Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଆଉ ଏକ ପରୀ!: ନୟାଗଡରେ ୬ ବର୍ଷର ଶିଶୁ କନ୍ୟାକୁ  ଦୁଷ୍କର୍ମ ପରେ ହତ୍ୟା

ନୟାଗଡ: ନୟାଗଡ ଜିଲ୍ଲାରେ ପୁଣି ଆଉ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପରୀର ଘଟଣା ମନରୁ ଲିଭିନି, କିନ୍ତୁ ଆଉ ଏକ ହୃଦୟ ବିଦାରକ ଘଟଣା ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ଗ୍ରାମର ୨୨ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ପୋଲିସ ଆଗରେ ଦୋଷ ସ୍ଵୀକାର କରିଛି। ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖ ଠାରୁ ୬ ବର୍ଷର ଶିଶୁ କନ୍ୟା ଜଣଙ୍କ ହଠାତ ନିଖୋଜ ହୋଇଯାଇଥିଲା। ଏହା ପରେ ପରିବାର ପକ୍ଷରୁ ଶିଶୁ କନ୍ୟାକୁ ବହୁତ ଖୋଜା ଖୋଜି କରିବା ସହ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ନିଖୋଜ ଶିଶୁ କନ୍ୟାର ମୃତ ଦେହ ପୋଲିସ ଉଦ୍ଧାର କରିଥିଲା।