Categories
ଆଜିର ଖବର ରାଜ୍ୟ ଖବର

ଲଗାଣ ବର୍ଷାରେ ଜୁନାଗଡ, ଧର୍ମଗଡ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ରୁ ୩ଫୁଟ ପାଣି

 ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜଣ ଜୀବନ ବେହାଲ ହୋଇଛି। ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥର ବସୁଲ ଓ ବଣ୍ଡାକୁଟୁରା ମଝିରେ ଥିବା ହାଲେର ଜୋର ନାଳରେ ବର୍ତ୍ତମାନ ଏକ ସ୍ଥାୟି ପୋଲ ନିର୍ମାଣ କରାଯାଉଅଛି। କିନ୍ତୁ କିଛି ଦିନ ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇ ଥର ଆପ୍ରୋଚ ରୋଡ଼ ବା ଅସ୍ଥାୟୀ ପୋଲ ଭାଙ୍ଗିଯାଇ ଧୋଇ ହୋଇ ଯାଇଥିଲା।

କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ଗତ ସନ୍ଧ୍ୟା ଠାରୁ ଅସ୍ଥାୟୀ ପୋଲ ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉ ଥିବା ଦ୍ୱାରା ଯାନବାହନ ଚଲା ଚଳରେ ବାଧା ସୃଷ୍ଟି ହେଉଛି। କିଛି ଦିନ ପୂର୍ବରୁ ଗମନାଗମନ ର ସୁବିଧା ଦୃଷ୍ଟିରୁ ଯୁଦ୍ଧ କାଳୀନ ଭିତ୍ତିରେ ଏହି ନାଳ କୁ ଦୁଇ ଦୁଇ ଥର ମରାମତି କରାଯାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇ ଥିଲା , କିନ୍ତୁ ଆଜି ସେହି ପୋଲ ପୁଣି ଲଗାଣ ବର୍ଷା ଯୋଗୁଁ ଧୋଇ ହେବାକୁ ବସିଲାଣି। ଯାହାଦ୍ୱାରା ଧର୍ମଗଡ଼ ,ଜୁନାଗଡ଼, ଭବାନୀପାଟଣା ରାସ୍ତା ରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଥିବା ଜଣାଯାଇଛି। ଏହି ଏନ, ଏଚ,୧୩୦ କୁ ନିର୍ମାଣ କରୁଥିବା ସଂସ୍ଥା ର ଯନ୍ତ୍ରି ଓ ଏସ, ଡି,ଓ ଙ୍କ ଖାମଖିଆଳି ନୀତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ପ୍ରଶାସନ କିମ୍ବା ନିର୍ମାଣ କାରୀ ସଂସ୍ଥା ମଧ୍ୟ ଜାଣିବା କଥା ଯେ, ବର୍ତ୍ତମାନ ବର୍ଷା ଦିନ ଚାଲିଛି।ତେଣୁ ଭଲ ଭାବରେ ଏପ୍ରୋଚ ରୋଡ଼ ତିଆରି କରିବା କଥା କିନ୍ତୁ ଖାମ ଖିଆଲି ଭାବରେ ନିମ୍ନମାନର କାର୍ଯ୍ୟ କରୁଥିବା ଯୋଗୁଁ ବର୍ତ୍ତମାନ ବର୍ଷା ହେଲେ ବାରମ୍ବାର ଭାଙ୍ଗିଯାଉଛି ଯାହା ଫଳରେ ଲୋକଙ୍କୁ ବହୁ ଅସୁବିଧା ଭୋଗିବା କୁ ପଡୁଥିବା ବେଳେ ଜନ ଅସନ୍ତୋଷ ମଧ୍ୟ ଦେଖା ଦେଇଛି।

ବର୍ତ୍ତମାନ ଦୁଇ କି.ମି ରାସ୍ତା ପାରି ହେବା ବଦଳରେ ୨୦ ରୁ ୩୦ କି ମି ଦୂର ରାସ୍ତା ଅତିକ୍ରମ କରି ବୁଲି କି ଯିବା ଆସିବା କରିବାକୁ ପଡୁଛି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତା ମଧ୍ୟ ଦେଇ ଭାରି ଯାନ ଚଳାଚଳ କୁ ବନ୍ଦ କରି ଦିଆଯାଇଅଛି। ଯଦି ସନ୍ଧ୍ୟା ପର୍ୟ୍ୟନ୍ତ ବର୍ଷା ନ ହୁଏ ତାହା ଯାନ ବାହନ ଚଲା ଚଳରେ ସ୍ୱାଭାବିକ କରି ଦିଆଯିବ ବୋଲି ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସର ସଫଳତା, ଧର୍ମଗଡ ବ୍ୟବସାୟୀ ଘରୁ ଡକାୟତି ମାମଲାରେ ୪ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଗତ ୩୦ ତାରିଖ ମଧ୍ୟ ରାତିରେ ବ୍ୟବସାୟୀ ଦୀନେଶ ଅଗ୍ରୱାଲଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଧର୍ମଗଡ ଥାନା ପୋଲିସ। ଏସଂପର୍କରେ ଧର୍ମଗଡ ଏସଡିପିଓ ଙ୍କ କାର୍ଯ୍ୟାଳୟ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି।

ପୋଲିସ ଏନେଇ ଟିଟିଲାଗଡ ଅଂଚଳର ବାସୁ ପଟେଲ, ନେପାଳ ଜୁଆଡ, ଯୁଗେନ ପଟେଲ, କୈଳାସ ହାତୀ ନାମକ ଚାରିଜଣକୁ ଗିରଫ କରି ସେମାନଙ୍କ ଠାରୁ ୩୧ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ଭରି ସୁନା, ୪ ମଟର ସାଇକେଲ, ୬ଟି ମୋବାଇଲ ଫୋନ, ୨ଟି ଫିଙ୍ଗର ଗ୍ଲୋବ ଓ ଡକାୟତିରେ ବ୍ୟବହୃତ ଗୋଟିଏ ବୋତଲକୁ ଜବତ କରିଥିବା ସୂଚନା ଦିଆଯାଇଛି।

ଏହି ଘଟଣାରେ ସାମିଲ ଥିବା ଅନ୍ୟ ୨ଜଣ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଘଟଣାରୁ ପ୍ରକାଶ ଯେ, ଗତ ୩୦ ତାରିଖ ମଧ୍ୟ ରାତ୍ରୀରେ ଶ୍ରୀ ଅଗ୍ରୱାଲଙ୍କ ଘରେ ପଶି କେମିକାଲ ପ୍ରୟୋଗ କରି ବ୍ୟବସାୟୀଙ୍କ ମାଆ ଓ ଭଉଣୀ ଶୋଇଥିବା କୋଠରୀରୁ ୫୦ଲକ୍ଷ ଟଙ୍କା ଭର୍ତି ବେଗ ଉଠାଇ ନେଇ ଚମ୍ପଟ ମାରିଥିଲେ। ଫେରାର ଥିବା ଅନ୍ୟ ଦୁଇଜଣଙ୍କ ଗିରଫ ପରେ ଅହୁରି ସାମଗ୍ରୀ ମିଳିବାର ଆଶା ଥିବା ପୋଲିସ ସୂତ୍ରରୁ ପ୍ରକାଶ।