Categories
ଆଜିର ଖବର ଜାତୀୟ ଖବର

ଆଜାମ ଖାନଙ୍କୁ ଆଉ ଏକ ବଡ ଝଟକା, ରଦ୍ଦ ହେଲା ପୁଅ ଅବଦୁଲ୍ଲାଙ୍କ ବିଧାନସଭା ସଦସ୍ୟତା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ଶକ୍ତିଶାଳୀ ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜାମଙ୍କ ବିଧାନସଭା ସଦସ୍ୟତା ମଧ୍ୟ ରଦ୍ଦ ହୋଇଛି। ୟୁପି ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜାମଙ୍କ ଆସନ ଖାଲି ଘୋଷଣା କରିଛି। ସୋମବାର ମୋରାଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ଏସପି ସାଧାରଣ ସମ୍ପାଦକ ଆଜାମ ଖାନ ଏବଂ ତାଙ୍କ ବିଧାୟକ ପୁଅ ଅବଦୁଲ୍ଲା ଆଜାମଙ୍କୁ ୧୫ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି।

ଅବଦୁଲ୍ଲା ଆଜାମ ରାମପୁରର ସ୍ଵାର ଆସନରୁ ବିଧାୟକ ହୋଇଥିଲେ। ପ୍ରକାଶ ଯେ, ଲୋକ ପ୍ରତିନିଧୀ ଅଧିନିୟମ କହୁଛି ଯେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ଅଯୋଗ୍ୟ କରାଯିବ ଏବଂ ଜେଲରେ ରହିବା ପରେ ଏହି ଅଯୋଗ୍ୟତା ୬ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।