Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁକା କଳାରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଉ କିଛି ସମୟ ପରେ ପ୍ରକାଶ ପାଇବ ଭାରତର ପରବର୍ତ୍ତି ରାଷ୍ଟ୍ରପତି କିଏ ହେବ। ହେଲେ ଚାରିଆଡେ ସମସ୍ତେ ନିଶ୍ଚିତ ହୋଇଛନ୍ତି ଯେ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏହି ନିର୍ବାଚନରେ ନିଶ୍ଚିତ ବିଜୟ ଲାଭ କରୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ବର୍ତ୍ତମାନ ସାରା ଭାରତ ବର୍ଷରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତାଙ୍କ ରାଇରଂଗପୁର ବାସଭବନରେ ମଧ୍ୟ ଚାଲିଛି ପ୍ରସ୍ତୁତି।

ଏପରି ପରିସ୍ଥିତିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପଛରେ ପଡି ନାହାଁନ୍ତି। ସେ ନିଜର କଳା ମାଧ୍ୟମରେ ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ଆଗେଇ ଆସିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ବାଲୁକା କଳା। ଏଥିରେ ସେ ଦ୍ରୌପଦୀଙ୍କ ଏକ ବାଲୁକା କଳା କରି ସେଥିରେ ଇଂରାଜୀରେ ଲେଖିଛନ୍ତି ବେଷ୍ଟ ୟୁସେସ ଟୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏଥିସହିତ ସେ ଉପରେ ‘ମେରା ଭାରତ ମହାନ’ ବୋଲି ଲେଖିଛନ୍ତି।