Categories
ଆଜିର ଖବର ରାଜ୍ୟ ଖବର

ଦୀର୍ଘ ମାସ ପରେ ରାଜ୍ୟକୁ ଫେରିଲା ରାତ୍ରୀକାଳୀନ କର୍ଫ୍ୟୁ: ଏହି ଜିଲ୍ଲାରେ ଲାଗିଲା କଟକଣା

ଭୁବନେଶ୍ୱର: ଦୀର୍ଘ ମାସ ପରେ ରାଜ୍ୟକୁ ରାତ୍ରୀକାଳୀନ କର୍ଫ୍ୟୁ ଫେରିଛି। ମାଲକାନଗିରିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ପ୍ରତ୍ୟେକ ଦିନ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ୩୧ ତାରିଖ ରାତି ୧୧ ଟା ୫୯ ମିନିଟ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁରହିବ।

ତେବେ ଦୋଳ ମେଳଣ ଏବଂ ହୋଲି ପର୍ବ ପାଇଁ ମଧ୍ୟ ଜିଲ୍ଲାପାଳ କଟକଣା ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରିଛନ୍ତି। କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ଦୋଳ ମେଳଣ ହେବ। ସେହିଭଳି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨୦୦ ଲୋକ ସାମାଜିକ ଦୂରତ୍ଵ ଏବଂ ମାସ୍କ ପରିଧାନ କରି ବଡ଼ଯାତ୍ରା ପାଳନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୋଳ ମେଳଣ ପାଇଁ କଟକଣା ହେଲା କଡାକଡ଼ି

ଭୁବନେଶ୍ବର: ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଛି। ଦୋଳ ବିମାନ ଯାତ୍ରା ସମୟରେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ଉପରେ ବାରଣ କରାଯାଇଛି। ବିମାନ କାନ୍ଧେଇଥିବା ଲୋକ ଠିକ ଭାବେ ମାସ୍କ ପିନ୍ଧିବା ଜରୁରୀ। ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବ। ସେଥିପାଇଁ ଆୟୋଜକ ନିଶ୍ଚିତ କରିବ। ସମସ୍ତେ ସାମାଜିକ ଦୂରତ୍ଵ ବଜାୟ ରଖିବା ସହ ମାସ୍କ ପିନ୍ଧିବ ଜରୁରୀ ଅଟେ।

ମେଳଣରେ ଯାତ୍ରା, ମେଲୋଡି, ମୀନାବଜାର ସଂପୂର୍ଣ୍ଣ ବାରଣ କରାଯାଇଛି। ମେଳଣ ପାଇଁ ଆୟୋଜକଙ୍କୁ ବିଏମସି ଠାରୁ ଅନୁମତି ନେବାକୁ ପଡ଼ିବ। ଦୋଳ ନୀତି ମନ୍ଦିର ଭିତରେ ହେବ। କୌଣସି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ହୋଲି ଏବଂ ଦୋଳ ମେଳଣ ପାଇଁ ରାଜଧାନୀ ଭୁବନେଶ୍ବରରେ ଲାଗିଲା କରୋନା କଟକଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମହାନଗର ଅଞ୍ଚଳରେ ହୋଲି ଏବଂ ଦୋଳ ମେଳଣ ପାଇଁ କରୋନା କଟକଣା ଲାଗିଛି। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରିବା ପାଇଁ ନିଷେଦ୍ଧ କରାଯାଇଛି। ଗୋଟିଏ ସ୍ଥାନରେ ୬୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ। ୧୦ ଟି ଦୋଳ ବିମାନ ଏକତ୍ରିତ ହୋଇ ଆସିବାକୁ ବାରଣ କରାଯାଇଛି। ପ୍ରତ୍ୟେକ ଠାକୁରଙ୍କ ସାଥିରେ ୪/୫ ଜଣ ଆସିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ତେବେ ବର୍ତ୍ତମାନ ହୁବନେଶ୍ବରର କରୋନା ସ୍ଥିତି ଗମ୍ଭୀର ହୋଇନି, ନିୟନ୍ତ୍ରଣରେ ରହିଛି ବୋଲି କମିଶନର କହିଛନ୍ତି। କିନ୍ତୁ ଗାଇଡ଼ଲାଇନ ନମାନିଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ସେ ଲୋକଙ୍କୁ ସତର୍କ କରିଛନ୍ତି।