Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ବିଦ୍ୟୁତ ବିଲ୍ ଦେଇ ଟଙ୍କା ଅସୁଲି ଅଭିଯୋଗ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ଅଂଚଳରେ ମିଥ୍ୟା ଇଲେକ୍ଟ୍ରିବିଲ୍ ଦେଇ ଟଙ୍କା ଅସୁଲି କରୁଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ ଯେ, ରେଢାଖୋଲ ଥାନା ବୁର୍ଡା ପଂଚାୟତ କାଣ୍ଡତଏଲା ଗ୍ରାମରେ କେତେଜଣ ଅଜଣା ଲୋକ ଘରକୁ ଘର ବୁଲି ନକଲି ଇଲେକ୍ଟ୍ରବିଲ୍ ଦେଇ ଟଙ୍କା ଅସୁଲି କରୁଥିବା ଜଣା ପଡିଛି। ଗ୍ରାମର ଉର୍ମିଳା ପୁଷ୍ପା ଖାଡିଆ, ତେରନୁସ୍ କାଣ୍ଡୁଲିନା ପ୍ରମୁଖ ବିଦ୍ୟୁତ୍ ବିଭାଗର ଏସ୍‌ଡିଓ ଙ୍କ ପାଖରେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗ ରେଢାଖୋଲ ଥାନାରେ ଜଣାଇବା ପରେ ପୋଲିସ୍ ଏହାର ତଦନ୍ତ କରୁଥିବା ଜଣା ପଡିଛି। ଗ୍ରାମାଂଚଳର ଜନସାଧାରଣ ଏ ଦିଗରେ ସଚେତନ ରହିବାକୁ ପୋଲିସ୍ ପରାମର୍ଶ ଦେଇଛି।