Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷକ ପର୍ବ ଉଦଘାଟନୀ ସମ୍ମିଳନୀରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ଶିକ୍ଷକ ପର୍ବ ଉଦଘାଟନୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଟେକ୍ନୋଲୋଜି ଏବଂ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରଥମେ ସେ ଦୃଷ୍ଟିହୀନଙ୍କ ପାଇଁ ଭାରତୀୟ ସାଙ୍କେତିକ ଭାଷା ଅଭିଧାନ ଏବଂ ଅଡିଓ ବୁକ୍ ର ଉନମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ବିଦ୍ୟାଳୟର ଗୁଣବତ୍ତା ନିଶ୍ଚିତତା ଏବଂ ମୂଲ୍ୟାଙ୍କନ ଢାଞ୍ଚାର ଲୋକାର୍ପଣ କରିଛନ୍ତି।

ସେ ନିପୁଣ ଭାରତ ପାଇଁ ଅଖଣ୍ଡତା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲ ମଧ୍ୟ ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲ୍ ଶିକ୍ଷା କ୍ଷେତ୍ରର ସ୍ୱେଚ୍ଛାସେବୀ, ଦାତା ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR) ଯୋଗଦାନକାରୀଙ୍କୁ ସହଜ କରିବ।

ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଆରମ୍ଭ ହୋଇଥିବା ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଏବଂ ପଦକ୍ଷେପ ଶିକ୍ଷା କ୍ଷେତ୍ରର ଭବିଷ୍ୟତକୁ ଆଗକୁ ବଢାଇବ। ଏହିପରି ଏକ ପଦକ୍ଷେପ ବିଦ୍ୟାଳୟ ଗୁଣବତ୍ତା ନିଶ୍ଚିତତା ଏବଂ ମୂଲ୍ୟାଙ୍କନ ଢାଞ୍ଚା କେବଳ ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବ ନାହିଁ ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ମଧ୍ୟ ସୁଦୃଢ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀର କଠିନ ସମୟରେ ଶିକ୍ଷକମାନେ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଛନ୍ତି। ଜାତୀୟ ପୁରସ୍କାର ପାଇଥିବା ସମସ୍ତ ଶିକ୍ଷକଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡକ୍ଟର ସୁଭାଷ ସରକାର ଏବଂ ଡ. ରାଜକୁମାର ରଂଜନ ସିଂ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଖବର ପ୍ରସାରଣ ପରେ ଦୃଷ୍ଟିହୀନଙ୍କୁ ମିଳିଲା ରାସନ ସାମଗ୍ରୀ: ବାଲୁଗାଁ ଏସଡିପିଓ ମଧ୍ୟ କଲେ ସାହାଯ୍ୟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଦୃଷ୍ଟିହୀନ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀ ପଞ୍ଚାୟତର ଦୃଷ୍ଟିହୀନ ବ୍ୟକ୍ତି ଯୋଗେନ୍ଦ୍ର ବେହେରା ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିଲେ। ଗତକାଲି ଏନେଇ ଏକ ଖବର ସମୀକ୍ଷା ନିୟୁଜରେ ପ୍ରସାରଣ କରାଯାଇଥିଲା। ତେବେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି ସ୍ଥାନୀୟ ବ୍ଲକ ପ୍ରଶାସନ। ଆଜି ସକାଳୁ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ନିର୍ଦ୍ଦେଶକ୍ରମେ ଯୋଗେନ୍ଦ୍ରଙ୍କୁ ତାଙ୍କ ପ୍ରାପ୍ୟ ରାସନ ଚାଉଳ ପ୍ରଦାନ କରାଯାଇଅଛି।

ବିଡ଼ିଓଙ୍କ କହିବା ମୁତାବକ ଇ-ପିଓଏସ ଯନ୍ତ୍ରଟି ବିଗତ ଚାରିଦିନ ହେଲା ଖରାପ ଥିବାରୁ ଏହାକୁ ମରାମତି ନିମନ୍ତେ ଖୋର୍ଦ୍ଧା ପଠାଯାଇଥିଲା। ତେବେ ଗତକାଲି ସଂନ୍ଧ୍ୟାରେ ଯନ୍ତ୍ର ମରାମତି ହୋଇ ଆସିଲାପରେ ଆଜି ଯୋଗେନ୍ଦ୍ରଙ୍କୁ ରାସନ ସାମଗ୍ରୀ ଦିଆଯାଇଛି।

ଅନୁରୂପଭାବେ ଯୋଗେନ୍ଦ୍ରଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ପୂର୍ବାହ୍ନରେ ବାଲୁଗାଁ ଏସଡ଼ିପିଓ ଙ୍କ ନିର୍ଦ୍ଦେଶକ୍ରମେ ଖୋଦ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଯୋଗେନ୍ଦ୍ରଙ୍କ ଘରକୁ ଯାଇ ରନ୍ଧା ଖାଦ୍ୟ ସହ ପନିପରିବା, ଚୁଡା, ଚିନି, ସୋୟାବିନ ବଡି, ଚାଉଳ ଏବଂ କିଛି ପଇସା ମଧ୍ୟ ପ୍ରଦାନ କରିଛନ୍ତି। ଏସଡ଼ିପିଓ ଏବଂ ଫାଣ୍ଡି ଅଧିକାରୀଙ୍କ ଏପରି କାର୍ଯ୍ୟକୁ ଚାରିଆଡୁ ପ୍ରଶଂସା କରାଯାଉଛି।

ସୂଚନା ଥାଉକି ଲକଡ଼ାଉନ ପ୍ରାରମ୍ଭରୁ ବାଲୁଗାଁ ଏସଡ଼ିପିଓ ଅସହାୟଙ୍କ ନିମନ୍ତେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ସରକାରୀ ରାସନ ସହ ପୋଲିସ ଦ୍ୱାରା ପ୍ରଦାନ କରାଯାଇଥିବା ଖାଦ୍ୟ ସାମଗ୍ରୀ ପାଇ ଯୋଗେନ୍ଦ୍ରଙ୍କ ପରିବାର ବର୍ତ୍ତମାନ ବେଶ୍ ଖୁସି ହୋଇପଡିଛନ୍ତି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ, ଚିଲିକା ବିଡ଼ିଓ, ବାଲୁଗାଁ ଏସଡ଼ିପିଓଙ୍କୁ ଅନ୍ତରରୁ ଧନ୍ୟବାଦ ଦେଇଛନ୍ତି।