Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା: ହାତରୁ ଖସିଲା ୭ ଟି ନଗର ନିଗମ

ଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ସହରାଞ୍ଚଳ ନିର୍ବାଚନରେ ​​ବିଜେପିକୁ ବଡ ଝଟକା ଲାଗିଛି। ବିଜେପି ହାତରୁ ୭ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଚାଲିଯାଇଛି। ସେଥିମଧ୍ୟରୁ ୫ ଟି କଂଗ୍ରେସ ଜିତିଛି। ଗୋଟିଏ ଆମ୍ ଆଦମୀ ପାର୍ଟିର ଆକାଉଣ୍ଟକୁ ଯାଇଥିବା ବେଳେ ଅନ୍ୟଟିରେ ବିଜେପିର ବିଦ୍ରୋହୀ ସ୍ଵାଧୀନ ପ୍ରାର୍ଥୀ ମେୟର ପଦ ଜିତିଛନ୍ତି। କ୍କୌଣସି ସ୍ଥାନରେ ଭୁଲ ହୋଇଛି ବୋଲି ବିଜେପି ମଧ୍ୟ ସ୍ୱୀକାର କରୁଛି। ଦଳର ରାଜ୍ୟ ସଭାପତି ଭି.ଡି ଶର୍ମା କହିଛନ୍ତି ଯେ, ଏହା ଏକ ଚିନ୍ତାର ବିଷୟ। ଆମେ ନିଶ୍ଚିତ ଭାବରେ ବିଚାର କରିବୁ।

ନଗର ନିଗମ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟର ୧୬ ଟି ପୌରାଞ୍ଚଳ ଦଖଲରେ ଥିବା ବିଜେପିର ହାତରୁ ୭ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଚାଲିଯାଇଛି। କଂଗ୍ରେସ ଶୂନରୁ ୫ କୁ ବୃଦ୍ଧି ପାଇଛି।