Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟରେ ବାତିଲ ହେଲା ଦ୍ଵାଦଶ ପରୀକ୍ଷା: ଜାଣନ୍ତୁ କେମିତି ହେବ ମୂଲ୍ୟାୟନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦ୍ଵାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି। କରୋନା ସଂକ୍ରମଣକୁ ଦେଖି ଯୋଗୀ ଆଦିତ୍ୟନାଥ ସରକାର ଏଭଳି ନିଷ୍ପତ୍ତି ନେଇଛି। ଫଳରେ ୨୬ ଲକ୍ଷ ପରୀକ୍ଷାର୍ଥୀଙ୍କୁ ଆଶ୍ଵସ୍ତି ମିଳିଛି। ଏହାପୂର୍ବରୁ ସିବିଏସଇ ଏବଂ ଆଇସିଏସଇ ପରିକ୍ଷାକୁ ବାତିଲ କରାଯାଇଥିଲା।

ତେବେ ଛାତ୍ରଛାତ୍ରୀମାନଙ୍କ ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ଦ୍ଵାଦଶ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ ବୋଲି ସରକାର ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା: ବାତିଲ ହେଲା ସିବିଏସଇ ଦ୍ଵାଦଶ ପରୀକ୍ଷା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। କରୋନା ସଂକ୍ରମଣକୁ ଦେଖି ଦ୍ଵାଦଶ ପରୀକ୍ଷାକୁ ରଦ୍ଦ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଦଶମ ବୋର୍ଡ ପରୀକ୍ଷାକୁ ମଧ୍ୟ କେନ୍ଦ୍ର ସରକାର ବାତିଲ କରିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ଵାଦଶ ପରୀକ୍ଷାକୁ ନେଇ କେନ୍ଦ୍ର ମାଗିଥିଲା ପରାମର୍ଶ: ବାତିଲ କରିବା ପାଇଁ ଏହି ରାଜ୍ୟଗୁଡିକ ରଖିଲେ ମତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦ୍ଵାଦଶ ପରୀକ୍ଷା ଏବେ ବି ଆଶଙ୍କା ରହିଛି। ଉକ୍ତ ପରୀକ୍ଷା ଆୟୋଜନକୁ ନେଇ ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଠାରୁ କେନ୍ଦ୍ର ସରକାର ପକ୍ଷରୁ ପରାମର୍ଶ ମଗା ଯାଇଥିଲା।

ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି, କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହାକୁ ମାନିବେ ବୋଲି କେତେକ ରାଜ୍ୟ ସରକାର କହିଥିବା ବେଳେ ପରୀକ୍ଷାର ସମୟକୁ ହ୍ରାସ କରିବା ପକ୍ଷରେ ମତ ଦେଇଛନ୍ତି। ସେହିଭଳି ପରୀକ୍ଷାକୁ ବାତିଲ କରିବା ପକ୍ଷରେ କେତୋଟି ରାଜ୍ୟ ମତ ଦେଇଛନ୍ତି।

ହେଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉପରେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ପରୀକ୍ଷାର ସମୟ ସୀମା ୩ ଘଣ୍ଟାକୁ ହ୍ରାସ କରାଇ ୧.୫ ଘଣ୍ଟା କରିଦେବା ଉଚିତ୍। ଉତ୍ତରପ୍ରଦେଶ, ଗୁଜୁରାଟ, ଜାମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଚଣ୍ଡିଗଡ, ଆସାମ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଅରୁଣାଞ୍ଚଳ ପ୍ରଦେଶ ଏବଂ ସିକ୍କିମ ଭଳି ରାଜ୍ୟଗୁଡିକ ପରୀକ୍ଷାର ସମୟ ସୀମାକୁ ହ୍ରାସ କରାଇ ଆୟୋଜନ କରିବା ପାଇଁ କହିଛନ୍ତି। ସେହିଭଳି ଦ୍ଵାଦଶ ପରୀକ୍ଷାକୁ ବ୍ୟକ୍ତିଗତ ଭାବେ ଆୟୋଜନ କରିବାକୁ ପଞ୍ଜାବ ସରକାର କହିଛି।

ସେପଟେ କର୍ଣ୍ଣାଟକ ଏବଂ ପୁଡୁଚେରୀ ସରକାର ପରୀକ୍ଷା ନିଷ୍ପତ୍ତି କେନ୍ଦ୍ର ସରକାର ଉପରେ ଛାଡି ଦେଇଛନ୍ତି। କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହା ସେମାନେ ମାନିବେ ବୋଲି କହିଛନ୍ତି।

କିନ୍ତୁ କେବଳ ଦୁଇଟି ରାଜ୍ୟ ସିବିଏସଇ ପରୀକ୍ଷା କରିବା ପକ୍ଷରେ ନଥିବା ପ୍ରକାଶ କରିଛନ୍ତି। କରୋନା ଯୋଗୁଁ ଏହି ପରୀକ୍ଷାକୁ ବାତିଲ କରିବା ପକ୍ଷରେ ମାହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ମତ ରଖିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରାସ୍ତା ପ୍ରସ୍ତୁତ କରିବାକୁ ଏହି ଦୁଇ ସରକାର କେନ୍ଦ୍ର ନିକଟରେ କହିଛନ୍ତି।

ତେବେ ସର୍ବାଧିକ ରାଜ୍ୟ ସରକାର ପରୀକ୍ଷା ଆୟୋଜନ ପକ୍ଷରେ ଅଛନ୍ତି ଏବଂ ସେମାନେ ଜୁଲାଇ କିମ୍ବା ଅଗଷ୍ଟ ମାସରେ ପରୀକ୍ଷା ସମୟକୁ କମ କରି ଆୟୋଜନ କରିବା ପାଇଁ କହିଛନ୍ତି।