Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ କାରଖାନା ଠାବ, ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଇଞ୍ଜିନିୟରିଂ ସ୍କୁଲ ନିକଟସ୍ଥ ଏକ ହୋଟେଲ ଗୃହରେ ନକଲି ବିଦେଶୀ ମଦ ପ୍ରସ୍ତୁତି ଖବର ପାଇ ପୋଲିସ ଆତର୍କିତ ଭାବେ ଚଢ଼ାଉ କରି ସଫଳତା ପାଇଛି। ଉକ୍ତ ଘରେ ଚଢ଼ାଉ କରି ପୋଲିସ ୩ ଜଣ ଯୁବକ ଯଥା ଭଗବାନ ବେହେରା, ତାପସ ସାହୁ ଓ ଅମିତ୍ ଦାସ ସମସ୍ତେ ମିଶି ନକଲି ବିଦେଶୀ ମଦ ପ୍ରସ୍ତୁତି କରୁଥିବା ବେଳ ସେମାନଙ୍କ ନିକଟରୁ ୯୫ ଲିଟର ନକଲି ବିଦେଶୀ ମଦ ପ୍ରସ୍ତୁତି କରୁଥିବା ଅବସ୍ଥାରେ ଧରା ପଡ଼ିଥିଲେ। ମହଜୁଦ ମଦ ସବୁ ନକଲି ବୋଲି ସେମାନେ ରାଜି ହୋଇଥିଲେ।

ପୋଲିସ ଉକ୍ତ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନକଲି ବିଦେଶୀ ମଦ କୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ ଜବତ: ୧୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚିକିଟି ଅବକାରୀ ଅଂଚଳରେ ଏକ ନକଲି ମଦ କାରଖାନା ଉପରେ ଚଢ଼ାଉ ହୋଇ ବିପୁଳ ନକଲି ମଦ ଜବତ ସହ ଅନ୍ୟାନ୍ୟ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ଆଜି ଚିକିଟି ଓଆଇସି, ଗୋଳନ୍ଥରା ଓଆଇସି ମିଳିତ ଭାବେ ବରଡ଼ା ଗ୍ରାମରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ସେଠାରେ ଏକ ନକଲି ମଦ କାରଖାନା ଚାଲିଥିବା ଜଣାପଡ଼ିଥିଲା। ନକଲି ମଦ ପ୍ରସ୍ତୁତି ଅଭିଯୋଗରେ ଗ୍ରାମର ଏନ୍‌. ତୁଳସେୟା ରେଡ଼ିକୁ ଗିରଫ କରାଯାଇଥିଲା। ସେଠାରୁ ୭୧.୪୬୦ ଲିଟର ବିଦେଶୀ ମଦ ସହ ୭.୩୮୦ ବିଏର ନକଲି ମଦ, ୧୭.୨୮୦ ବିଦେଶୀ ମଦ ଏବଂ ୪୬.୮୦୦ ଲିଟର ବିଏର ଜବତ ହୋଇଛି। ଚିକିଟି ଅବକାରୀ ବିଭାଗ ପକ୍ଷରୁ ୮୦/୨୧ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇଛି।

ସେହିପରି ଅବକାରୀ ବିଭାଗ ପକ୍ଷରୁ ପାକଲାପଲ୍ଲୀ, ଗଣ୍ଡାପଲ୍ଲୀ, ଜଗନ୍ନାଥପୁର ଏରୋଗଲା କେମ୍ପ ଉପରେ ଚଢ଼ାଉ ହୋଇ ୫୦୦୦ ଲିଟର ପୋଚ ନଷ୍ଟ କରାଯିବା ସହ ୧୦୦୦ ଲିଟର ମଦ ଜବତ ହୋଇଛି। ବେଆଇନ ମଦ ପ୍ରସ୍ତୁତି ଅଭିଯୋଗରେ ୧୦ ଜଣକୁ ପୋଲିସ୍ ଗିରଫ କରିଛି।