Categories
StateBoard ଆଜିର ଖବର ରାଜ୍ୟ ଖବର

ନବମ ଓ ଦଶମ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବ ସ୍କିମ ଅଫ ଆସେସମେଣ୍ଟ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କିମ ଅଫ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଦଶମ ଶ୍ରେଣୀ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ଯୋଜନା କରିଛି। ନବମ ଓ ଦଶମ ପାଠ୍ୟକ୍ରମରେ ୬ ଟି ପରୀକ୍ଷା ଆୟୋଜନ କରାଯିବ। ଏହି ୬ ଟି ପରୀକ୍ଷା ମଧ୍ୟରୁ ୪ ଟି ଛୋଟ ଛୋଟ ପରୀକ୍ଷା ଏବ ୨ ଟି ବଡ ପରୀକ୍ଷା ହେବ।

ବାର୍ଷିକ ପରୀକ୍ଷା ବାତିଲ ହେଲେ ଏହି ୬ ଟି ପରୀକ୍ଷା ଆଧାରରେ ପିଲାଙ୍କ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ। ତେବେ ଶିକ୍ଷାବିତଙ୍କ ସହ ବହୁ ଆଲୋଚନା ପର୍ଯ୍ଯାଲୋଚନା ପରେ ବୋର୍ଡ ଏଭଳି ନିଷ୍ପତ୍ତି ଦେଇଛି। ଏହି ନିୟମ ଚଳିତ ବର୍ଷ ଶିକ୍ଷା ବର୍ଷରେ ଲାଗୁ କରିବାକୁ ଯୋଜନା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସ ୩୦ ପ୍ରତିଶତ କମିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସିଲାବସକୁ ୩୦ ପ୍ରତିଶତ ହ୍ରାସ କରାଯିବ। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସିଲାବସ କମିବ। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସାରା ରାଜ୍ୟରେ ଅନଲାଇନରେ ପାଠ ପଢା କାର୍ଯ୍ୟକ୍ରମ ଚାଲିଛି। ହେଲେ ରାଜ୍ୟରେ ସ୍କୁଲ କେବେ ଖୋଲିବ, ତାହା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। କରୋନା ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୭ ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା: ଦିନକୁ ହେବ ୪ ଟି ପିରିୟଡ

ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଆସନ୍ତା ୧୭ ରୁ ଅନଲାଇନ ପାଠପଢା ଆରମ୍ଭ ହେବ। କେବଳ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୧୭ ତାରିଖରୁ ଅନଲାଇନ ମାଧ୍ୟମରେ ପାଠ ପଢା ହେବ। ସକାଳ ୧୦.୪୫ରୁ ୧ ଟା ପର୍ଯ୍ୟନ୍ତ ୟୁଟ୍ୟୁବ ଲାଇଭ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ। ଦିନକୁ ଚାରିଟି ପିରିୟଡର ପାଠପଢା ହେବାକୁ ଥିବା ବେଳେ ପ୍ରତି ପିରିୟଡ ପାଇଁ ୩୦ ମିନିଟ ଲେଖାଏଁ ସମୟ ରହିବ।

ତେବେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ମୋଟ ୨୦ ଟି କ୍ଳାସ ଅନଲାଇନରେ ପିଲାଙ୍କୁ ପାଠ ପଢାଯିବ। ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।