Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ଧନ୍ଦାମୂଳକ ପରୀକ୍ଷା ଫଳ: ଏଭଳି ଯାଞ୍ଚ କରନ୍ତୁ ରେଜଲ୍ଟ

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ରେଗୁଲାର ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ତେବେ କଳାରେ ୯୮.୫୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରେଗୁଲାରରେ ୩୦ ହଜାର ୫୧୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଜଣ ଏବଂ ୧୦ ହଜାର ୭୪ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ମାର୍କ ରଖିଛନ୍ତି। ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଫଳରେ ଅସନ୍ତୋଷ କିମ୍ବା କୌଣସି କାରଣରୁ ଫର୍ମ ପୂରଣ କରିନଥିଲେ, ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ଏହି ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ

ଭୁବନେଶ୍ବର: ଆସନ୍ତାକାଲି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। ଆସନ୍ତାକାଲି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।