Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧରାକୋଟରେ ବିଜେଡି ଯୁବ ନେତାଙ୍କୁ ହତ୍ୟା ମାମଲା: ୨ ଗିରଫ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବରିଗୁଡ଼ା ଗ୍ରାମର ଯୁବ ବିଜେଡି ନେତା ଅନିଲଙ୍କୁ ଶୁକ୍ରବାର ଗ୍ରାମ ଉପ କଣ୍ଠରେ ହତ୍ୟା କରା ଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବରି ଗୁଡ଼ା ଗ୍ରାମର ସଞ୍ଜୟ ପୋଲାଇ ଓ ସହଯୋଗୀ ଶ୍ରୀଧର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାନ୍ୟବର କୋର୍ଟ ଜାମିନ୍ ଖାରଜ କରିବା ସହିତ, ଆସିକା ଉପ କାରାଗାରକୁ ଅପରାଧୀ ମାନଙ୍କୁ ପଠାଇ ଦେଇ ଥିବା ସୂଚନା ମିଳିଛି।

ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥ‌ିବା ନେଇ ତଦନ୍ନ ଜାରି ରହିବା ସହିତ ପୋଲିସ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖୁବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି। ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଏ ଘଟଣାର ତଦନ୍ତ ନିଜେ କରୁଥ‌ିବା ବେଳେ ପୂର୍ବ ଶତ୍ରୁତା ଏବଂ ରାଜନୈତିକ ତିକ୍ତତା ଯୋଗୁଁ ଏହି ହତ୍ୟା କାଣ୍ଡ ଘଟିଥିବା କଥା ସେ କହିଛନ୍ତି। ପ୍ରକାଶ ଥାଉ କି ମୁଦଲା ଙ୍କ ତରଫରୁ ଆଇନଜିବୀ ନାରାୟଣ ମୁନି ମାମଲା ପରିଚାଳନା କରୁଛନ୍ତି।

Categories
ଆଞ୍ଚଳିକ

ଷୋହଳ ଖଣ୍ଡ ଗୋପାଳ ସମାଜର ବାଲିଛାଇରେ ନନ୍ଦ ମହୋତ୍ସବ ପାଳିତ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଷୋହଳ ଖଣ୍ଡ ଗୋପାଳ ସମାଜ ଧରାକୋଟ ତାଲୁକା ଆନୁକୂଲ୍ୟରେ ଆସିକା ବ୍ଲକ୍ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ନନ୍ଦ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଷୋହଳଖଣ୍ଡ ଗୋପାଳ ସମାଜ ବିଭିନ୍ନ ତାଲୁକାର କାର୍ଯ୍ୟକର୍ତା ଓ ସଦସ୍ୟ ଯୋଗ ଦେଇଥିଲେ। ଧରାକୋଟ ତାଲୁକାର ସଭାପତି ଶତୃଘନ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ।

ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ରାଜା ସାହେବା ସୁଲକ୍ଷଣା ଗୀତାଞ୍ଜଳୀ, ଆସିକା ବ୍ଲକ୍ ଅଧ୍ଯକ୍ଷା ତ୍ରୀବେଣୀ ନାହାକ ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବ୍ଲକ ବିଜେଡି ସଭାପତି ରାଜେଶ୍ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ତଥା ଆଇନ ଜୀବି ଦିଲ୍ଲୀପ ପାଣିଗ୍ରାହୀ, ଆଇନ ଜୀବି ନାରାୟଣ ମୁନି, ଷୋହଳ ଖଣ୍ଡ ଗୋପାଳ ସମାଜର ଜିଲ୍ଲା ସଭାପତି ନନ୍ଦକିଶୋର ମହାଙ୍କୁଡ, ଜିଲ୍ଲା ସଂପାଦକ ନାରାୟଣ ମହାଙ୍କୁଡ, ଜିଲ୍ଲା ଉପଦେଷ୍ଟା ସୁବାସ ଚନ୍ଦ୍ର ଗୌଡ ଓ ଉଲ୍ଲାସ ଗୌଡ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧୋବା ଗୌଡ, ଜିଲ୍ଲା କୋଷାଧ୍ୟକ୍ଷ ଅରୁଣ କୁମାର ଗୌଡ, ଜିଲ୍ଲା ସହସଂପାଦକ ବିଜୟ କୁମାର ଗୌଡ଼ ଓ ନରସିଂହ ଗୌଡ଼, ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ମଙ୍ଗୁଳୁଧର ସାହୁ, ସରପଞ୍ଚ ରଶ୍ମିତା ସ୍ଵାଇଁ, ସମିତି ସଭ୍ୟା ଗୀତାଞ୍ଜଳୀ ଗୌଡ, ସଂଗଠନର ଉପସଭାପତି କାମେଶ୍ଵର ଗୌଡ଼, ସଂପାଦକ ବୁଲୁ ଗୌଡ଼, ସହ ସଂପାଦକ ବିଜୟ କୁମାର ଗୌଡ଼, ଉପଦେଷ୍ଟା ସୁରେନ୍ଦ୍ରନାଥ ଗୌଡ଼, ସମୀକ୍ଷକ ସୁବାସ ଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇ ଗୋପାଳ ସମାଜର ସଂଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଇକ ଦୁର୍ଘଟଣାରେ ଦୁଇ ମୃତ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଧରାକୋଟ: ଧରାକୋଟ ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝିରେ ଆଜି କେଟିଏମ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସେଥିରେ ଯାଉଥିବା ନିକଟସ୍ଥ ନୂଆଗଡ ଗ୍ରାମର ରିଙ୍କୁ ନାୟକ ଓ ରାହୁଲ ନାୟକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଦମକଳ ବାହିନୀ ସହାୟତାରେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ କେସ ନ ୨୯୭/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆଜି ନିଜ ଗାଁ ନୂଆଗଡରୁ ଉଭୟ ରିଙ୍କୁ ଓ ରାହୁଲ କେଟିଏମ ବାଇକ ଯୋଗେ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ହାଇୱା ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ଠିକ ସେତିକି ବେଳେ ରାସ୍ତା ପାର୍ଶ୍ବରେ ଥିବା କାଦୁଅରେ ଗାଡ଼ି ଖସିଯିବା ଯୋଗୁଁ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇ ସାମ୍ନା ପଟୁ ଆସୁଥିବା ହିରୋ ବାଇକ ସହ ଧକ୍କା ହୋଇଥିଲା।

ଦୁର୍ଘଟଣାର ତୀବ୍ରତା ଅଧିକ ଥିବାରୁ ରାସ୍ତାରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।