Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ପର୍ଯ୍ୟଟନ ବିଭାଗ ଖୋଲିବ ଓଡିଆ ରେସ୍ତୋରାଁ ‘ନିମନ୍ତ୍ରଣ’, ମିଳିବ ଖାଣ୍ଟି ଓଡିଆ ଖାଦ୍ୟ

ଭୁବନେଶ୍ବର, ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଖୁବ ଶିଘ୍ର ଓଡିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଖୋଲିବ ରେସ୍ତୋରାଁ। ଯାହାର ନାମ ରଖାଯାଇଛି ‘ନିମନ୍ତ୍ରଣ’ ବୋଲି ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଏଥିରେ ଓଡିଆ ଖାଦ୍ୟ ପ୍ରସ୍ତୁତିରେ ଅଭିଜ୍ଞତା ଥିବା କୁକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ବିଭାଗ ଭୁବନେଶ୍ବର, ପୁରୀ ଏବଂ ସମ୍ବଲପୁରରେ ଏହି ରେସ୍ତୋରାଁ ଖୋଲିବ ବୋଲି ନିଷ୍ପତି ନେଇଛି। ଏଥିସହିତ ଏହି ତିନି ସହରରେ ବିଭାଗ ‘ଫୁଡ ଅନ ହ୍ବିଲ୍’ ର ମଧ୍ୟ ଶୁଭାରମ୍ଭ କରିବ। ଏହା ଦ୍ବାରା ଓଡିଶାକୁ ଆସୁଥିବା ପର୍ଯ୍ୟଟକ ଓଡିଆ ଖାଦ୍ୟର ମଜ୍ଜା ନେଇପାରିବେ ବୋଲି ବିଭାଗ ଆଶା ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କ ଦେଶୀ ଓଡ଼ିଆ ଖାଦ୍ୟରେ ଶାହା ଖୁସ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ନବୀନ ନିବାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭବ୍ୟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶୀ ଓଡ଼ିଆ ଖାଦ୍ୟ ଖାଇ ଶାହା ବେଶ୍‌ ଖୁସ୍‌ ରହିଥିବାର ଜଣାଯାଇଛି। ଡାଲି, ଭଜା ତରକାରୀ ସହିତ ମିଠା ଖାଦ୍ୟରେ ଶାହାକୁ ଆପ୍ୟାୟିତ କରାଯାଇଛି। ସମ୍ପୂର୍ଣ୍ଣ ଓଡ଼ିଆ ଘରୋଇ ଶୈଳୀରେ ପ୍ରସ୍ତୁତ ଖାଦ୍ୟକୁ ଶାହା ବେଶ୍‌ ପସନ୍ଦ କରିଛନ୍ତି। ଉଭୟ ଆମିଷ ଓ ନିରାମିଶ ବ୍ୟଞ୍ଜନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏହି ଖାଦ୍ୟରେ ରହିଥିଲା ସମ୍ପୂର୍ଣ୍ଣ ଓଡ଼ିଆ ଶୁଦ୍ଧ ଖାଦ୍ୟ । ମଧ୍ୟାହ୍ନ ଭୋଜନରେ ପରସା ଯାଇଥିବା ଖାଦ୍ୟ ମଧ୍ୟରେ ରହିଥିଲା-

1. ବାଇଗଣ ଭଜା

2. ଆଳୁ ମଟର ମସଲା (ଓଡ଼ିଆ ଶୈଳୀରେ ପ୍ରସ୍ତୁତ)

3. ଗୁଚ୍ଚି ପନୀର୍‌

4. ଡାଲି

5. ଟମୋଟା ଚଟଣୀ

6. ପାମ୍ପଡ

7. ରୁଟି

8. ବୁନ୍ଦି ରାଇତା

9. ଭାତ ଓ ମାଛ ତରକାରୀ (ସମ୍ପୂର୍ଣ୍ଣ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ମାଛ ବେସର)

10. ଛେନା ପୋଡ

11. ରସ ମଲାଇ

ଏହି ରୟାଲ୍‌ ମଧ୍ୟାହ୍ନ ଭୋଜନରେ ଅମିତ୍‌ ଶାହାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ୍‌ ରହିଥିଲେ ।