Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନବୀନଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ: ଧନ୍ୟବାଦ ଦେଲେ ଆଉ ଜଣେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନବୀନଙ୍କୁ ପୁଣିଥରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶଂସା କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ଅକ୍ସିଜେନ ଯୋଗାଣ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧବ ଠାକରେ ଧନ୍ୟବାଦ ଦେଇଛନ୍ତି।

ପୂର୍ବରୁ ମହାରାଷ୍ଟ୍ର ସରକାର ଓଡିଶା ଠାରୁ ଅକ୍ସିଜେନ ମାଗିଥିଲା। ଯାହାଫଳରେ ମହାରାଷ୍ଟ୍ରର ଅନୁରୋଧକୁ ଓଡିଶା ସରକାର ବିଚାର କରି ଆଜି ଅକ୍ସିଜେନ ଯୋଗାଇଛି। ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହେଉଛନ୍ତି। ସେଠାରେ କରୋନା ସ୍ଥିତି ଉଦବେଗଜନକ ଅଛି। ହସ୍ପିଟାଲରେ ରୋଗୀଙ୍କ ପାଇଁ ବର୍ତ୍ତମାନ ଅକ୍ସିଜେନ ଅଭାବ ଦେଖାଯାଉଛି। ଫଳରେ ରୋଗୀମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି।