Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ପରାଜିତ ହୋଇଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୩ ଭୋଟ ବ୍ୟବଧାନରେ ମମତା ପରାସ୍ତ ହୋଇଛନ୍ତି। କିନ୍ତୁ ପୂର୍ବରୁ ମମତା ନନ୍ଦୀଗ୍ରାମ ଆସନରୁ ୧୨୦୦ ଭୋଟ ବ୍ୟବଧାନରେ ଜିତିଥିବା କୁହାଯାଉଥିଲା।

Categories
ଆଜିର ଖବର ଜାତୀୟ ଖବର

ମମତାଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ନଥିଲା, ବରଂ ଏହା ଏକ ଦୁର୍ଘଟଣା ଥିଲା: ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ

କଲିକତା: ନନ୍ଦୀଗ୍ରାମ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଆହତ ହେବା ପରେ ନିଜେ ମମତା ଏବଂ ତୃଣମୂଳ କଂଗ୍ରେସର ଦଳୀୟ ନେତା ବିରୋଧୀଙ୍କ ଉପରେ ଆରୋପ ଲଗାଇଥିଲେ। ସେମାନେ ଅଭିଯୋଗ କରି ବିଜେପି ଏହା କରିଛି ବୋଲି କହିଥିଲେ। ଏନେଇ ନିର୍ବାଚନ କମିଶନ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ବାଚନ ପର୍ଯ୍ୟବେକ୍ଷକ ତଦନ୍ତ କରି, ଏହା ଯୋଜନା ବଦ୍ଧ ଆକ୍ରମଣ ନଥିଲା ବରଂ ଏହା ଏକ ଦୁର୍ଘଟଣା ଥିଲା ବୋଲି କୁହାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ଯାଳୟ ଏକ ବିଶେଷ ସୂତ୍ରର ଜଣାପଡିଛି ଯେ, ମୁଖ୍ୟ ପର୍ଯ୍ୟବେକ୍ଷକ ଅଜୟ ନାୟକ ଏବଂ ନିର୍ବାଚନ ପାଇଁ ନିୟୋଜିତ ଥିବା ମୁଖ୍ୟ ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଏହି ରିପୋର୍ଟରେ କୁହାଯାଇଛି ଯେ, ୧୦ ମାର୍ଚ୍ଚକୁ ମମତାଙ୍କ ଦ୍ଵାରା ନାମାଙ୍କନ ପତ୍ର ଦାଖଲ ପରେ ପୂର୍ବ ମିଦନାପୁର ଜିଲ୍ଲାର ନନ୍ଦୀଗ୍ରାମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁଲିୟା ବଜାରରେ ଏହି ଘଟଣା ଅଚାନକ ହୋଇଥିଲା। ହେଲେ ଏହାକୁ ଏକ ଷଡଯନ୍ତ୍ର ବୋଲି କୁହାଯାଉଥିଲା।

ରିପୋର୍ଟରେ କୁହାଯାଇଛି ଯେ, ଏହି ଘଟଣା ହଠାତ ହୋଇଥିଲା, ଯେଉଁଥିରେ ମମତା ବାନାର୍ଜୀ ଆହାତ ହୋଇଥିଲେ। ଏହା କୌଣସି ଯୋଜନାବଦ୍ଧ ନଥିଲା, ବରଂ ଏହା ଏକ ଦୁର୍ଘଟଣା ଥିଲା। ଏହି ରିପୋର୍ଟରେ ମମତାଙ୍କ ସୁରକ୍ଷାରେ ଥିବା ସୁରକ୍ଷାକର୍ମୀଙ୍କ ଏକ ବଡ ବିଫଳତା ବୋଲି ମଧ୍ୟ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ତୃଣମୂଳ ଏବଂ ବିଜେପିର ଲଢାଇ ମଧ୍ୟରେ ମହାପଞ୍ଚାୟତ କରିବେ କୃଷକ ନେତା ରାକେଶ

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢାଇ ଜାରି ରହିଛି। ହେଲେ ସେହି ଦୁଇ ଦଳର ରାଜନୈତିକ ଲଢାଇ ମଧ୍ୟରେ କୃଷକ ନେତା ରାକେଶ ଟିକେତ ମଧ୍ୟ ନନ୍ଦୀଗ୍ରାମରେ ମହାପଞ୍ଚାୟତ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସେ ନନ୍ଦୀଗ୍ରାମରେ ଭ୍ରମଣ କରୁଛନ୍ତି। ଏହି ନନ୍ଦୀଗ୍ରାମ ଆସନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ସେହି ବିଧାନସଭା ଆସନ ପାଇଁ ତୃଣମୂଳ କଂଗ୍ରେସର ବିଧାୟକ ରହିଥିବା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ନାମାଙ୍କାନ ପତ୍ର ଦାଖଲ କରିଛନ୍ତି।

ତେବେ ରାକେଶ ଟିକେତ କଲିକତାରୁ ନନ୍ଦୀଗ୍ରାମ ଯିବା ପୂର୍ବରୁ ତୃଣମୂଳ କଂଗ୍ରେସର ନେତାମାନଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ତିନି କୃଷକ ଆଇନ ଯୋଗୁଁ ବିଜେପିକୁ ବିରୋଧ କରୁଥିବା ଏହି କୃଷକ ନେତାଙ୍କ ମହାପଞ୍ଚାୟତ ଦ୍ଵାରା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କି ପ୍ରଭାବ ପକାଉଛି, ଦେଖିବା ବାକି ରହିଲା।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କୁ ଆକ୍ରମଣ ଘଟଣା: ପ୍ରତ୍ୟକ୍ଷଦର୍ଶୀ ଦେଲେ ଏଭଳି ବୟାନ

କଲିକତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ମମତାଙ୍କ ଗୋଡରେ ଆଘାତ ଲାଗିଥିଲା, ଯାହାଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ କଲିକତା ପଠାଯାଇଥିଲା। ସେଥିପାଇଁ ମମତାଙ୍କ ସବୁ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି। କେତେଜଣ ଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ବୋଲି ଦିଦି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଦିଙ୍କୁ କିଛି ଲୋକ ଧକ୍କା ଦେଇଥିଲେ ଏବଂ ପୁଣି ବଳପୂର୍ବକ ତାଙ୍କ କାରର କବାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଘଟଣାସ୍ଥଳରେ ଥିବା କିଛି ଲୋକଙ୍କ କହିବା ଅନୁଯାୟୀ, ମମତାଙ୍କ କାର ସାମ୍ନାରେ ତାଙ୍କୁ ଦେଖିବା ପାଇଁ ଧୀରେ ଧୀରେ ଲୋକଙ୍କ ଭିଡ ବଢିବାରେ ଲାଗିଥିଲା। ଅଧିକ ଭିଡ ଯୋଗୁଁ ମମତା ବାନାର୍ଜୀଙ୍କ ଗୋଡ କାରର କବାଟରେ ଫସି ଯାଇଥିଲା। ଯାହାଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା।

ତେବେ ଏହି ଘଟଣାରେ ନିର୍ବାଚନ କମିଶନର ପୋଲିସଠାରୁ ଉତ୍ତର ମାଗିଛନ୍ତି। ଏହାର ତଦନ୍ତ କରି ଆସନ୍ତାକାଲି ସନ୍ଧ୍ୟା ୫ ଟା ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।