Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘର ଭିତରୁ ଦେଶୀ ରନ୍ଧା ମଦ ଜବତ, ଦୁଇ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ଗରିଆଖମଣ ଗ୍ରାମରେ ଏକ ଘର ଭିତରୁ ୨୭ ଲିଟର ଦେଶୀ ରନ୍ଧା ମଦ ଅବକାରୀ ବିଭାଗ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।

ସୂଚନା ଯୋଗ୍ୟ ଯେ,ରେଢ଼ାଖୋଲ ଗରିଆଖମଣ ଗ୍ରାମରେ ଏକ ଘରେ ଦେଶୀ ରନ୍ଧା ମଦ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲେ। ରେଢ଼ାଖୋଲ ଅବକାରୀ ବିଭାଗ ଉପ ନିରୀକ୍ଷକ ବିଷ୍ଣୁ ଚରଣ ମଲ୍ଲିକ ଙ୍କ ନେତୃତ୍ଵ ରେ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରିଥିଲେ। ଚଢ଼ାଉ କରି ୨୭ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତ ଗରିଆଖମନ ଗ୍ରାମର ଲେଲମେଟ ପାନା (୪୫) ଓ ସୁଶିଲ ଖୁଲକା(୩୫) ଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ।

ଏହି ଚଢ଼ାଉ ରେ ରେଢ଼ାଖୋଲ ଅବକାରୀ ବିଭାଗର ସହ ଉପ ନିରୀକ୍ଷକ ବିନୋଦିନୀ ବେହେରା, ବିଭାଗ କର୍ମଚାରୀ ଦେବ ରଞ୍ଜନ ବେହେରା ଓ ଶ୍ୟାମ ଭୋଇ ପ୍ରମୁଖ ସାମିଲ ଥିଲେ। ଅବକାରୀ ବିଭାଗ ଏକ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।