Categories
ଆଞ୍ଚଳିକ

କୁଜଙ୍ଗ: ସେଣ୍ଟ ଜାଭିଅର ସ୍କୁଲ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ମଞ୍ଚସ୍ଥ ହେଲା ନାଟକ ‘ଦେଲୁ ମୋତେ ମହାଶିକ୍ଷା’

କୁଜଙ୍ଗ: ପବିତ୍ର ଗୁରୁ ଦିବସ ଅବସରରେ ଗୁରୁବାର କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ନ୍ୟାସନାଲ ସ୍କୁଲ ଓ ସେଣ୍ଟ ଜାଭିଅର ଇଣ୍ଟରନେସନାଲ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ନାଟକ ଦେଲୁ ମୋତେ ମହାଶିକ୍ଷା ମଞ୍ଚସ୍ଥ ହୋଇ ଯାଇଛି। ନାଟକରେ ପୂଜାରାଣୀ ତ୍ରିପାଠୀ, ନଜମିନ ଅକତର, ଶ୍ରୀପର୍ଣ୍ଣା ସୁତାର, ପ୍ରିୟଙ୍କା ଦାସ ଓ ଲକ୍ଷ୍ମୀପ୍ରିୟା ବେଉରା ପ୍ରମୁଖ ପିଲାଙ୍କ ଚମତ୍କାର ଅଭିନୟ ବେଶ ମନ ମୋହିଥିଲା।

ଶିକ୍ଷୟତ୍ରୀ ମୁଗ୍ଧାମୟୀ ରାଉତ ନାଟକ ରଚନା କରିଥିଲେ ଓ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।  ଆୟୋଜିତ ଗୁରୁଦିବସ ଉତ୍ସବରେ ସ୍କୁଲ ଅଧ୍ୟକ୍ଷା ପ୍ରମିଳା ନନ୍ଦ ସଭାପତିତ୍ୱ କରିଥିଲେ।

ମୁଖ୍ୟଅତିଥି ଭାବେ ଡକ୍ଟର ରଘୁନାଥ ସାହୁ, ସମ୍ମାନିତ ଅତିଥି ଭାବେ ସେଣ୍ଟ ଜାଭିଅର ଇଣ୍ଟରନେସନାଲ ସ୍କୁଲ ପ୍ରିନସିପାଲ ସୁଧାକର ବିଶ୍ୱାଳ, ଶିକ୍ଷାବିତ ମହେଶ୍ୱର ମଲିକ, ଶୁଭେନ୍ଦୁ ନାରାୟଣ ଖଟୁଆ ଓ ସଞ୍ଜୟ ଓଝା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଶିକ୍ଷକ, ସରୋଜିନୀ ସାହୁ, ସରୋଜ ପରିଜା, ମମତା ତ୍ରିପାଠୀ, ପ୍ରକାଶ ସ୍ୱାଇଁ, ପବିତ୍ର ନାୟକ ଓ ରିଙ୍କୁ ପଲେଇ, କାହ୍ନା ବେହେରା ଓ ରତିକାନ୍ତ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନେ ଗୁରୁ ବନ୍ଦନା ଓ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ।