନୁରୋଧ କରାଯିବାସହ କିଛି ମୂର୍ତ୍ତିଙ୍କୁ ୨୭ ତାରିଖ ଦିନ ବିସର୍ଜନ କରିବା ପାଇଁ ଉକ୍ତ ବୈଠକରେ ସ୍ଥିର କରାଯାଇଛି।

Categories
DurgaPujaNews ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକ ଚାନ୍ଦିନୀଚୌକର ଚାନ୍ଦି ମେଢ, କାରୁକାର୍ଯ୍ୟରେ ଝଟକୁଛନ୍ତି ମା ଦୁର୍ଗା

କଟକ: ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ମା ଦୁର୍ଗା ପୂଜା ଜାକଯକମରେ ହୋଇପାରି ନ ଥିଲା। ହେଲେ ଚଳିତ ବର୍ଷ ଏହି ପୂଦା ଦୁଇ ବର୍ଷ ପରେ ହେଉଥିବାରୁ ସାରା ଓଡିଶାରେ ଖେଳିଯାଇଛି ପୂଜାର ମହୋଲ। ତେବେ ଏହି ମାହୋଲ ଅଧିକ ଅନୁଭୂତ କଟକ ସହରରେ ହୋଇଛି। କାରଣ ଏହି ସହରରେ ଦୁର୍ଗାପୂଜା ସଂପୂର୍ଣ୍ଣ ନିଆରା। କାରଣ ଦୁର୍ଗା ପୂଜା ପାଇଁ ଏହି ସହର ବେଶ ପ୍ରସିଦ୍ଧ।

ତେବେ ସବୁ ବର୍ଷ ପରି ଏଥର ମଧ୍ୟ ଚାନ୍ଦିମେଢ ପାଇଁ ପ୍ରସିଦ୍ଧ ଚାନ୍ଦିନଚୌକରେ ମା କାରୁକାର୍ଯ୍ୟଭରା ଚାନ୍ଦିରେ ବେଶ ଝଟକୁଛନ୍ତି। ଏହି ପୂଜାକମିଟ ତରଫରୁ ସ୍ବତନ୍ତ୍ର ଭାବେ କାରୀଗରଙ୍କୁ ବରାଦ କରାଯାଇ ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଅଳଙ୍କାର ନିର୍ମାଣ କରାଯାଇଛି। ଏହାକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି ହେବାରେ ଲାଗିିଛି। ଚଳିତ ବର୍ଷ ପ୍ରାୟ ସତେଇଶିଟି ସ୍ଥାନରେ ସୁନା ରୂପାର ମେଢ କରାଯାଇଛି।

Categories
DurgaPujaNews ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଏହି ସ୍ଥାନରେ ମା ଦୁର୍ଗାଙ୍କୁ ପୂଜା କରିବେ ୪ ଜଣ ମହିଳା ପୂଜାରୀ, ବାଜା ମଧ୍ୟ ବଜାଇବେ ମହିଳା

Duga Puja 2022 : ଏଥର ପୂଜାରେ ଏକ ଭିନ୍ନ କଥା ଦେଖିବାକୁ ମିଳିବ। ତାହା ହେଲା ମା ଦୁର୍ଗାଙ୍କ ଏଥର ପୂଜା ପୁରୋହିତ ନୁହଁନ୍ତି ମହିଳାମାନେ ପୂଜା କରିବେ। ସେଥିପାଇଁ ୪ ଜଣ ମହିଳା ପୁରୋହିତ ପୁରା ପ୍ରସ୍ତୁତ ହୋଇ ଆସିଛନ୍ତି। ସେତେକି ନୁହେଁ ସେହି ପୂଜା ପେଣ୍ଡାଲରେ ମହିଳାମାନେ କେବଳ ଡ୍ରମ ବଜାଇବେ। ଯାହାକି ମାତୃ ଶକ୍ତିର କରାମତି ଦେଖାଇବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

ଏହି ପରି ବ୍ୟବସ୍ଥା କରାଯାଇଛି କୋଲକାତାର ନ୍ୟୁ ଟାଉନ କମ୍ୟୁନିଟ ପୂଜା ପେଣ୍ଡାଲରେ। ଏଥିରେ ଚାରିଜଣ ମହିଳା ପୁରା ବେଦମନ୍ତ୍ରୀ ଉଚ୍ଚାରଣ କରି ଏହି ପୂଜା କରିବେ। ସେଥିପାଇଁ ସେମାନେ ପୂର୍ବରୁ ନିଷ୍ଠାର ସହ ରହିଛନ୍ତି। ସେହିପରି ୧୨ ଜଣ ମହିଳା ଡ୍ରମ ବାଦ୍ୟକାର ମଧ୍ୟ ଏଥର ସେମାନଙ୍କ କଳା ପ୍ରଦର୍ଶନ କରିବେ। ଏହାକୁ ଆଞ୍ଚଳିକ ଭାଷାରେ ଧାନୁଚି ନାଚ ବୋଲି କୁହାଯାଏ। ଯାହା ମା ଦୁର୍ଗାଙ୍କର ଆଳତି ବେଳେ ଏହା ପରିବେଷଣ କରାଯାଇଥାଏ।

ସେଥିପାଇଁ ସେହି ପୂଜା କମିଟ ଏଥରର ଥିମ ରଖିଛନ୍ତି ବଙ୍ଗ ମା ବା ମଦର ବେଙ୍ଗଲ।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଗା ପୂଜାର ମାହୋଲ ପଡିପାରେ ଫିକା: ଦଶହରାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି। କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା। ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ପୂଜା ସମୟରେ ବର୍ଷା ହୋଇପାରେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁଯାୟୀ ଟାଇଫୁନ ନୋରୁ ପ୍ରଭାବରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମ୍ୟାମାଁର ଉପକୂଳରେ ଏକ ଅପର ଏଆର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ଉତର ପଶ୍ଚିମ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି। ବାଂଲା ଦେଶ ଉପକୂଳର ନିକଟବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତର ଓଡ଼ିଶା ଉପକୂଳ ଆଡକୁ ଆସିବ ଏବଂ ଠିକ ତାର ପରଦିନ ପଶ୍ଚିମ ଓଡ଼ିଶା ମୁହାଁ ହେବ ବୋଲି ଜଣାପଡ଼ିଛି।
ଏହାର ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ ଏବଂ ଅନୁଗୁଳରେ ଅକ୍ଟୋବର ୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଅକ୍ଟୋବର ୩ ରେ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ, ସମ୍ବଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଜିଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ଅକ୍ଟୋବର ୪ ରୁ ୬ ତାରିଖ ସାରା ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମଡେଲଗୁଡିକ ଏହି ସିଷ୍ଟମ ଅଧିକ ତୀବ୍ରତର ହେବା ବିଷୟରେ କୌଣସି ସୂଚନା ପ୍ରଦାନ କରୁନାହାନ୍ତି।

Categories
ଆଞ୍ଚଳିକ

ରେଢାଖୋଲ ପୋଲିସ ପକ୍ଷରୁ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ

କନ୍ଦର୍ପ ବେହେରା
ରେଢାଖୋଲ: ଆଗାମୀ ଦିନରେ ହେବାକୁ ଥିବା ଦୁର୍ଗାପୂଜା ଅବସରରେ ଏହା ପୂର୍ବରୁ ଦୁର୍ଗା ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ଏଥିପାଇଁ ରେଢାଖୋଲ ପୋଲିସ ପକ୍ଷରୁ ରବିବାର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ (ଏସଡିପିଓ) ପ୍ରଶାନ୍ତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଢାଖୋଲ ଏନଏସି ଅଧ୍ୟକ୍ଷ ଶିଵ ରାମ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଚାରମାଳ ପୂଜା କମିଟିର ଉଦିତ ତ୍ରିପାଠୀ, କିସିଣ୍ଡା ପୂଜା କମିଟିର ବିପିନ ପ୍ରଧାନ, ଜାମୁଜୋରି ପୂଜା କମିଟିର ସାଗର ସାହୁଙ୍କ ସମେତ ବଡବାହାଳ, ଶିମିଳିପାଳ, ଚାରମାଳ, କୁଞ୍ଜାମୁରା, ଜାମୁଜୋରି, ଚନ୍ଦ୍ରପୁର, ନାକଟିଦେଉଳ, ବାଟଗାଁ, ରେଢାଖୋଲ, ଘୋଷରାମାଳ ଆଦି ପୂଜା କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ କିପରି ଶାନ୍ତି ଶୃଙ୍ଖଳା ଓ ସମାରୋହରେ ଏହି ପାର୍ବଣ ଅନୁଷ୍ଠିତ ହେବ ଏଥିପାଇଁ ନିଜର ମତାମତ ପ୍ରଦାନ କରିଥିଲେ।

ଏହି ବୈଠକରେ ରେଢାଖୋଲ ଥାନା ଆଇଆଇସି ସୁରୁବାବୁ ଛତ୍ରିଆ , ଚାରମାଳ ଆଇଆଇସି ବସନ୍ତ କୁମାର ଦଳେଇ, ନାକଟିଦେଉଳ ଆଇଆଇସି ବିଭୂତି ଭୂଷଣ ଦଳେଇ ଓ କିସିଣ୍ଡା ଆଇଆଇସି ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ଯୋଗ ଦେଇ ପୋଲିସ ପାର୍ବଣ ସମୟରେ ପୋଲିସର ନୀତି ନିୟମ ଉପରେ ପ୍ରକାଶ କରିଥିଲେ। ଜାତୀୟ ରାଜପଥ କିମ୍ବା ଅନ୍ୟ ରାସ୍ତା ଆଦିରେ ବେଆଇନ ଚାନ୍ଦା ଆଦାୟ, ପୂଜା ମଣ୍ଡପ ଓ ବିସର୍ଜନ ସମୟରେ ଡିଜେ ସାଉଣ୍ଡ ନ ବଜାଇବାକୁ ଅନୁରୋଧ କରିଥିଲେ। ହେଲେ ପୋଲିସ ନିର୍ଦ୍ଦେଶକୁ ଯଦି ଅବମାନନା କରି ବେଆଇନ ଚାନ୍ଦା ଆଦାୟ ଓ ଡିଜେ ସାଉଣ୍ଡ ବଜା ଯାଏ ତାହେଲେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର

ଆସନ୍ତାକାଲି ମହାଳୟା, କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ ?

ଭୁବନେଶ୍ବର: ଅଶ୍ୱିନ ମାସର ଅମାବାସ୍ୟା ଦିନ ସର୍ବପିତୃ ପିତୃ ଅମବାସ୍ୟା ଭାବେ ପାଳନ କରାଯାଏ। ଏହା ସହିତ ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ। ଏହିଦିନ ପୂର୍ବ ପୁରୁଷମାନଙ୍କୁ ଶ୍ରାଦ୍ଧ କରିବା ଏବଂ ରୀତିନୀତି ସହିତ ସେମାନଙ୍କୁ ବିଦାୟ ଦିଆଯାଇଥାଏ ।

ଅନ୍ୟପକ୍ଷରେ, ବଙ୍ଗଳାରେ ମହାଳୟା ଅମାବାସ୍ୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହି ଦିନଠାରୁ ଦୁର୍ଗା ପୂଜା ଆରମ୍ଭ ହୁଏ। ଏହି ବର୍ଷ ସର୍ବପିତୃ ଅମାବାସ୍ୟା ଏବଂ ମହାଳୟା 25 ସେପ୍ଟେମ୍ବର ରବିବାରରେ ପଡୁଛି। ଅନେକ କ୍ଷେତ୍ରରେ ମହାଳୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହା କେବଳ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ନାହିଁ ବରଂ ଆହୁରି କିଛି କାର୍ଯ୍ୟ ଏହି ଦିନରେ ମଧ୍ୟ କରାଯାଇଥାଏ।

ମହାଳୟା ଦିନ ମା ଦୁର୍ଗାଙ୍କ ପ୍ରତିମାକୁ ଅନ୍ତିମ ରୂପ ଦିଆଯାଇଥାଏ।ବଙ୍ଗଳାରେ ସମସ୍ତେ ଉତ୍ସାହର ସହିତ ମହାଳୟାକୁ ଅପେକ୍ଷା କରନ୍ତି। କାରଣ ଏହି ଦିନ ନିଜେ ଦେବୀ ଦୁର୍ଗାଙ୍କୁ ସନ୍ଧ୍ୟାରେ ଡକାଯାଇ ମୂର୍ତ୍ତିକୁ ରଙ୍ଗ ଦିଆଯାଏ। ଏହା ସହିତ ମା’ଙ୍କର ଆଖି ତିଆରି ହୁଏ। ସାଧାରଣତଃ ଶିଳ୍ପୀମାନେ ମା ଦୁର୍ଗାଙ୍କ ପ୍ରତିମା ତିଆରି କରିବାର କାମ ଆଗରୁ ଆରମ୍ଭ କରିଥାନ୍ତି। କେବଳ ମହାଳୟା ଦିନ ଶେଷ ସ୍ପର୍ଶ ଦିଆଯାଇଥାଏ।

ପିତୃପକ୍ଷ ଭଦ୍ରାବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୁଏ। ସେହିଭଳି, 15 ଦିନର ଦେବୀ ପକ୍ଷ ମଧ୍ୟ ଆରମ୍ଭ ହୁଏ, ଯେଉଁଥିରୁ ନଅ ଦିନ ନବରାତ୍ରୀରେ ଅନ୍ତର୍ଭୁକ୍ତ। ଏହା ସହିତ ଦେବୀ ପାକ୍ ନବରାତ୍ରୀଙ୍କ ଶେଷ ହୁଏ। ମହାଳୟା ବଙ୍ଗଳୀମାନଙ୍କ ପାଇଁ ବେଶ। ଏହି ଦିନ, ସକାଳେ, ପିତୃପୁରୁଷମାନଙ୍କୁ ପୃଥିବୀରୁ ସ୍ବର୍ଗକୁ ପଠାଯାଇଥାଏ। ଏଥିସହିତ ସନ୍ଧ୍ୟାରେ ମା ଦୁର୍ଗାଙ୍କୁ ପୃଥିବୀକୁ ଆସିବାକୁ ନିମନ୍ତ୍ରଣ କରାଯାଇଥାଏ। ଏହି ଦିନ ସନ୍ଧ୍ୟାରେ ମା ଦୁର୍ଗା ତାଙ୍କ ଯୋଗିନୀ ଏବଂ ପୁଅ ଗଣେଶ ଏବଂ କାର୍ତ୍ତିକେୟଙ୍କ ସହ ପୃଥିବୀକୁ ଆସନ୍ତି।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗା ଓ ଲକ୍ଷ୍ମୀପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଆସନ୍ତା ଦୁର୍ଗା ପୂଜା, ରାବଣ ପୋଡି, ଗଜ ଲକ୍ଷୀ ପୂଜା ଏବଂ ଭସାଣି ଯେପରି ଖୋର୍ଦ୍ଧା ସହରରେ ଶାନ୍ତି ଶୃଙ୍ଖଳା ଭାବେ ସମ୍ପର୍ଣ୍ଣ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସମସ୍ତ ପୂଜା ବିଧି ବିଧାନ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବା ନେଇ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି କିପରି କାର୍ଯ୍ୟ କରାଯିବ ଏ ସଂପର୍କରେ ସେମାନେ ପରାମର୍ଶ ଦେଇଥିଲେ।

ରାବଣ ପୋଡି, ମେଳଣ ଓ ଭସାଣି ନେଇ ଯାଗା ଚିହ୍ନଟ କରିବାକୁ ଉପ ଜିଲ୍ଲାପାଳ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଏସଡିପିଓଙ୍କୁ ନେଇ ଏକ କମିଟି ଗଠନ କରାଯିବ। ପୂଜା ପୂର୍ବରୁ ସହରର ରାସ୍ତାଘାଟ ମରାମତି, ଆଲୋକୀକରଣ, ସଫେଇ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ବିଶଦ ଭାବେ ଆଲୋଚନା କରାଯିବା ସହ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିଭଳି ଶାନ୍ତିଶୃଙ୍ଖଳା, ବିଭିନ୍ନ ମିଠା ଓ ଜଳଖିଆ ଦୋକାନରେ ଖାଦ୍ୟମାନ ପରୀକ୍ଷା, ରାସ୍ତା ପାର୍ଶ୍ବ ଦୋକାନରେ ଖାଦ୍ୟ ଅପମିଶ୍ରଣ ଯାଞ୍ଚ,ସ୍ବାସ୍ଥ୍ୟ, ଆମ୍ବୁଲାନ୍ସ ବ୍ୟବସ୍ଥା ସଜାଗ ରଖିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ପ୍ରତ୍ୟେକ ପୂଜା ମଣ୍ତପରେ ସିସିଟିଭି ଲଗେଇବା ଉପରେ ପୂଜା କମିଟିକୁ ପରାମର୍ଶ ଦିଆଯାଇଛି। ପାର୍ବଣ ସମୟରେ ଲୋକମାନେ ଅଳଙ୍କାର କିଣୁଥିବାରୁ ବିଭିନ୍ନ ଗହଣା ଦୋକାନରେ ଓଜନ ମାପ ସଠିକ ଥିବା ନେଇ ଯାଞ୍ଚ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ପୂଜା ମଣ୍ତପ ଏବଂ ବିସର୍ଜନ ଶୋଭାଯାତ୍ରା ବେଳେ ଉଚ୍ଚ ଶଦ୍ଦ ସମ୍ପର୍ଣ୍ଣ ଡାକବାଜି ଯନ୍ତ୍ର ନବଜାଇବା ସହ ସ୍କୁଲ, ମେଡିକାଲ ନିକଟରେ କମ ଶଦ୍ଦ ସୃଷ୍ଟି କରିବାକୁ ବୈଠକରେ ଆଲୋଚନା ହୋଇଛି। ଲକ୍ଷୀପୂଜା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଭସାଣି ହେବ। ଏଥିରେ ପ୍ରାୟ ୩୧ଟି ମେଢ ସ୍ଥାନ ପାଇବ । ବିଭିନ୍ନ କ୍ଷେତ୍ରକୁ ବିଚାରକୁ ନେଇ ଶ୍ରେଷ୍ଠ ମେଢକୁ ଭସାଣି ପରଦିନ ପୁରସ୍କୃତ କରାଯିବା ନେଇ ବୈଠକରେ ମତ ପ୍ରକାଶ ପାଇଛି।

ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ ବୈଠକର ବିବରଣୀ ପାଠ କରିଥିଲେ। ଖୋର୍ଦ୍ଧା ପୌରଧ୍ୟକ୍ଷା କନକ ଲକ୍ଷୀ ମହାନ୍ତି ସମସ୍ତଙ୍କ ସହଯୋଗ ଲୋଡିଥିବା ବେଳେ ତହସିଲଦାର ତଥା ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଇପସିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା କମିଟିର ସଭାପତି, ସଂପାଦକ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁର୍ଗା ପୂଜାରେ ଅବହେଳା!: ପଶ୍ଚିମବଙ୍ଗରେ ଦ୍ୱିଗୁଣିତ ହେଲା କରୋନା ମାମଲା

କୋଲକାତା: ଦେଶରେ ପୁଣି ଥରେ କରୋନା ଭାଇରସ ହେବାର ଆଶଙ୍କା ବଢିପାରେ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ୮୪୬ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ସମୟରେ ୧୨ ଜଣ ସଂକ୍ରମିତ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଏଥି ସହିତ ରାଜ୍ୟରେ ସକରାତ୍ମକତା ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବଙ୍ଗଳାରେ, ଯେଉଁଠାରେ ଅଗଷ୍ଟ ୨୦ ତାରିଖରେ କରୋନା ପଜିଟିଭିଟି ହାର ମାତ୍ର ୧.୬ ପ୍ରତିଶତ ଥିଲା, ସେପ୍ଟେମ୍ବର ୨୦ ତାରିଖରେ ଏହା ୧.୯ ପ୍ରତିଶତ ଏବଂ ଅକ୍ଟୋବର ୨୦ ତାରଖରେ ୨.୪ ପ୍ରତିଶତକୁ ବୃଦ୍ଧି ହୋଇଛି।

ଏହା ବ୍ୟତୀତ କୋଲକାତାରେ ଦୁର୍ଗା ପୂଜା ପର୍ବ ଶେଷ ହେବା ପରେ ସଂକ୍ରମିତ ଗ୍ରାଫ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ମାମଲା ବାଢୁଥିବାରୁ ପୁଣି ଥରେ ସହରର କ୍ଵାରେଣ୍ଟିନ୍ କେନ୍ଦ୍ର ଖୋଲା ଯାଉଛି। ରାଜ୍ୟ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଶୁକ୍ରବାର ଦିନ କୋଲକାତାରେ ୨୪୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ପୂର୍ବରୁ ଏହି ସଂଖ୍ୟା ୧୨୭ ଥିଲା। ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୫୦ ଜଣଙ୍କୁ ଉଭୟ ଟିକା ଦିଆଯାଇଥିବା ବେଳେ ୧୫ ଜଣ ପ୍ରଥମ ଡୋଜ ନେଇଛନ୍ତି।

ଏଥି ସହିତ, ଅଧିକାରୀମାନେ ବିଶ୍ଵାସ କରନ୍ତି ଯେ କରୋନା ବଢୁଥିବା ମାମଲା ପଛରେ ସବୁଠାରୁ ବଡ କାରଣ ହେଉଛି ଉତ୍ସବର ଆଗମନ। ଗତ ସପ୍ତାହରେ ଦୁର୍ଗା ପୂଜା ଉତ୍ସବରେ ଲୋକମାନେ ସୁରକ୍ଷା ପ୍ରୋଟୋକଲ ପ୍ରତି ଧ୍ୟାନ ଦେଇନଥିଲେ। କୋଲକାତା ମ୍ୟୁନିସିପାଲ କର୍ପୋରେସନ ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଅତିନ ଘୋଷ କହିଛନ୍ତି ଯେ, “ଦୁର୍ଗା ପୂଜାକୁ ଉପଭୋଗ କରିବା ପାଇଁ ରାସ୍ତାରେ ବହୁ ସଂଖ୍ୟକ ଲୋକଙ୍କୁ ଦେଖିବା ପରେ ସମସ୍ତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା। ସେ କହିଛନ୍ତି ଯେ, ଏହି ଉତ୍ସବରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ। ଆମେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ ଏବଂ ପୁଣି ଥରେ ନିୟମ କଡାକଡି କରିବାକୁ ଚେଷ୍ଟା କରୁଛୁ। ”

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ସାତ ଦିନ ମଧ୍ୟରେ ୪୫୧ ରୁ ୮୩୩ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣର ସଂଖ୍ୟା ପହଞ୍ଚିଛି।

Categories
DurgaPuja2021 ଆଜିର ଖବର ଜାତୀୟ ଖବର

ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲା ପଶ୍ଚିମବଙ୍ଗ ସରକାର

କୋଲକୋତା: ପଶ୍ଚିମବଙ୍ଗ ସରକାର ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦୂର୍ଗା ମଣ୍ଡପକୁ ସବୁ ଦିଗରୁ ଖୋଲା ରଖିବା ଉଚିତ ବୋଲି କୁହାଯାଇଛି। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁମୋଦିତ ନୁହେଁ। ପର୍ବ ସମୟରେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାର ଯତ୍ନ ନେବା ଆବଶ୍ୟକ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।

ନିର୍ଦ୍ଦେଶାବଳୀରେ କ’ଣ କୁହାଯାଇଛି?:

– ପେଣ୍ଡାଲର ଚତୁଃପାର୍ଶ୍ଵ ଖୋଲା ରହିବ
– ପେଣ୍ଡାଲ ଭିତରେ ସାମାଜିକ ଦୂରତା ରହିବ
– ଅଲଗା ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ରହିବ
– ପେଣ୍ଡାଲରେ ମାସ୍କ ଏବଂ ହାତ ସାନିଟାଇଜେସନ୍ ବ୍ୟବସ୍ଥା ବାଧ୍ୟତାମୂଳକ
– ପର୍ଯ୍ୟାପ୍ତ ସଂଖ୍ୟକ ସ୍ୱେଚ୍ଛାସେବୀ ରହିବେ
– ପ୍ରସାଦ ବଣ୍ଟନ ଏବଂ ସିନ୍ଦୁର ଖେଳ କମ ସଂଖ୍ୟକ ଲୋକଙ୍କୁ ନେଇ କରାଯିବ
– ପେଣ୍ଡାଲ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁମତି ନାହିଁ
– ଜନସଚେତନତା ପାଇଁ ସୋସିଆଲ ମିଡିଆ ବ୍ୟବହାର କରାଯିବ

ତେବେ ପଶ୍ଚିମବଙ୍ଗର ମହାଳୟ ଅବସରରେ ବୁଧବାର ଦିନ ଲକ୍ଷ ଲକ୍ଷ ଲୋକଙ୍କ ତର୍ପଣ ପରେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। କୋଭିଡ -୧୯ ମହାମାରୀ ମଧ୍ୟରେ ସାରା ରାଜ୍ୟରେ ଲୋକମାନେ ହୁଗୁଲି ସମେତ ବିଭିନ୍ନ ନଦୀ ଓ ଜଳ କୂଳରେ ସେମାନଙ୍କ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସକାଳେ ‘ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ର’ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥିଲା। ଆକାଶବାଣୀରେ ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ରର ପ୍ରସାରଣ ୧୯୩୦ ଦଶକରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ମହାଳୟ ସକାଳେ ପ୍ରସାରିତ ହୋଇଆସୁଛି। ଏହି ସ୍ତୋତ୍ର ଦେବୀ ଦୁର୍ଗାଙ୍କୁ ସମର୍ପିତ।

କୌଣସି ଅଘଟଣକୁ ଏଡାଇବା ପାଇଁ ହୁଗଲି ନଦୀ କୂଳରେ ନଦୀ ଟ୍ରାଫିକ ପୋଲିସ ତୀକ୍ଷ୍ଣ ନଜର ରଖିଛି। କୋଲକାତାର ୧୮ ଘାଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛନ୍ତି, ଯେଉଁଠାରେ ଲୋକମାନେ ତର୍ପଣ ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁର୍ଗାପୂଜା ପୂର୍ବରୁ ପୂଜାରୀଙ୍କ କରୋନା ପରୀକ୍ଷା ପାଇଁ ଅନୁରୋଧ କଲେ ସରକାର, ହେଲେ ଏହାକୁ ନେଇ ଅସନ୍ତୋଷ

ଗୌହାଟୀ, ଆସାମ ସରକାର ରାଜ୍ୟର ପୁରୋହିତ ବା ପୂଜାରୀଙ୍କୁ ଦୁର୍ଗା ପୂଜା ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କାରଣ ହେଲା ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବେ ତେବେ ଭକ୍ତମାନଙ୍କୁ ତାହା ସଂକ୍ରାମିତ କରିବ। ସେଥିପାଇଁ ସମସ୍ତ ପୂଜାରୀ ବା ପୁରୋହିତଙ୍କୁ ଏହି ପରୀକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି।

ତେବେ କେତେକ ଜିଲ୍ଲାରେ ପୁରୋହିତମାନେ ଏହି ପରୀକ୍ଷା କରିବାକୁ ରୋକଠୋକ ମନା କରି ଦେଇଛନ୍ତି। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କୁ ପରୀକ୍ଷା କରିବା ପାଇଁ ବୁଝାଉଥିବାର ପରିଲକ୍ଷିତ ହୋଇଛି।

ପୁଣି ଏହାକୁ ନେଇ ପୂଜା ଆୟୋଜକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  ସେମାନେ କହିଛନ୍ତି ଯେ କମିଟି ଯେଉଁ ପୁରୋହିତଙ୍କୁ ଠିକ୍ କରିଥିବେ ଯଦି ତାଙ୍କର ପଜେଟିଭ ବାହାରିଲା ତେବେ ପୁଣି ଜଣେ ହଠାତ ମିଳିବା କଷ୍ଟକର ହେବ। ସେଥିପାଇଁ ସରକାର ପୂର୍ବରୁ ପରୀକ୍ଷା କରାଇ ନିଅନ୍ତୁ ବୋଲି ପୂଜା କମିଟଗୁଡିକ ଅନୁରୋଧ କରିଛନ୍ତି।

ଆସାମ ସରକାର ସମସ୍ତ ପୂଜାପୀଠକୁ ରାତି 9:30 ରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପୂଜା ତଥା ଅନ୍ୟାନ୍ୟ ପରମ୍ପରାକୁ ଦୃଷ୍ଟିରେ ରଖି ଏହି ସମୟ ସୀମା ବୃଦ୍ଧି କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

୫୮ ବର୍ଷ ପରେ ଏଥର ନବରାତ୍ରରେ ଘଟିବ ଏକ ବିରଳ ସଂଯୋଗ, ଆସନ୍ତାକାଲି ସକାଳେ ଘଟିବ ଏହି ଘଟଣା

କୋଲକାତା, ଆଦିଶକ୍ତି ମା ଦୁର୍ଗାଙ୍କୁ ପୂଜା କରିବାର ପବିତ୍ର ପର୍ବ ୧୭ ଅକ୍ଟୋବର ଶନିବାର ଠାରୁ ଆରମ୍ଭ ହେବ। ଯାହାକୁ କୁହାଯାଏ ନବରାତ୍ର ପୂଜା। ଏହା ସହିତ ଏହି ଦିନ ମଳମାସର ମଧ୍ୟ ସମାପ୍ତ ହେବ। ଏଥର ନବରାତ୍ର ପୂଜା ଏକ ଦୁର୍ଲଭ ସଂଯୋଗରୁ ଶୁଭାରମ୍ଭ ହେବ। ତେଣୁ ଗ୍ରହ ଦୃଷ୍ଟିକୋଣରୁ ଏଥର ଶାରଦୀୟ ନବରାତ୍ରୀ ପୂଜା ବେଶ୍ ଶୁଭ ଏବଂ କଲ୍ୟାଣଦାୟକ ହେବ। ଦେଶର ପ୍ରତିଷ୍ଠିତ ଜ୍ୟୋତିଷ ଗଣନା କରି ଏହା ପ୍ରକାଶ କରିଛନ୍ତି। ନବରାତ୍ରୀ ସମୟରେ ଭକ୍ତମାନେ ନଅ ଦିନ ଘରେ କିମ୍ବା ମନ୍ଦିରରେ ପୂଜା କରି ଦେବୀ ଭଗବତୀଙ୍କ ଆଶୀର୍ବାଦ ଗ୍ରହଣ କରିବେ।

୫୮ ବର୍ଷ ପରେ ଏଥର ନବରାତ୍ରରେ ହେଉଛି ଏକ ବିରଳ ସଂଯୋଗ

ଜ୍ୟୋତିଶାଚାର୍ଯ୍ୟ ଧର୍ମଶ୍ରୀ ଶାସ୍ତ୍ରୀଙ୍କ ଅନୁଯାୟୀ, ଏଥର କେତେକ ଗ୍ରହ ଆଧାରରେ ନବରାତ୍ରରେ ବିଶେଷ ସମନ୍ୱୟ ସୃଷ୍ଟି ହେଉଛି। ତାହା ହେଉଛି, ଅକ୍ଟୋବର ୧୭ ତାରିଖରେ ୫୮ ବର୍ଷ ପରେ, ‘ଶନି ମକର ରାଶିରେ’ ଏବଂ ‘ଗୁରୁ ଧନୁ ରାଶିରେ’ ରହିବେ। ଆସନ୍ତାକାଲି ସକାଳ ୯:୪୫ ରେ ଏହି ବିରଳ ଘଟଣା ଘଟିବ। ଏହା ପୂର୍ବରୁ ଏପରି ସଂଯୋଗ ୧୯୬୨ ମସିହାରେ ସଂଗଠିତ ହୋଇଥିଲା। ଏପରି ସଂଯୋଗ ଦ୍ବାରା ଏଥର ନବରାତ୍ରୀ ପର୍ବର କଲ୍ୟାଣ କରିବ ବୋଲି ଜ୍ୟୋର୍ତିବିଦ୍ କହିଛନ୍ତି।

ନବରାତ୍ରୀର କଳସ ସ୍ଥାପନାର ପାଇଁ ଶୁଭ ସମୟ

ଜ୍ୟୋତିଶାଚାର୍ଯ୍ୟ ନାରାୟଣ ଦ୍ୱିବେଦୀଙ୍କ ଅନୁଯାୟୀ ପ୍ରତିପଦା ଅକ୍ଟୋବରରୁ ୧୬ ତାରିଖ ରାତି ୧:୫୦ ରେ ଆରମ୍ଭ ହେବ, ଯାହାକି ୧୭ ଅକ୍ଟୋବର ଶନିବାର ଦିନ ପର୍ଯ୍ୟନ୍ତ ରହିବ। ନବରାତ୍ରର କଳସ ସ୍ଥାପନର ଶୁଭ ସମୟ ସୂର୍ଯ୍ୟୋଦୟ ଠାରୁ ସକାଳ ୯:୪୫ ମଧ୍ୟରେ କରିବାକୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଟକ ଦୁର୍ଗାପୂଜାକୁ ଅନୁମତି ଦେଲେ ଜିଲ୍ଲାପାଳ

କଟକ: ବହୁ ବାଦବିବାଦ ପରେ କଟକରେ ଚଳିତ ବର୍ଷ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଆଜି କଟକ ଜିଲ୍ଲାପାଳଙ୍କ ପକ୍ଷରୁ ଏହାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ବିନା ଶ୍ରଦ୍ଧାଳୁରେ ପୂଜା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କଟକଣା ମାନି ପେଣ୍ଡାଲରେ କେବଳ ମୂର୍ତ୍ତି ରଖି ବିନା ଶ୍ରଦ୍ଧାଳୁରେ ପୂଜା କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାର୍ବଜନୀନ ପୂଜାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତକାଲି କଟକର ଏକ ପୂଜା କମିଟି ଦୁର୍ଗାପୂଜା କରିବା ପାଇଁ ଅନୁମତି ମାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଏବେ ଅପେକ୍ଷା କରାଯାଇଛି। କଟକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସମାବେଶ, ପୂଜା ପାର୍ବଣରେ କଟକଣା ଜାରି କରାଯାଉଛି।