Categories
ଆଜିର ଖବର ରାଜ୍ୟ ଖବର

ହୋମଗାର୍ଡଙ୍କ ପାଇଁ ଖୁସି ଖବର: ଦୈନିକ ବେତନ ବୃଦ୍ଧି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ବର: ହୋମଗାର୍ଡଙ୍କ ଦୈନିକ ବେତନ ବୃଦ୍ଧି ମାମଲାରେ ଆଜି ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟରେ ହୋମଗାର୍ଡଙ୍କୁ ଆଶ୍ଵସ୍ତି ମିଳିଛି। ହାଇକୋର୍ଟଙ୍କ ଦ୍ଵାରା ଦିଆଯାଇଥିବା ବେତନ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି।  ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କାଙ୍କୁ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଦ୍ଧିତ ବେତନକୁ ପିଛିଲା ଭାବେ ୩ ମାସରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଜୁନ ପହିଲାରୁ ପିଛିଲା ଭାବେ ବେତନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।