Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ଓଡିଶା ବିଜେପିରେ ହେବ ଭୂକମ୍ପ, ହଟିବେ ସମୀର, ମଙ୍ଗ ଧରିବେ ବିଜୟ ମହାପାତ୍ର

ଭୁବନେଶ୍ବର, ଓଡିଶା ବିଜେପିରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହେବ। ଏ ନେଇ ରାଜ୍ୟ ତଥା ଜାତୀୟ ରାଜନୈତିକ ପାଗ ବିଶେଷଜ୍ଞମାନେ ଆକଳନ କରିସାରିଲେଣି। ସେମାନଙ୍କ ତଥ୍ୟ ଅନୁସାରେ ପ୍ରଦେଶ ବିଜେପି ସଭାପତି ପଦରୁ ହଟିବେ ସମୀର ମହାନ୍ତି। ଆଉ ତାଙ୍କ ସ୍ଥାନ ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର। ଏହାର କୌଣସି ସମୟ କୁହାଯାଇ ନ ଥିଲେ ମଧ୍ୟ ଖୁବ ଶିଘ୍ର ଏପରି ଅଦଳବଦଳ ହେବ ବୋଲି କୁହାଯାଇଛି।

ତେବେ କାରଣରେ ଯାହା କୁହାଯାଇଛି, ତାହା ହେଉଛି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ବିଜେପି ସଂଗଠନ ସୁଦୃଢ ହୋଇପାରିଲା ନାହିଁ। ଓଡିଶାରେ ବିଜେପି ସଂଗଠନକୁ ସୁଦୃଢ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ବିଜେପି ଅଖଣ୍ଡ କ୍ଷମତା ପ୍ରଦାନ କଲେ। ଜିରୋରୁ ହିରୋ କଲେ। ହେଲେ ତାଙ୍କର ଅହଂ ଭାବ ଦଳକୁ ତଳିତାଳନ୍ତ କରିଦେଲା। ଏ ନେଇ କେନ୍ଦ୍ରୀୟ ବିଜେପି ନେତାମାନେ ମର୍ମେ ମର୍ମେ ଅନୁଭବ କରିସାରିଲେଣି। ଆଉ ଧର୍ମେନ୍ଦ୍ରଙ୍କ ଦ୍ବାରା ଓଡିଶା ବିଜେପି ସୁଧରିବ ନାହିଁ ବୋଲି ଜାଣିସାରିଲେଣି। ସେଥିପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ତାଙ୍କର କ୍ଷମତାକୁ ସଂକୁଚିତ କରିଦିଆଗଲା।

ଏହାର ପରବର୍ତ୍ତି ପଦକ୍ଷେପ ସ୍ବରୂପ ଧୀରେ ଧୀରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ରାଜନୀତିରୁ ମଧ୍ୟ ଦୂରେଇ ଦିଆଯିବ। ଏହାର ଏକ ସାମ୍ପୁଲ ଭାବେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମିଳିତ ଗସ୍ତରୁ ଆଭାସ ମିଳିସାରିଲାଣି। ବିନା ଧର୍ମେନ୍ଦ୍ରରେ ଅଶ୍ବିନୀଙ୍କ ଏକକୀ ଗସ୍ତ କୁଆଡେ ବେଶ୍ ଭଲ ଫଳପ୍ରଦ ହେଲା ବୋଲି ରାଷ୍ଟ୍ରୀୟ ସଂଗଠନ ଜାଣିସାରିଲେଣି। ଧର୍ମେନ୍ଦ୍ରଙ୍କୁ ବାଦଦେଲେ ରାଜ୍ୟ ବିଜେପିରେ ଏକ ନୂଆ ଆଗ୍ରହ ସୃଷ୍ଟି ହେଉଛି ବୋଲି କେନ୍ଦ୍ରୀୟ ଦଳ ଅନୁଭବ କରିଛନ୍ତି। ଫଳରେ ବର୍ତ୍ତମାନ ରାଜ୍ୟ ବିଜେପିରୁ ଧର୍ମେନ୍ଦ୍ରଙ୍କୁ ହଟାଇବାକୁ ରାଷ୍ଟ୍ରୀୟ ବିଜେପି ନିଷ୍ପତି କରିଛି।

କେବଳ ଧର୍ମେନ୍ଦ୍ର ନୁହଁନ୍ତି, ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଉପରେ ମଧ୍ୟ କେନ୍ଦ୍ରୀୟ ନେତାଙ୍କ କୋପ ଦୃଷ୍ଟି ପଡିଛି। ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠୀ ଓଡିଶାରେ ଦଳ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି ସେମାନେ ଅନୁଭବ କରିସାରିଲେଣି। ତେଣୁ ଧର୍ମେନ୍ଦ୍ରଙ୍କୁ ନିଷ୍କ୍ରିୟ କରିବା ପରେ ପରେ ତାଙ୍କ ଗୋଷ୍ଠୀକୁ ମଧ୍ୟ ଚୁପ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବ।

ପ୍ରଥମେ ପଦକ୍ଷେପ ସ୍ବରୂପ ରାଜ୍ୟ ସଭାପତି ପଦରୁ ସମୀର ମହାନ୍ତିଙ୍କୁ ହଟାଇ ଦିଆଯିବ। ତାଙ୍କ ସ୍ଥାନରେ ବିଜୟ ମହାପାତ୍ର ରାଜ୍ୟ ବିଜେପିର ଦାୟିତ୍ବ ସମ୍ଭାଳିବେ ବୋଲି କୁଆଡେ ନିଷ୍ପତି ହୋଇସାରିଛି। ଦଳ ଭିତରେ ଧର୍ମେନ୍ଦ୍ରଙ୍କ ବିରୋଧୀଙ୍କୁ ଆଗକୁ ଅଣାଯିବ। ସେମାନଙ୍କ ହାତରେ ଓଡିଶା ସଂଗଠନ ଛାଡି ଦିଆଯିବ। ତେବେ ଆକଳନ ଅନୁସାରେ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ନବକଳେବର କରାଯିବ ବୋଲି ଜଣାପଡିଛି।