Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କ କାର୍ଯ୍ୟକାଳର ଏକ ବର୍ଷ ସଫଳତାର ସହ ପୂରା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ବାଣିଜ୍ୟ, ପୁଞ୍ଜିନିବେଶ, ନୂତନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟକ୍ଷେତ୍ର ରେ ଦ୍ୱିପାକ୍ଷିକ ବ୍ୟାପକ ଷ୍ଟାର୍ଟଅପ୍ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ନେତାମାନେସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ହେଉଥିବା ଅଗ୍ରଗତିକୁ ସେମାନେ ସ୍ୱାଗତକରିଥିଲେ।

ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଏବଂ ଇସ୍ରାଏଲ ଏବଂ ହମାସ ମଧ୍ୟରେସଂଘର୍ଷ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦ, ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଏବଂସାଧାରଣ ନାଗରିକଙ୍କ ଜୀବନହାନି କୁ ନେଇ ଉଭୟ ନେତା ଗଭୀର ଉଦ୍‌ବେଗ ପ୍ରକାଶକରିଛନ୍ତି। ଆଞ୍ଚଳିକ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ନିରନ୍ତର ମାନବିକ ସହାୟତାରଆବଶ୍ୟକତା  ଉପରେ ସେମାନେ ସହମତ ହୋଇଥିଲେ।

ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ଏବଂ ଦୀପାବଳିର ପର୍ବପାଇଁ ଶୁଭେଚ୍ଛା ଆଦାନ ପ୍ରଦାନ କରିଥିଲେ।