Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଷ୍କର୍ମ ଅଭିଯୁକ୍ତକୁ ସୁରାଟ୍ ରୁ ଉଠାଇ ଆଣିଲା ବେଗୁନିଆ ପଡ଼ା ପୋଲିସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଜୁନ୍ ମାସରେ ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ଜନୈକା ମହିଳାଙ୍କୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ମୁନା ଗୌଡ଼ ନାମକ ଜଣେ ଯୁବକ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ପୀଡ଼ିତା ମହିଳାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୨୮୫/୨୦୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଥିଲେ।

ବର୍ତ୍ତମାନ ନବ ନିଯୁକ୍ତ ଥାନା ଅଧିକାରୀ ସମିର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ଜଗଦୀଶ ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଗୁଜରାଟ ରାଜ୍ୟ ଶୀଳ୍ପ ନଗରୀ ସୁରାଟ୍ ସହର ରେ ଚଢାଉ କରିଥିଲେ। ସେଠାରୁ ଅଭିଯୁକ୍ତ ମୁନାକୁ କାବୁ କରି ଥାନାରେ ଅଟକ ରଖି ଜେରା କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ବଘେଲଙ୍କ ବଡ ନିଷ୍ପତ୍ତି: ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ମିଳିବନି ଛତିଶଗଡରେ ସରକାରୀ ଚାକିରି

ରାୟପୁର: ମହିଳାଙ୍କ ବିରୋଧରେ ଅପରାଧ ସମ୍ପର୍କରେ ଛତିଶଗଡ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସରକାରୀ ଚାକିରି ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିର୍ଦ୍ଦେଶ ଅନୁଯାୟୀ, ମହିଳାଙ୍କ ପ୍ରତି କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆବେଦନକାରୀ ସରକାରୀ ଚାକିରି ପାଇଁ ଆବେଦନ କରି ପାରିବେ ନାହିଁ। କୌଣସି ସେବା କିମ୍ବା ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ହେବେ ନାହିଁ। କିନ୍ତୁ ଯେକୌଣସି ଆବେଦନକାରୀଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ଅଛି, ଅପରାଧିକ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ତାଙ୍କ ନିଯୁକ୍ତି ମାମଲା ବିଚାରାଧୀନ ରହିବ। ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ସରକାରୀ ଚାକିରି ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ବର୍ତ୍ତମାନ ଆଜି ଏକ ପ୍ରଶାସନିକ ଆଦେଶ ଜାରି କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗାଙ୍ଗପୁର ଥାନା ଅଞ୍ଚଳର ମଙ୍ଗୁଳୁ ନାୟକ ନାମକ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୭ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ନାବାଳିକା ଏକଲା ଘରେ ଥିବା ବେଳେ ଅଭିଯୁକ୍ତ ମଙ୍ଗଳୁ କୌଶଳ କ୍ରମେ ନାବାଳିକାକୁ ଏକ ନିଚ୍ଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଘରେ ଆଣି ଛାଡ଼ି ଦେଇଥିଲା ଓ ଘଟଣା ପ୍ରଘଟ ହେଲେ ହତ୍ୟାର ଧମକ ଦେଇଥିଲା। ଯ’ଦ୍ଵାରା ନାବାଳିକା ଜଣକ କାହାକୁ ନକହି କିଛି ଦିନ ଚୁପ୍ ହେଇଗଲା।

ପରବର୍ତ୍ତୀ ସମୟରେ ନାବାଳିକାର ଲକ୍ଷଣ ଦେଖି ପରିବାର ଲୋକେ ତାକୁ ପଚାରିବାରୁ ସେ ସବୁ କଥା କହିଥିଲା। ତା ପରେ ପରିବାର ଲୋକେ ଗାଙ୍ଗପୁର ଥାନାରେ ଏହି ଘଟଣା ବିଷୟରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୧୩୯/୧୯ ଓ ପୋକ୍ସ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ପୋକ୍ସ ଅଦାଲତ ଜଜ୍ ଗଣେଶ୍ଵର ପତି ଉକ୍ତ ରାୟ ଶୁଣାଇଛନ୍ତି ଓ ରାଜ୍ୟ ସରକାରଙ୍କୁ ପୀଡିତା କ୍ଷତିଭରଣ ନିୟମ ଅନୁଯାୟୀ ପୀଡିତାକୁ ୫ ଲକ୍ଷ ଟଙ୍କା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।