Categories
ଆଞ୍ଚଳିକ

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ୍ୟବର ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୃଷ୍ଠପୋଷକତାରେ ଗତ ଡିସେମ୍ବର ୧୬ ତାରିଖରେ ଆରମ୍ଭ ହୋଇଥିଲା। ଦିର୍ଘ ୨୦ ଦିନ ଧରି ଭବାନୀପାଟଣା ଏକ୍ସଟେନସନ ଟ୍ରେନିଂ ସେଣ୍ଟରରେ ଚାଲିଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଜି ଉଦଯାପନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉତ୍ସାହିତ କରିବା ସହ ସମସ୍ତ ଶିକ୍ଷକଙ୍କୁ ତାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସମସ୍ତ ଛାତ୍ର ନିଜ ନିଜର ଅନୁଭୂତି ପରିପ୍ରକାଶ କରି ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନକୁ ପ୍ରଶିକ୍ଷଣ ପାଇଁ ସମସ୍ତ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ୨୦ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରୁଥିବା ଶିକ୍ଷକ ରବି କାନୁନଗୋ, ରବିନ୍ଦ୍ର ପଟ୍ଟନାୟକ, ନାରାୟଣ ସାହୁ, ସୁଶାନ୍ତ ପଣ୍ଡା, ସତ୍ୟ ନାୟକ, କାଳୀପ୍ରସାଦ ରଥ, କୁମୁଦିନି ମିଶ୍ର, ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ ଡଃ ଅଜୟ ମିଶ୍ର, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର, ନାଟ୍ୟ ଅଭିନେତା ଅବଦୁଲ କାଦୀର, ରାଜୀବ ଲୋଚନ ଶତପଥୀ, ଯୁବନେତା ମଣ୍ଟୁ ନାଏକ , ଚକ୍ର ସେଠୀ, ସିତାରାମ ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।