Categories
ଆଞ୍ଚଳିକ

ବାଣପୁର: ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ଯାତ୍ରୀବାହୀ ଅଟୋ ସହ ବେପାରୀ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ଏକ ଯାତ୍ରୀବାହି ଅଟୋ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅଙ୍ଗାରଗାଁ ବୋରିଆ ସାହି ଅଞ୍ଚଳର ତ୍ରିନାଥ ବିଶ୍ୱାଳ (୩୩) ବୋଲି ଜଣାପଡିଛି।

ତ୍ରିନାଥ ଦୀର୍ଘ ଦୁଇ ବର୍ଷ ହେଲା ବାଣପୁର ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଜାରି ରଖିଥିବା ବେଳେ ଆଜି ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କ ଉପରେ ଅବକାରୀ ବିଭାଗ ପୁର୍ବରୁ ନଜର ରଖିଥିବା ବେଳେ ଆଜି ଚଢ଼ାଉ କରି ଗିରଫ କରିଛି।

ସମୁଦାୟ ୩୬ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏବଂ ଟାଙ୍ଗୀ ରେଞ୍ଜ ଓ ବାଲୁଗାଁ ଅବକାରୀ ଅଧିକାରୀ ଓ କର୍ମଚାରୀ ମାନେ ଉକ୍ତ ଚଢ଼ାଉରେ ସାମିଲ ଥିଲେ।