Categories
ଆଜିର ଖବର ଜାତୀୟ ଖବର

ବିଜେପି ସାଥିରେ ଥିବା ବେଳେ ଶିବସେନା ରାଜ୍ୟର ଏକ ନମ୍ବର ପାର୍ଟି ଥିଲା, କିନ୍ତୁ ଏବେ?: ଫଡନଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପାର୍ଶ୍ୱରୁ ତୀବ୍ର ବାକଯୁଦ୍ଧ ଲାଗିରହିଛି। ଆଜି ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସଭାପତି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ଫଡନଭିସ୍ କହିଛନ୍ତି, “ମୁଁ ସେମାନଙ୍କୁ ମନେ ପକାଇବାକୁ ଚାହୁଁଛି ଯେ, ମୁମ୍ବାଇରେ ବିଜେପି କାଉନସିଲର ଥିବାବେଳେ ସେମାନଙ୍କ ଦଳ (ଶିବସେନା) ଜନ୍ମ ହୋଇନଥିଲା। ସେମାନେ ଆମ ସହିତ ଥିବା ପର୍ଯ୍ୟନ୍ତ ୧ କିମ୍ବା ୨ ନମ୍ବର ପାର୍ଟି ହୋଇଥିଲେ। କିନ୍ତୁ ବର୍ତ୍ତମାନ ଶିବସେନା ୪ ନମ୍ବରରେ ରହିଛି”

ଉଲ୍ଲେଖ ଯୋଗ୍ୟ ଯେ, ପାର୍ଟି ପ୍ରତିଷ୍ଠାତା ତଥା ଉଦ୍ଧବ ଠାକରେଙ୍କ ପିତା ବାଲ ଠାକରେଙ୍କ ୯୬ ତମ ଜନ୍ମ ବାର୍ଷିକୀରେ ଶିବ ସୈନିକଙ୍କୁ ଡିଜିଟାଲ୍ ସମ୍ବୋଧନ କରି ଉଦ୍ଧବ ଠାକରେ କହିଥିଲେ ଯେ, ଶିବସେନା ଶକ୍ତି ମାଧ୍ୟମରେ ହିନ୍ଦୁତ୍ୱ ଏଜେଣ୍ଡାକୁ ଆଗେଇ ନେବା ପାଇଁ ବିଜେପି ସହିତ ହାତ ମିଳାଇଥିଲା। କାରଣ ଏହା ହିନ୍ଦୁତ୍ୱ ପାଇଁ କ୍ଷମତା ଚାହୁଁଥିଲା। ଶିବସେନା ହିନ୍ଦୁତ୍ୱକୁ କ୍ଷମତା ପାଇଁ କଦାପି ବ୍ୟବହାର କରିନଥିଲେ। ଶିବସେନା ହିନ୍ଦୁତ୍ୱ ନୁହେଁ, ବିଜେପିକୁ ଛାଡିଛି। ମୋର ବିଶ୍ୱାସ ଯେ, ବିଜେପିର ସୁବିଧାବାଦୀ ହିନ୍ଦୁତ୍ୱ କେବଳ କ୍ଷମତା ପାଇଁ। ଶିବସେନା ବିଜେପି ସହିତ ରହି ୨୫ ବର୍ଷ ନଷ୍ଟ କରିଛି ବୋଲି ଉଦ୍ଧବ କହିଥିଲେ।

ତେବେ ଉଦ୍ଧବଙ୍କ ଏହି ବିବୃତ୍ତିକୁ ନେଇ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ।