Categories
ଆଜିର ଖବର

୧୭ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା: ସମ୍ମାନିତ ହେଲେ ୫ ପ୍ରସିଦ୍ଧ ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ ତିନି ଦିନିଆ ୧୭ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟା ଆଜି ଭଂଜକଳlମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। କୁଚିପୁଡ଼ି, ଛତ୍ରିଆ ଭାରତନାଟ୍ୟମ, ଓଡିଶୀ ର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟ ର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଆଜି ସନ୍ଧ୍ୟାରେ କୁଚିପୁଡ଼ି, କଥାକ, ଓଡିଶୀ, ଛତ୍ରିଆ ଭାରତନାଟ୍ୟମ ଆଦି ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟର ତାଳେ ତାଳେ ବିଭୋର ହୋଇଥିଲେ ଦର୍ଶକ। ଦୀର୍ଘ ୧୭ ବର୍ଷ ହେଲା ଦେବଦାସୀ ନୃତ୍ୟ ମନ୍ଦିର ନୃତ୍ୟ କଳା ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁଛି। ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ଜଗବନ୍ଧୁ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପଟ୍ଟଶାଣୀ, ବିଧାୟକ ଶଶୀ ଭୂଷଣ ବେହେରା , ସଂସ୍କୃତି ଗବେଷକ ଡ଼ଃ ଗଦାଧର ମହାପାତ୍ର, ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଡ୍ୟାନ୍ସ ଇଣ୍ଡିଆ ମାଗାଜିନ ସମ୍ପାଦକ ବିକ୍ରମ ଗୌଡ଼, ସାଇ ଭେଙ୍କଟେଶ, ବିଜୟ ନନ୍ଦ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ନୃତ୍ୟ, କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଜଗବନ୍ଧୁ ଜେନାଙ୍କ ପ୍ରଚେଷ୍ଟାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ।

ପ୍ରତିଷ୍ଠିତ ସତ୍ରୀୟା ନୃତ୍ୟଶିଳ୍ପୀ ଭାନୁ ଡେକା, ଭାରତନାଟ୍ୟମରେ କୋଲକାତା ର ଦେବଶ୍ରୀ ମାଜିଲ୍ୟ, କୁଚିପୁଡ଼ି ରେ କ୍ରାନ୍ତି ନାରାୟଣ, ଦେଦୀପ୍ରିୟା ରାମଭକ୍ତ ଆଦି ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ଦେବମିତା ସାହୁଙ୍କ ଅନୁଷ୍ଠାନର ଶିଳ୍ପୀମାନେ ଓଡିଶୀ ନୃତ୍ୟ ଦଳଗତ ପ୍ରଦର୍ଶନ କରିଥିଲେ।

କ୍ରାନ୍ତି ନାରାୟଣ (କୁଚିପୁଡ଼ି), ଦେବଶ୍ରୀ ମାଜିଲ୍ୟ( ଭାରତନାଟ୍ୟମ), ଦେବୀପ୍ୟା ରାମଭକ୍ତ (କୁଚିପୁଡ଼ି,) ମୋନଶ୍ରୀ ପାଠକ (ସତ୍ରୀୟା) ସତ୍ତ୍ରୀୟ ରେ ମୋନlଶ୍ରୀ ପାଠକ, ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଓଡିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା,ସ୍ନେହାଞ୍ଜଳି ସୁଆର, ଅୟଶ୍ରୀ ରାଉତ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦ୍ଵିତୀୟ ଦିନରେ ରଣପୁର ମହୋତ୍ସବ ‘ଅର୍ଜୁନ’: ମନ ମୋହିଲା ପାଇକ ଆଖଡ଼ା

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।  ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ଦ୍ଵିତୀୟ ସନ୍ଧ୍ୟାର ମଜା ଉଠାଇ ଥିଲେ। ଆସାମ ବିହୁ, ୱେଷ୍ଟ ବେଙ୍ଗଲୀ ମୟୂରୀ ନୃତ୍ୟ ଓ ପାଇକ ଆଖଡ଼ା ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟ ବକ୍ତା ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ନୟାଗଡ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବରିଷ୍ଠ ଆଇନିଜୀବି ଗିରିଜାକାନ୍ତ ମହାପାତ୍ର, ରଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ। ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତି ଯୋଗିତା କରାଯାଇଥିଲା। ଏହି କୁଇଜ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତ୍ତରଞ୍ଜନ ଦାଶ, ପ୍ରଭାତ କୁମାର ପଣ୍ଡା, ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ସଭାକାର୍ଯ୍ୟ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେଗୁଡିକ ମଧ୍ୟରେ କଟକର ନଟରାଜ ଡ୍ୟାନ୍ସ ଏକାଡେମୀ, ଆସାମବିହୁ, ୱେଷ୍ଟ ବେଙ୍ଗଲୀ ମୟୂରୀ, ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ଶକ୍ତି ଏଣ୍ଟରଟେନମେଣ୍ଟ ଦ୍ୱାରା ପରିବେଶିତ ହୋଇଥିବା ପାଶ୍ଚାତ୍ୟ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା।

ସତ୍ୟ ନାରାୟଣ ମହାପାତ୍ର ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକ, ରଞ୍ଜନ ଦାଶ, ଜ୍ୟୋତି ରଞ୍ଜନ ଦାଶ, ଦୀପକ ସିଠ ଓ କାଉନସିଲରମାନେ ଉପସ୍ଥିତ ଥିଲେ। ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।