Categories
ଅପରାଧ ବିଶେଷ ଖବର

ସାଂସଦ ନବନୀତ୍ ରାଣାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ: ହୋଇପାରନ୍ତି ଗିରଫ, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇ: ମହାରାଷ୍ଟ୍ରର ଅମ୍ରାବତୀ ସାଂସଦ ନବନୀତ୍ ରାଣାଙ୍କ ସମସ୍ୟା ସମାପ୍ତ ହେବାର ନାମ ନେଉନାହିଁ। ମୁମ୍ବାଇର ଶିଭଡି କୋର୍ଟ ନବନୀତ୍ ରାଣାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏହି ୱାରେଣ୍ଟକୁ କାର୍ଯ୍ୟକାରୀ କରିବାକୁ କୋର୍ଟ ମୁଲୁଣ୍ଡ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିପାଇଁ ଦିୱାଲୀ ଅବସରରେ ନବନୀତ୍ ରାଣାଙ୍କ ଉପରେ ଗିରଫର ଖଣ୍ଡା ଝୁଲୁଛି। ଶିଭଡି କୋର୍ଟ ଦ୍ଵାରା ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟ ମାମଲାରେ ସାଂସଦ ନବନୀତ୍ ରାଣାଙ୍କ କୌଣସି ସରକାରୀ ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।

ସାଂସଦ ନବନୀତ୍ ରାଣାଙ୍କ ଉପରେ ଅଭିଯୋଗ ହୋଇଛି ଯେ, ସେ ତାଙ୍କ ନିର୍ବାଚନ ଆଫିଡେଭିଟରେ ଯୋଡିଥିବା ଜାତି ପ୍ରମାଣପତ୍ର ନକଲି। ଶିବସେନାର ପୂର୍ବତନ ସାଂସଦ ଆନନ୍ଦରାଓ ଅଡସୁଲ ଏବଂ ସୁନୀଲ ଭାଲେରାଓ ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚି ସାରିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ୨୦୨୧ ମସିହାରେ ହାଇକୋର୍ଟ ନବନୀତ୍ ରାଣାଙ୍କ ଜାତି ପ୍ରମାଣପତ୍ରକୁ ବାତିଲ କରିଦେଇଥିଲେ। ଏହି କାରଣରୁ ତାଙ୍କର ଲୋକସଭା ସଦସ୍ୟତା ବିପଦରେ ପଡିଥିଲା। ତେବେ ନବନୀତ୍ ରାଣା ସୁପ୍ରିମକୋର୍ଟରେ ମୁମ୍ବାଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପରେ ସୁପ୍ରିମକୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି।

ନକଲି ଜାତି ପ୍ରମାଣପତ୍ର ମାମଲାରେ ସାଂସଦ ନବନୀତ୍ ରାଣାଙ୍କ ପରିବାର ସଦସ୍ୟ ମଧ୍ୟ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ନକଲି ଜାତିର ପ୍ରମାଣପତ୍ର ପାଇବା ପାଇଁ ନବନୀତ୍ଙ୍କ ବାପା ସ୍କୁଲ ଆଡମିସନର ମିଥ୍ୟା ଦଲିଲ ତିଆରି କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଶିବଡି କୋର୍ଟ ଦ୍ଵାରା ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟକୁ ନେଇ ପୋଲିସ କ’ଣ ପଦକ୍ଷେପ ନେଇଛି, ଏହା ହେଉଛି ସବୁଠାରୁ ବଡ ପ୍ରଶ୍ନ।

Categories
ଆଜିର ଖବର ଜାତୀୟ ଖବର

ଆହୁରି ବଢିଲା ରାଣା ଦମ୍ପତିଙ୍କ ସମସ୍ୟା: ବେଆଇନ ନିର୍ମାଣର ଯାଞ୍ଚ ପାଇଁ ଘରେ ପହଞ୍ଚିଲା ବିଏମସି

ମୁମ୍ବାଇ: ଅମ୍ରାବତୀର ସ୍ଵାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା ନିରନ୍ତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହନୁମାନ ଚାଳିଶା ମାମଲାରେ ଜେଲରୁ ମୁକୁଳିବା ପରେ ବର୍ତ୍ତମାନ ଏହି ଦମ୍ପତିଙ୍କ ବିରୋଧରେ ବିଏମସି ତଦନ୍ତ ଆରମ୍ଭ କରିଛି। ସର୍ବଶେଷ ସୂଚନା ଅନୁଯାୟୀ, ବିଏମସି ଟିମ୍ ନବନୀତ ରାଣାଙ୍କ ଘର ଭିତରକୁ ଯାଇ ବେଆଇନ ନିର୍ମାଣ କାର୍ଯ୍ୟର ତଦନ୍ତ କରୁଛି।

କୁହାଯାଉଛି ଯେ, ମୁମ୍ବାଇର ଖାର ଅଞ୍ଚଳରେ ରାଣା ଦମ୍ପତିଙ୍କ ଘରେ ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ନୋଟିସ ଦେଇଛି। ବିଏମସି ଟିମ୍ ପ୍ରଥମ ଥର ପାଇଁ ମଇ ୪ ତାରିଖରେ ତାଙ୍କ ଘରେ ପହଞ୍ଚିଥିଲା। କିନ୍ତୁ କାହାର ଅନୁପସ୍ଥିତି ହେତୁ ବିଏମସି ଏହାର ତଦନ୍ତ କରିପାରି ନଥିଲା। ଏହି ସମୟରେ, ବିଏମସି ପୁଣି ଥରେ ଦମ୍ପତିଙ୍କ ଘରେ ପହଞ୍ଚିଛି। ବେଆଇନ ନିର୍ମାଣ ହୋଇଛି କି ନାହିଁ ବିଏମସି ଏହାର ଅନୁସନ୍ଧାନରେ ଜାଣିବାକୁ ଚେଷ୍ଟା କରୁଛି।

ପ୍ରକାଶ ଯୋଗ୍ୟ ଯେ, ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମହାରାଷ୍ଟ୍ର କର୍ତ୍ତୃପକ୍ଷଙ୍କ ଅସଦାଚରଣ ସମ୍ପର୍କରେ ଅଭିଯୋଗ କରିବେ। ଦମ୍ପତିଙ୍କ କହିବାନୁସାରେ, ସେମାନଙ୍କୁ ଜେଲରେ ଦୁର୍ବ୍ୟବହାର କରାଯାଇଛି। ଏହି ପ୍ରସଙ୍ଗରେ ଲୋକସଭାର ଅଧିକାର କମିଟିର ଏକ ବୈଠକ ଡକାଯାଇଛି। ସଭାରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ନବନୀତ୍ ରାଣାଙ୍କୁ ମଧ୍ୟ ଡକାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ନବନୀତ୍ ରାଣା ଏବଂ ରବି ରାଣାଙ୍କୁ ସେଶନ କୋର୍ଟରୁ ମିଳିଲାନି ଆଶ୍ଵସ୍ତି, ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ: ମୁମ୍ବାଇର ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ଘୋଷଣା ପରେ ବିବାଦ ଭିତରକୁ ଆସିଥିବା ଅମ୍ରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ମଙ୍ଗଳବାର ସେଶନ କୋର୍ଟରୁ କୌଣସି ଆଶ୍ଵସ୍ତି ମିଳି ନାହିଁ। ବର୍ତ୍ତମାନ ଏହି ମାମଲାରେ କୋର୍ଟ ରାଣାଙ୍କ ଜାମିନ ଆବେଦନ କରି ୨୯ ତାରିଖ ସୁଦ୍ଧା ଏହାର ଉତ୍ତର ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଶୁଣାଣି ତାରିଖ ରଖାଯିବ ବୋଲି କୋର୍ଟ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବଢିଲା ଲାଉଡ ସ୍ପିକର ବିବାଦ, ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ହନୁମାନ ଚଲିସା ପଢିବେ ସାଂସଦ ନବନୀତ୍

ମୁମ୍ବାଇ: ମହାରାଷ୍ଟ୍ରରେ ଲାଉଡ ସ୍ପିକର ପରେ, ବର୍ତ୍ତମାନ ହନୁମାନ ଚାଲିସା ଉପରେ ବିବାଦ ଲାଗିରହିଛି। ଆସନ୍ତାକାଲି ସକାଳ ୯ ଟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚାଲିସା ପାଠ କରିବେ ବୋଲି ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ଵାମୀ ରବି ରାଣା ନିଷ୍ପତ୍ତି ନେଇଛନ୍ତି।

ବିଧାୟକ ରବି ରାଣା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଏତେ ସମସ୍ୟା ରହିଛି ଏବଂ ଆମର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ମନ୍ତ୍ରଣାଳୟକୁ ଯାଆନ୍ତି ନାହିଁ, ଆମ ସହ ସାକ୍ଷାତ କରନ୍ତି ନାହିଁ କିମ୍ବା ଆମ ଅଞ୍ଚଳ ପରିଦର୍ଶନ କରନ୍ତି ନାହିଁ। ଏହି କାରଣରୁ ଆମେ ତାଙ୍କ ଘର ବାହାରେ ହନୁମାନ ଚଲିସା ପଢିବାକୁ ଯାଉଛୁ। ହନୁମାନ ହେଉଛନ୍ତି ସଙ୍କଟ ମୋଚନ୍ ଏବଂ ସେ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀର ସଙ୍କଟ ସମାଧାନ କରିବେ।