Categories
ଆଞ୍ଚଳିକ

ନିର୍ବାଚନ ଫଳାଫଳ ପରେ ବିଜୟ ଉତ୍ସବ ପାଳନ କଲା ବାଣପୁର ନଗର ମଣ୍ଡଳ ବିଜେପି

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଚାରି ଗୋଟି ରାଜ୍ୟ ଯଥା ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ୩ ଗୋଟି ରାଜ୍ୟରେ ବାଜିମାତ କରିଛି ବିଜେପି। ଏହି ପ୍ରରିପ୍ରେକ୍ଷୀରେ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ନଗର ମଣ୍ଡଳ ବିଜେପି ଆଜି ବିଜୟ ଉତ୍ସବ ପାଳନ କରିଛି। ଏହାକୁ ନେଇ ସାରା ଦେଶରେ ବିଜେପି କର୍ମୀ ଖୁସି ମନାଉଥିବା ବେଳେ ବାଣପୁର ନଗର ମଣ୍ଡଳ ବିଜେପି ତରଫରୁ ମଧ୍ୟ ଉକ୍ତ ଉତ୍ସବ ପାଳନ କରାଯାଇଛି।

ସଂନ୍ଧ୍ୟାରେ ବିଜେପି ନଗର ମଣ୍ଡଳ ସଭାପତି, କାର୍ଯ୍ୟକାରୀ ସଭାପତି, ସମସ୍ତ ନିର୍ବାଚିତ କାଉନସିଲର ଏବଂ କର୍ମକର୍ତ୍ତା ମାନେ ମା’ ଭଗବତୀ ମନ୍ଦିର ସମ୍ମୁଖରେ ବାଜା ବଜାଇ, ବାଣ ଫୁଟାଇ, ମିଠା ବାଣ୍ଟି ଉକ୍ତ ବିଜୟ ଉତ୍ସବ ପାଳନ କରିଥିଲେ। ଅନୁରୂପ ଭାବେ ମା’ ଙ୍କ ନିକଟରେ ଦୀପ ଦାନ ମଧ୍ୟ କରିଥିଲେ ବିଜେପି କର୍ମୀ।

ଏହି ଅବସରରେ ସମସ୍ତ ବିଜେପି କର୍ମୀମାନେ ବାଜାର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଥିଲା।

Categories
ଆଞ୍ଚଳିକ

ବାଣପୁର ନଗର ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟ ସମିତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି।

ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ଆଜି ବାଣପୁର ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟ ସମିତି ବୈଠକ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଆଦି ଯୋଗଦେଇ ସଂଗଠନକୁ କିପରି ଆହୁରି ସୁଦୃଢ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧରଣ ସମ୍ପାଦକ ଶ୍ରୀ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେବା ସହ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ସାଧରଣ ନିର୍ବାଚନରେ ଚିଲିକାବାସୀ ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ମତ ରଖିଥିଲେ।

ମା’ ଭଗବତୀ ମନ୍ଦିର ଓ ବାଣପୁରର ଉନ୍ନତି ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟକୁ ପ୍ରଶାସନ ଜନସଭା ମାଧ୍ୟମରେ କରିବା ପାଇଁ ଆହ୍ୱାନ ଦେଇଥିଲେ ଶ୍ରୀ ହରିଚନ୍ଦନ। ଯଦି ଏଥିରୁ ବିଚ୍ୟୁତି ହୁଏ ତେବେ ବିଜେପି ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ପଚାଇବା ନାହିଁ ବୋଲି କହିଥିଲେ ଶ୍ରୀ ହରିଚନ୍ଦନ।

ସେହିପରି ଭାବେ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀମାନଙ୍କୁ ୫ ଗୋଟି ମନ୍ତ୍ର ଦେଇଥିଲେ ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ପାତ୍ର। ଉକ୍ତ ସଭାରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବାଣପୁର ବିଜେପି ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ପରିଡ଼ା, ଏନଏସିର ସମସ୍ତ ନିର୍ବାଚିତ ବିଜେପି କାଉନସିଲର ଏବଂ ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।