Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ପକ୍ଷୀ ଶୀକାର କରିବା ବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଧରାପଡିଲା ଶିକାରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଶୀତଦିନ ଜାରି ରହିଥିବା ବେଳେ ଚିଲିକାରେ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି। ବନ୍ୟପ୍ରାଣୀ ବିଭାଗ ମଧ୍ୟ ପାଟ୍ରୋଲିଂ ଜାରି ରଖିଥିବା ବେଳେ ଏକାଧିକ ଶିକାରୀଙ୍କୁ ଗିରଫ କରୁଥୁବାର ଦେଖାଯାଉଛି। ଅନୁରୂପ ଭାବେ ଆଜି ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଜଣେ ଶୀକାରୀ ଧରାପଡିଛି।

ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଦୋଛିଆଁ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟସ୍ଥ ଆଲିପଡ଼ା ନାଳ ନିକଟରୁ ଜଣେ ପକ୍ଷୀ ଶୀକାରୀଙ୍କୁ ଆଜି ପୂର୍ବାହ୍ନରେ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶୀକାରୀ ନିକଟରୁ ଦୁଇ ଗୋଟି ମୃତ ବଡ଼ ବତକ ଏବଂ ଦୁଇ ଗୋଟି ମୃତ କାମ ଚଢେଇ ଜବତ କରାଯାଇଛି।

ଗିରଫ ଶୀକାରୀ ଜଣକ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅଞ୍ଚଳର କବିରାଜ ରାଉତ (୩୭)। ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୦ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି। ତେବେ ଆଗକୁ ପାଟ୍ରୋଲିଂ ଆହୁରି କଡାକଡି କରାଯିବ ବୋଲି ଚୁଡ଼ାରାଣୀ ମୁର୍ମୁ କହିଛନ୍ତି।