Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ସୁଟିଂ ବେଳେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ, ଆଜି ହେଲା ଅପରେସନ

ଭୁବନେଶ୍ବର: ବଲାଙ୍ଗୀରରେ ଗତକାଲି ସୁଟିଂ ଚାଲିଥିବା ବେଳେ ଏକ ଘୋଡା ଉପରୁ ପଡି ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ଉପରେ ପ୍ରବଳ ଆଘାତ ଲାଗିଛି। ସ୍ଥାନୀୟ ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଇଛି। ପରୀକ୍ଷା ପରେ ଜଣାପଡିଲା ଯେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଛି। ଗତକାଲି ପ୍ଲାଷ୍ଟର କରିବା ପରେ ଆଜି ତାଙ୍କର ଅପରେସନ ହୋଇଥିବାର ଜଣାପଡିଛି।

ବଲାଙ୍ଗୀରରେ ଶ୍ରୀତମ ନବକଳେବର ଚଳଚିତ୍ରର ସୁଟିଂ କରୁଥିଲେ। ସେ ଏହି ଚଳଚିତ୍ରରେ ଶ୍ରୀ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଘୋଡାରେ ଯିବାର ଏକ ଦୃଶ୍ୟ ଥିଲା। ସେଥିପାଇଁ ସେ ଘୋଡା ଉପରେ ବସି ସୁଟିଂ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଘୋଡା ଉପରୁ ପଡିଯାଇଥିଲେ। ଶ୍ରୀତମଙ୍କ ଏପରି ଅବସ୍ଥା ପରେ ସେଠାରେ ସୁଟିଂ ବନ୍ଦ ରହିଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସର ନବକଳେବର: ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଦଳ ଓ ନିଯୁକ୍ତି

ଖୋର୍ଦ୍ଧା: ନୂଆବର୍ଷରେ ଖୋର୍ଦ୍ଧା ଜିଲ୍ଲା ପୋଲିସର ଏସଆଇ ଏବଂ ଏଏସଆଇ ସ୍ତରରେ ଏକ ବଡଧରଣର ଅଦଳବଦଳ ହୋଇଛି। ବିଭିନ୍ନ ଥାନାରେ ଖାଲି ପଦବୀ ପୂରଣ, ଆବଶ୍ୟକତା ଏବଂ ଉତ୍ତମ ଜନସେବା ଦୃଷ୍ଟିରୁ ଉକ୍ତ ଅଦଳବଦଳ ଏବଂ ନିଯୁକ୍ତି ହୋଇଥିବାର ଜଣାପଡିଛି।  ଏ ନେଇ ଆଜି ଖୋର୍ଦ୍ଧା ଏସପି ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବଦଳି ଓ ନିଯୁକ୍ତି ନିର୍ଦ୍ଦେଶନାମା ଜାରି କରାଯାଇଛି।

ବଦଳି ଓ ନିଯୁକ୍ତି ହୋଇଥିବା ଅଧିକାରୀଙ୍କ ନାମ ଓ ଥାନା:

୧. ରିଜର୍ଭ ଏସଆଇ ପ୍ରତାପ ଚନ୍ଦ୍ର ପୁହାଣଙ୍କ ବାଙ୍କୋଇ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି।

୨. ରିଜର୍ଭ ଏସଆଇ ଲିଙ୍ଗରାଜ ସିଠଙ୍କ ଟାଙ୍ଗୀ ଥାନାକୁ ନିଯୁକ୍ତି।

୩. ରିଜର୍ଭ ଏସଆଇ ଅକ୍ଷୟ କୁମାର ପ୍ରଧାନଙ୍କ ଡ଼ିଆଇବି ରେ ନିଯୁକ୍ତି।

୪. ରିଜର୍ଭ ଏସଆଇ ବସନ୍ତ କୁମାର ମିଶ୍ରଙ୍କ ବାଣପୁର ଥାନାକୁ ନିଯୁକ୍ତି।

୫. ରିଜର୍ଭ ଏସଆଇ ରବୀନ୍ଦ୍ରନାଥ ଗୌଡ଼ଙ୍କ ବାଣପୁର ଥାନାକୁ ନିଯୁକ୍ତି।

୬. ରିଜର୍ଭ ଏସଆଇ ଅଭୟ କୁମାର ରାଉତଙ୍କ ସିକୋ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି।

୭. ରିଜର୍ଭ ଏସଆଇ ଶେଖ ମୁଜିବର ରେହମାନଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ନିଯୁକ୍ତି।

୮. ରିଜର୍ଭ ଏସଆଇ ଅକ୍ଷୟ କୁମାର ବରାଳଙ୍କ ଆଦର୍ଶ ଥାନାରେ ନିଯୁକ୍ତି।

୯. ରିଜର୍ଭ ଏଏସଆଇ ପ୍ରସନ୍ନ କୁମାର ଦଳେଇଙ୍କ ବୋଲଗଡ଼ ଥାନାରେ ନିଯୁକ୍ତି।

୧୦. ବାଣପୁର ଥାନା ଏସଆଇ ବସନ୍ତ ପଟ୍ଟନାୟକଙ୍କ ନିରାକାରପୁର ଥାନାକୁ ବଦଳି।

୧୧. ବାଣପୁର ଥାନା ଏସଆଇ ଚନ୍ଦନ କୁମାର ଦାସଙ୍କ ବାଘମାରି ଥାନାକୁ ବଦଳି।

୧୨. ନିରାକାରପୁର ଥାନା ଏଏସଆଇ ହାଡିବନ୍ଧୁ ନାୟକଙ୍କ ଟାଙ୍ଗୀ ଥାନାକୁ ବଦଳି।

୧୩. ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଐକ ଙ୍କ ଜଙ୍କିଆ ଥାନାକୁ ବଦଳି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ମନୋରଂଜନ ରାଜ୍ୟ ଖବର

ଭୁବନେଶ୍ବରରେ ମଞ୍ଚସ୍ଥ ହେବ ନାଟକ ‘ନବକଳେବର’, ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ନେଇ ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ‘ନବକଳେବର’। ସାଇ ଶ୍ରଦ୍ଧା ପ୍ରଡକ୍ସନ ଟ୍ରଷ୍ଟ ଦ୍ବାରା ପ୍ରସ୍ତୁତ ଏହି ନାଟକଟି ଆସନ୍ତା ନଭେମ୍ବର 4 ତାରିଖରୁ ତିନିଦିନ ଧରି ଚାଲିବ। ଏହି ନାଟକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ଜଣାପଡିଛି।

ଏହି ନାଟକଟି ବିନି ସାମଲ ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଓଡିଶାର ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ। ସେହିପରି ଓହି ନାଟକଟି ରଚନା କରିଛନ୍ତି ଶଙ୍କର ତ୍ରିପାଠୀ। ସେହିପରି ସଂଗୀତରେ ସଜାଇଛନ୍ତି ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ। ଏହି ନାଟକରେ ଓଡିଆ ଚଳଚିତ୍ର ଅଭିନେତ୍ରୀ ଉଶାଷୀ ମିଶ୍ର ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।