Categories
ଆଞ୍ଚଳିକ

ନବବଧୁଙ୍କ ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ସୁବାସ ନଗରର ଜ୍ୟୋତ୍ସ୍ନା ଶବର ନାମ୍ନୀ ଜନୈକା ନବବିବାହିତା ମହିଳା ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଅବସ୍ଥାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି।

ଖବରରୁ ଜଣାପଡିଛି ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ମୁଳ ବାସିନ୍ଦା ଜ୍ୟୋତ୍ସ୍ନା ନିକଟସ୍ଥ ଆଙ୍କୁଲି କୁମ୍ଭାରପଲି ଅଞ୍ଚଳର ତୋଫାନ ସାହୁ ନାମକ ଜଣେ ଯୁବକକୁ ଏହି କିଛି ମାସ ପୂର୍ବରୁ ବାହା ହୋଇ ଭଡ଼ା ରହୁଥିଲେ। ସ୍ବାମୀ ଘରେ ନଥିବା ବେଳେ ଜ୍ୟୋତ୍ସ୍ନା କାହିଁକି ଏହି ଭଳି ନିଷ୍ପତ୍ତି ନେଇଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ମାତ୍ର ୩ ମାସ ପୁର୍ବେ ବିବାହ କରିଥିବା ରମ୍ଭା ଥାନା ଅନ୍ତର୍ଗତ ପୋଡାଗଡ ଗ୍ରାମର ନବବଧୁ ଜ୍ୟୋତି ବାରିକ କୌଣସି କାରଣରୁ ପୋକମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକ କହୁଥିଲା ବେଳେ ଝିଅକୁ ଅଧିକ ଯୌତୁକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି ବୋଲି ଜ୍ୟୋତି ବାରିକଙ୍କ ବାପା ବନମାଳୀ ବାରିକ ହୁମ୍ମା ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ପୋଡାଗଡ ଗ୍ରାମର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନ ମାତ୍ର ୩ ମାସ ପୁର୍ବେ ସାତୁଳି ଗ୍ରାମର ଜ୍ୟୋତିଙ୍କୁ ବାହା ହୋଇଥିଲା। କିନ୍ତୁ ବାହା ହେବାର ୧୦ ଦିନ ପରେ ମାଁ ଘରକୁ ଯାଇ ଜ୍ୟୋତି ଆଉ ଶାଶୁ ଘରକୁ ଆସିନଥିଲା। ପୁଣି ବୁଝାମଣା ପରେ ଗତ ଦୁଇ ଦିନ ତଳେ ଜ୍ୟୋତି ଶାଶୁ ଘରକୁ ଆସିଥିଲେ। ହେଲେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହା ସନ୍ଦେହ ଉପୁଜିଛି।

ଅଭିଯୋଗ ପାଇ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।