Categories
ଆଜିର ଖବର ଜାତୀୟ ଖବର

ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଜି-20 ସମ୍ମିଳନୀ ଅବସରରେ ମହାମହିମ ଜର୍ଜିଆ ମେଲୋନି ଦିଲ୍ଲୀରେ ଉପସ୍ଥିତ ଅଛନ୍ତି। ମାର୍ଚ୍ଚ 2023 ରେ ତାଙ୍କ ରାଜ୍ୟ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମେଲୋନିଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ, ଯେଉଁଥିରେ ଦ୍ୱିପାକ୍ଷିକ ସମ୍ପର୍କ ଏକ ରଣନୀତିକ ଭାଗିଦାରୀ ସ୍ତରକୁ ଯାଇଥିଲା।

ଭାରତର ଜି20 ଅଧ୍ୟକ୍ଷତା ପାଇଁ ଇଟାଲୀର ସମର୍ଥନ ଏବଂ ଇଟାଲୀର ଗ୍ଲୋବାଲ୍ ଜୈବ ଇନ୍ଧନ ଏବଂ ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ  କରିଡରରେ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର 75 ବର୍ଷ ପୂରଣ ହେବା ପରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ମଧ୍ୟ ଭାରତ-ଇଟାଲୀ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ଆକଳନ କରିଥିଲେ ଏବଂ ପ୍ରତିରକ୍ଷା ଏବଂ ନୂତନ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପରି କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବାକୁ ସହମତ ହୋଇଥିଲେ।

ବୃହତ ବିଶ୍ବର ମଙ୍ଗଳ ପାଇଁ ଜି7 ଏବଂ ଜି20 ର ସମନ୍ୱୟରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେମାନେ ଉଲ୍ଲେଖ କରିଛନ୍ତି।

ଜି20 ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମେଲୋନି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତ।

Categories
ବିଶେଷ ଖବର

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି। ଏହି ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଉଦଘାଟନୀ ବକ୍ତବ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି। ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି। କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି। ତା’ଛଡ଼ା ଫେରିଯିବା ପରେ ଏମିତି ଏକ ଦୁଃଖଦ ଖବର ଶୁଣିବାର ପରିସ୍ଥିତି ଉପୁଜିବ ବୋଲି କେବେ କଳ୍ପନା ସୁଦ୍ଧା କରିପାରିନଥିଲି।

ଆବେ ସାନ ଏବଂ ତାଙ୍କ ସହ ଆପଣ ମଧ୍ୟ ବିଦେଶ ମନ୍ତ୍ରୀ ଭାବେ ଭାରତ ଏବଂ ଜାପାନ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇ ଯାଇଛନ୍ତି । ଅନେକ କ୍ଷେତ୍ରରେ ଏହି ସମ୍ପର୍କକୁ ଅଧିକ ବିସ୍ତାରିତ କରିଛନ୍ତି। ଆମର ବନ୍ଧୁତା, ଭାରତ- ଜାପାନ ମୈତ୍ରୀ ବିଶ୍ବସ୍ତରରେ ଏକ ପ୍ରଭାବ ସୃଷ୍ଟି କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛି। ଆଉ ଏ ସବୁ ପାଇଁ ଆଜି ଭାରତର ଜନସାଧାରଣ ଆବେ ସାନଙ୍କୁ ଖୁବ୍‌ ମନେ ପକାଉଛନ୍ତି, ଜାପାନକୁ ମନେ ପକାଉଛନ୍ତି। ଭାରତ ସବୁବେଳେ ଏକ ପ୍ରକାରରେ ତାଙ୍କର ଅନୁପସ୍ଥିତି ଜନିତ ଶୂନ୍ୟସ୍ଥାନକୁ ଅନୁଭବ କରୁଛି।

କିନ୍ତୁ ମୋର ବିଶ୍ବାସ ରହିଛି ଯେ ଆପଣଙ୍କ ନେତୃତ୍ବରେ ଭାରତ- ଜାପାନ ସମ୍ପର୍କ ଆହୁରି ଅଧିକ ନିବିଡ଼ ହେବ, ଆହୁରି ଅଧିକ ଉଚ୍ଚତା ଛୁଇଁବ। ଆମେ ବିଶ୍ବର ସମସ୍ୟା ସମାଧାନ କରିବାରେ ଏକ ଉପଯୁକ୍ତ ଭୂମିକା ନିର୍ବାହ କରିବା ଲାଗି ସକ୍ଷମ ହୋଇପାରିବୁ, ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି।