Categories
ଆଜିର ଖବର ଜାତୀୟ ଖବର

ଶେଷରେ ନବଜୋତ ସିଂ ସିଦ୍ଧୁ ହେଲେ ପଂଜାବ କଂଗ୍ରେସର କ୍ୟାପେଟନ, ସଭାପତି ଭାବେ ନିଯୁକ୍ତ

ନୂଆଦିଲ୍ଲୀ, ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ହାଇକମାଣ୍ଡ ରବିବାର ଦିନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ମନୋନିତ କରିଛନ୍ତି। ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତୃତ୍ୱ ମଧ୍ୟ ଚାରିଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି। ଏଥିପାଇଁ କଂଗ୍ରେସ ନେତା କେ ସି ବେଣୁଗୋପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପଞ୍ଜାବ କଂଗ୍ରେସର ଯେଉଁମାନେ କାର୍ଯ୍ୟକାରୀ ସଭାପତି ଭାବରେ ମନୋନିତ କରାଯାଇଛି ସେମାନେ ହେଲୋେ ସାଙ୍ଗତ ସିଂ, ପୱନ ଗୋୟଲ, କୁଲଜିତ ସିଂ ନାଗ୍ରା ଏବଂ ସୁଖବିନ୍ଦର ସିଂ ଡାନି। ଏହା ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରହିବେ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ହେଲେ ଦଳୀୟ ସଂଗଠନର ନିୟନ୍ତ୍ରଣ ସିଦ୍ଧୁଙ୍କ ହାତରେ ରହିବ।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ କଂଗ୍ରେସର ବିବାଦ ମଧ୍ୟରେ ବାହାରିଲା ନୂଆ ସୂତ୍ର: ସିଦ୍ଧୁ ହୋଇପାରନ୍ତି ପ୍ରଦେଶ ମୁଖ୍ୟ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗିରହିଛି। ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ମନାନ୍ତର ଜାରି ରହିଛି। ହେଲେ ଏହା ଭିତରେ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଏକ ବଡ ବୟାନ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ମନାନ୍ତର ଶେଷ କରିବା ପାଇଁ ଏକ ନୂଆ ସୂତ୍ର ବାହାର କରିଛନ୍ତି। କ୍ୟାପଟେନ ଅମରୀନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଜାରି ରଖିବେ ଏବଂ ସିଦ୍ଧୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ। ଏହାସହିତ ଦୁଇଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତି ପାଇବେ। ସେମାନେ ହିନ୍ଦୁ ଆଉ ଦଳିତ ସମ୍ପ୍ରଦାୟର ହୋଇଥିବେ। ଏହାକୁ ନେଇ ଖୁବଶୀଘ୍ର ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯିବ।