Categories
ଆଜିର ଖବର ରାଜ୍ୟ ଖବର

କେଉଟ, କୈବର୍ତ୍ତ, ଧୀବର ଜାତିଙ୍କୁ ଏସ୍‌.ସି ତାଲିକାରୁ ବାଦ୍ ଦାବି: ଆନ୍ଦୋଳନ ଲାଗି ଚେତାବନୀ

ଭୁବନେଶ୍ୱର: ଅସ୍ପୃଶ୍ୟତା, ଅନଗ୍ରସରତା ଓ ତାଡ଼ନାର ଶିକାର ହେଉଥିବା ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଦେଶର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି। କିନ୍ତୁ ଦୁଃଖର ବିଷୟ, ଓଡ଼ିଶାରେ ଏମାନଙ୍କ ପାଇଁ ସଂଖ୍ୟାନୁପାତିକ ୪୦ ଭାଗ ସଂରକ୍ଷଣ ଥିଲେ ମଧ୍ୟ ତାହା ପ୍ରଶାସନର ଚକ୍ରାନ୍ତ ଦ୍ୱାରା ସିଂହଭାଗ ହଡ଼ପ ହୋଇଯାଇଅଛି।

ପ୍ରକୃତରେ ଆମେ ୪୦ ଭାଗରୁ ମାତ୍ର ୪ ଭାଗ ପାଖାପାଖି ସଂରକ୍ଷଣ ପାଇଛୁ। ଏହାର ଉଦାହରଣ ହେଉଛି କେଉଟ, କୈବର୍ତ୍ତ, ଧୀବର ଆଦି ସବର୍ଣ୍ଣ ଜାତି ଅଟନ୍ତି, ସେମାନେ ଅସ୍ପୃଶ୍ୟ ନୁହଁନ୍ତି। ଚୋରାରେ ସଂରକ୍ଷଣକୁ ହଡ଼ପ କରୁଥିଲେ। ପରେ ଚକ୍ରାନ୍ତ କରି ସରକାରଙ୍କ ସହଯୋଗରେ ପଛଦ୍ୱାର ଦେଇ ଏସ୍‌.ସି. ତାଲିକାକୁ ୨୦୦୨ ଡ଼ିସେମ୍ବରରେ ପଶି ଆସିଛନ୍ତି। ଏମାନଙ୍କ ସଂଖ୍ୟା ୨ ଲକ୍ଷ ଭିତରେ ଥିଲେ ମଧ୍ୟ ଏମାନେ ୮୦ ଲକ୍ଷ ଦଳିତମାନଙ୍କର ୮୦ଭାଗ ସୁବିଧା ସୁଯୋଗ ଲୁଣ୍ଠନ କରିଚାଲିଛନ୍ତି।

ଦୀର୍ଘଦିନ ଧରି ସେମାନଙ୍କୁ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତାଙ୍କୁ ଏସ୍‌.ସି. ତାଲିକାରୁ ବାଦ୍ ଦେଉନାହାଁନ୍ତି। ବରଂ ତାଙ୍କୁ ସାଦୃଶ କରି ରାଢି, ନିଆରି, ଘଣି ଆଦି ସାତଟି ସବର୍ଣ୍ଣ ଜାତିକୁ ଏସ୍‌.ସି ତାଲିକାରେ ସ୍ଥାନ ଦେବାଲାଗି ସୁପାରିଶ କରିଛନ୍ତି। ଏହା ଏକ ବେପାରରେ ପରିଣତ ହୋଇଗଲାଣି। ଆହୁରି ତେଲୀ, ତନ୍ତୀ, ଭଣ୍ଡାରି, ବାରିକ, ଗୁଡ଼ିଆ, କମାର, କୁମ୍ଭାର, ରଙ୍ଗଣୀ ଆଦି ବହୁ ସବର୍ଣ୍ଣ ଜାତି ଅର୍ଥ ବ୍ୟୟ କରି ଓଡ଼ିଶାର ଏସ୍‌.ସି. ତାଲିକାରେ ପଶିବା ପାଇଁ ଚକ୍ରାନ୍ତ ଚାଲିଛି।

ସେହିପରି ମାହାନ୍ତ ଓ ମେହେର ଆଦି ସବର୍ଣ୍ଣ ଜାତିମାନେ ଏସ୍‌.ସି, ଏସ୍‌.ଟି ତାଲିକାରେ ସ୍ଥାନିତ ହବା ନିମିତ୍ତ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ମେହେନ୍ତର, ଦଳିତ ବୈଷ୍ଣବ ଜାତିମାନେ ଏସ୍‌.ସି ଓ ସଅରମାନଙ୍କୁ ଏସ୍‌.ଟି ତାଲିକାରେ ସ୍ଥାନିତ କରାଯାଉ ନାହିଁ। କେଉଟ, କୈବର୍ତ୍ତ, ଧୀବର ଜାତିମାନଙ୍କ ଦ୍ୱାରା ଦଳିତ ଏବଂ ସାଧାରଣ ବର୍ଗଙ୍କ ଉପରେ ପ୍ରାୟୋଜିତ ହିଂସା ସୃଷ୍ଟି କରାଯାଉଛି। କାରଣ ସେମାନଙ୍କୁ ଏସ୍‌.ସି, ଏସ୍‌.ଟି ନିର୍ଯ୍ୟାତନା ନିବାରଣ ଆଇନ ଲାଗୁ କରାଯାଇ ପାରୁନାହିଁ।

ଏଣୁ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ସହ ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ସଂଘମାନଙ୍କର ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ଦାଣ୍ଡିମାଳ ସେବକ ସଂଘ, କାଳନ୍ଦୀ ସମାଜ, ପାସି ସମାଜ, ଭୋଇ ସମାମ, ବାଲ୍ମୀକ ସମାଜ, ପଶ୍ଚିମ ଓଡ଼ିଶାର ଲକ୍ଷେଘର ବଣ୍ଡା ସମାଜ, ଦଳିତ ଜାତିସଂଘ, ଭୀମ ଆର୍ମି ମାନଙ୍କ ତରଫରୁ ଏହି କେଉଟ, କୈବର୍ତ୍ତ, ଧୀବର ଜାତିଙ୍କୁ ତୁରନ୍ତ ଏସ୍‌.ସି ତାଲିକାରୁ ହଟାଯିବା ଏବଂ ସୁପାରିଶ ହୋଇଥିବା ରାଢି, ନିଆରି, ଘଣି ଇତ୍ୟାଦି ସବର୍ଣ୍ଣ ଜାତିର ପ୍ରସ୍ତାବକୁ ପ୍ରତ୍ୟାହାର କରିବା, ମେହେନ୍ତର, ଝୁରିଆ ଓ ଦଳିତ ବୈଷ୍ଣବମାନଙ୍କୁ ଏସ.ସି ତାଲିକାଭୁକ୍ତ କରିବା ଓ ସଅର ଜାତିକୁ ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ଦାବି କରାଯାଇଅଛି।

ଏହି କେଉଟ, କୈବର୍ତ୍ତ, ଧୀବର ଜାତିମାନଙ୍କୁ ଏସ୍‌.ସି. ସଂରକ୍ଷିତ ସରକାରୀ ଓ ଦଳୀୟ ପଦପଦବୀ ଦିଆନଯାଉ ଓ ସବର୍ଣ୍ଣମାନଙ୍କୁ ଏସ୍‌.ସି ତାଲିକାରେ ସ୍ଥାନିତ ପାଇଁ ସହଯୋଗ କରିଥିବା ସରକାରୀ କର୍ମଚାରୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

୨୦୧୫ ମସିହାରୁ କାର୍ଯ୍ୟ କରୁନଥିବା ଏସ୍‌.ସି/ଏସ୍‌.ଟି ପରାମର୍ଶଦାତା କମିଟି ରାଜ୍ୟ ସରକାର ତୁରନ୍ତ ଗଠନ କରି ଏହି ସବର୍ଣ୍ଣ ଜାତିମାନଙ୍କୁ ଏସ୍‌.ସି ତାଲିକାରୁ ବାହାର କରନ୍ତୁ। ସରକାର ଯଦି ଏହି କେଉଟ, କୈବର୍ତ୍ତ, ଧୀବରଜାତିମାନଙ୍କୁ ତୁରନ୍ତ ଅନୁସୂଚିତ ଜାତି ତାଲିକାରୁ ବାଦ୍ ନ ଦିଅନ୍ତି, ତାହେଲେ ଉପରଲିଖିତ ଅନୁଷ୍ଠାନଗୁଡ଼ିକର ୮୦ ଲକ୍ଷ ଦଳିତ ଓ ୧ ଲକ୍ଷରୁ ଅଧିକ ବନବାସୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ଓ ସରକାର ଏଥିପାଇଁ ଦାୟୀ ରହିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ପ୍ରଶାସନିକ ଅଧିକାରୀ ବନ୍ଧୁ ସେଠୀ, ଲକ୍ଷ୍ମୀଧର ବେହେରା, ରବି ସେଠୀ, ସୁନାକର ବେହେରା, ଲକ୍ଷ୍ମଣ ମଲ୍ଲିକ, ପ୍ରଦୀପ ସେଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଂରକ୍ଷଣକୁ ହଡ଼ପ କରିଥିବା ନକଲି ଏସ୍‌.ସି, କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଦିଅନ୍ତୁ ନାହିଁ ଭୋଟ

ଭୁବନେଶ୍ୱର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ହଡ଼ପ କରିଥିବା ନକଲି ଏସ୍‌.ସି. ଜାତି କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ନ ଦେବା ଓ ଦଳିତ ଆଦିବାସୀ ଗରିବ ନିସହାୟ ମହିଳାମାନଙ୍କ କଲ୍ୟାଣ ତଥା ସାମ୍ବିଧାନିକ ଅଧିକାରର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ପ୍ରାର୍ଥୀମାନଙ୍କୁ ଭୋଟ ଦେବା ପାଇଁ ଓଡ଼ିଶାର ଭୋଟର ଭାଇଭଉଣୀମାନଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ମିଳିତ ଭାବେ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀଟି ଇଂ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି, ସର୍ବଭାରତୀୟ ଅନୁସୂଚିତ ଜାତି ଓ ଜନଜାତି ସଂଘମାନଙ୍କର ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହସଭା, ଅଲ୍ ଓଡ଼ିଶା ଦଳିତ ସାମାଜିକ କଲ୍ୟାଣ ପରିଷଦ, ବାଲ୍ମିକୀ ସମାଜ, କାଳନ୍ଦୀ ସମାଜ, ପାସି ସମାଜ ଓ ଅନ୍ୟାନ୍ୟ ବହୁ ସଂଗଠନ ତରଫରୁ ଆହ୍ୱାନ କରାଯାଇଅଛି।

ଏତଦ୍‌ବ୍ୟତୀତ ନିମ୍ନଲିଖିତ ଦାବିଗୁଡ଼ିକ ରାଜ୍ୟ ସରକାର, ରାଜନୈତିକ ଦଳ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି। ରାଜ୍ୟ ସରକାର ତୁରନ୍ତ ଚକ୍ରାନ୍ତ କରି ଏସ୍‌.ସି. ତାଲିକାରେ ପଶିଆସିଥିବା କେଉଟ, କୈବର୍ତ୍ତ, ଧୀବର ଜାତିକୁ ବାଦ୍ ଦେବା ସହିତ ମେହେନ୍ତର, ଝୁରିଆ, ଦଳିତ ବୈଷ୍ଣବମାନଙ୍କୁ ସ୍ଥାନିତ କରିବା ନିମିତ୍ତ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାନ୍ତୁ। ରାଜ୍ୟ ସରାକର ଏସ୍‌.ସି. ତାଲିକାରେ ସ୍ଥାନିତ କରିବା ନିମିତ୍ତ ସୁପାରିଶ କରିଥିବା ରାଢି, ନିଆରି, ଘଣି ଇତ୍ୟାଦି ୭ଟି ସବର୍ଣ୍ଣ ଜାତିର ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ସଅର ଓ ସୌରା ଜାତିକୁ ରାଜ୍ୟ ସରକାର ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ସୁପାରିଶ କରନ୍ତୁ ଓ ମାହାନ୍ତ, ମେହେରମାନେ ଏସ୍‌.ସି, ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ଚାଲିଥିବା ଚକ୍ରାନ୍ତ ତୁରନ୍ତ ବନ୍ଦ କରାଯାଉ।

୨୦୧୫ ମସିହାରୁ କାର୍ଯ୍ୟ କରୁନଥିବା ଏସ୍‌.ସି, ଏସ୍‌.ଟି ପରାମର୍ଶଦାତା କମିଟି ରାଜ୍ୟ ସରକାର ତୁରନ୍ତ ଗଠନ କରନ୍ତୁ। ଏସ୍‌.ସି. ସଂରକ୍ଷଣକୁ ଚୋରି କରି ମନ୍ତ୍ରୀ ହୋଇଥିବା ତୁଷାରକାନ୍ତି ବେହେରାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ହଟାଯାଉ ଓ ଏସ୍‌.ସି, ଏସ୍‌.ଟି କଲ୍ୟାଣ କମିଟିରୁ ଶଶୀଭୂଷଣ ବେହେରାଙ୍କୁ ବହିଷ୍କାର କରାଯାଉ।

ସେହିପରି ରାଜନୈତିକ ଦଳର ସଭାପତିମାନେ ରଙ୍କ ବେହେରା ଓ ବିଭୂ ତରାଇଙ୍କୁ ଏସ୍‌.ସ୍ ସେଲ୍‌ର ମୁଖ୍ୟ ପଦରୁ ବହିଷ୍କାର କରନ୍ତୁ। ଏସ୍‌.ସି., ଏସ୍‌.ଟି ବିରୋଧୀ କାର୍ଯ୍ୟ ନିମନ୍ତେ ନିର୍ଯ୍ୟାତନା ସୁରକ୍ଷା ଆଇନ ଅନୁସାରେ ଚାକିରୀରୁ ବହିଷ୍କାର କରାଯାଉ। ଏସ୍‌.ସି, ଏସ୍‌.ଟି.ମାନଙ୍କୁ ବିଚାର ବିଭାଗ, ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଶିକ୍ଷା ଓ ଉଚ୍ଚଶିକ୍ଷା ଏବଂ ଉଚ୍ଚ ପଦପଦବୀ ଆସି ସବୁସ୍ତରରେ ୪୦ଭାଗ ସଂରକ୍ଷଣ ଲାଗୁ କରାଯାଉ ଓ ଆର୍ଥିକ ବାଧକତାର ସୀମାକୁ ବର୍ଦ୍ଧିତ କରାଯାଉ। ଓ.ବି.ସି.ମାନଙ୍କୁ ରାଜ୍ୟ ସରକାର ସିଡ୍ୟୁଲ୍‌-୯ ଅନୁସାରେ ସଂରକ୍ଷଣ ଦେବାର ବ୍ୟବସ୍ଥା କରନ୍ତୁ। ଶେଷରେ ଏସ୍‌.ସି, ଏସ୍‌.ଟି ନିର୍ଯ୍ୟାତନା ନିବାରଣ ଆଇନ୍‌କୁ ତୁରନ୍ତ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହିତ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମିତ୍ତ ଦାବି କରାଯାଇଅଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା, ଅଶୋକ ନାୟକ, ଦିବାକର ମଲ୍ଲିକ, ଗୋପାଳ ନାୟକ, ଶର୍ମିଷ୍ଠା ସ୍ୱାଇଁ, ଦାମୋଦର ମଲ୍ଲିକ, କାହ୍ନୁଚରଣ ସେଠୀ ଓ ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ବହୁ ସମାଜସେବୀ ଯୋଗ ଦେଇଥିଲେ।