Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନିଜ ଅର୍ଥରେ ଟୀକା କିଣିବା ଲାଗି ଧାର୍ଯ୍ୟ ହେଲା ମୂଲ୍ୟ: ଜାଣନ୍ତୁ କାହାର ଦର କେତେ ରହିଛି

ଭୁବନେଶ୍ବର: ଦେଶରେ ସମସ୍ତଙ୍କୁ ମାଗଣାରେ ଟୀକା ମିଳିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତଥାପି ଯେଉଁମାନେ ନିଜ ଅର୍ଥରେ କିଣି ଟୀକା ନେବାପାଇଁ ଚାହିଁବେ, ସେମାନଙ୍କ ପାଇଁ ଟୀକାର ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଟୀକା କିଣି ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି।

ସେଥିପାଇଁ ପ୍ରତି ଟୀକାକୁ ସେବ କର ଭାବେ ଲୋକଙ୍କୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡିବ। ହେଲେ ପ୍ରତ୍ୟେକ  କମ୍ପାନୀର ଟୀକା ଦର ଭିନ୍ନ ଭିନ୍ନ ରହିଛି। ପ୍ରତି ଡୋଜ ପିଛା କୋଭିସିଲ୍ଡ ଟୀକାର ମୂଲ୍ୟ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟିନିକ-ଭି ଟୀକାର ମୂଲ୍ୟ ୧୧୪୫ ଟଙ୍କା  ଏବଂ କୋଭାକ୍ସିନ ଟୀକାର ମୂଲ୍ୟ ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ପ୍ରତ୍ୟେକ ଡୋଜ ପାଇଁ ଲୋକଙ୍କୁ ୫ ପ୍ରତିଶତ ଜିଏସଟି ମଧ୍ୟ ଦେବାକୁ ପଡିବ। ସ୍ୱାସ୍ଥ୍ୟ ଓ ଅର୍ଥ ସଚିବଙ୍କ ମିଳିତ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ଟିକା ପାଇଁ କେନ୍ଦ୍ର ସରକାର ପ୍ରାୟ ୪୫ ହଜାରରୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।