Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ବାଲୁକା କଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସେ 77 ବର୍ଷ ପୁରଣ କରି 78 ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ନିକଟରେ ତାଙ୍କର ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ପାଇଁ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଆଗରୁ ଘୋଷଣା କରିଥିଲେ।

ତେବେ ଆଜିର ଦିନରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ ତାଙ୍କ କଳାମାଧ୍ୟମରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅପରପକ୍ଷରେ ତାଙ୍କ ଅଭିନନ୍ଦନକୁ ନେଇ ନବୀନ ସୁଦର୍ଶନଙ୍କୁ ଧନ୍ୟବାଦ ମଧ୍ୟ ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଠିକା ନିଯୁକ୍ତି ଉଚ୍ଛେଦ ପାଇଁ ବାହାରିଲା ବିଜ୍ଞପ୍ତି, ସମସ୍ତେ ଖୁସ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି।  ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଏପରି ଦିନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତି ଭିତ୍ତିକ ଗ୍ରୁପ ବି, ଗ୍ରୁପ ସି ଓ ଗ୍ରୁପ ଡି ନିଯୁକ୍ତି ଉଚ୍ଛେଦ ନେଇ ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଏହି ଉଚ୍ଥେଦ ହେବା କଥା ଘୋଷଣା କରିଥିବା ବେଳେ ଆଜି ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା। ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରାଯାଇଛି।

ସେ କହିଥିଲେ ଯେ, ଓଡ଼ିଶାରେ ବର୍ତ୍ତମାନ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ। ଏହା ଦ୍ବାରା ୫୭ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ଏଥିପାଇଁ ହାରାହାରି ୧୩୦୦କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେବ। ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ପରିବାର ପାଇଁ ଏହା ଆଗୁଆ ଦୀପାବଳୀ ବୋଲି ମୁଖ୍ୟମନ୍ତ୍ରୀ ଏକ ଅଭିଭାଷଣରେ ପ୍ରକାଶ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

Happy Birthday To Naveen Patnaik: ୨୫ ବର୍ଷ ଧରି ଲମ୍ବା ରେସରେ ଦୈଡୁଥିବା ନେତା

Happy Birthday To Naveen Patnaik: ଜାତୀୟ ରାଜନୀତିରେ ଏକ ସ୍ବତନ୍ତ୍ରସ୍ଥାନ ଦଖଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିନ। ସେ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ଏବେ ସେ ୭୭ ବର୍ଷ ବୟସରେ ପଦାର୍ପଣ କଲେ। ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସି ଏକ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି ଓଡିଶାର ଏହି ଅନନ୍ୟ ନେତା ନବୀନ ପଟ୍ଟନାୟକ। ତାଙ୍କର ରାଜନୀତିରେ ପ୍ରବେଶ ଯେପରି ଥିଲା ଆକସ୍ମିକ, ଏପରି ସଫଳତା ହାସଲ କରିବା ମଧ୍ୟ ଏକ ଆଶ୍ଚର୍ଯ୍ୟ।

୧୯୯୭, ଏପ୍ରିଲ ମାସରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିର ଦିଗ ଯେ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଯିବ ଏକଥା କେହି କେବେ କଳ୍ପନା କରି ନ ଥିଲେ। କାରଣ ମୃତ୍ୟୁ ବେଳକୁ ବିଜୁ ବାବୁ କ୍ଷମତାରେ ନଥିଲେ ଓ ଓଡିଶା ରାଜନୀତିରେ କଂଗ୍ରେସ ସଂଗଠନର ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାଜନୈତିକ ଗୋଟିଚାଳନା ଆଗରେ ଆଉ କୌଣସି ବିକଳ୍ପ ଯେ ଓଡିଶାରେ ଉଧେଇ ପାରିବ ସେ ବିଶ୍ଵାସ କାହାର ନ ଥିଲା।

ବିଜୁ ବାବୁଙ୍କ ଅବର୍ତ୍ତମାନରେ ଅନେକ କିଛି ହଠାତ ବଦଳି ଗଲା ଓ ସେଇ ୧୯୯୭ ରେ ଓଡିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଘଟିଲା। ଆଜି ନବୀନ ବାବୁ ୭୬ତମ ଜନ୍ମଦିନ ନୀରବରେ ପାଳନ କରୁଥିବା ବେଳେ, ତାଙ୍କ ପଛରେ ୨୨ ବର୍ଷର ଘଟନା ବହୁଳ ଇତିହାସ ଗଢା ହୋଇସାରିଛି। ସେ ୨୫ ବର୍ଷର ରାଜନୀତିରେ ପ୍ରଥମେ ଆସ୍କାର ଲୋକସଭା ସଦସ୍ୟ, କେନ୍ଦ୍ରମନ୍ତ୍ରୀ ଓ ଗତ ୨୨ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଓଡିଶା ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ନେତା ହେବାର ବିରଳ ସୁଯୋଗ ପାଇଛନ୍ତି।

ବିଜୁବାବୁଙ୍କ ଉତ୍ତରାଧିକାରୀ ନୁହେଁ, ସୃଷ୍ଟି କଲେ ନିଜ ବ୍ରାଣ୍ଡ

ଅନେକ ସମୟରେ କୁହାଯାଏ, ନବୀନ ବାବୁ ଓଡିଶାର ସବୁଠୁ ଲୋକପ୍ରିୟ ନେତା କାରଣ ସେ ବିଜୁ ପଟ୍ଟନାୟକଙ୍କ ପୁଅ। ଏହା ଆଂଶିକ ଭାବରେ ସତ। ୧୯୯୭ ପରେ ଓଡିଶାର ଜନମାନସରେ ହଠାତ ବିଜୁ ବାବୁଙ୍କୁ ନେଇ ଲୋକଙ୍କ ମନରେ ଏକପ୍ରକାର ସମବେଦନା ଥିଲା। ଏହାର ଲାଭ ବିଜୁ ଜନତା ଦଳ ଓ ନବୀନଙ୍କୁ ମିଳିଛି।

୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହିତ ମିଶି ସରକାର ଗଢିବା ବେଳେ ବିଜୁ ବାବୁଙ୍କ ଉତ୍ତରାଧିକାର ପ୍ରସଙ୍ଗକୁ ବିଜେଡି ଓ ନବୀନ ସର୍ବାଧିକ ଗୁରୁତ୍ଵ ଦେଇଥିଲେ। ଏହି ସମୟରେ “ବିଜୁବାବୁଙ୍କ ସ୍ଵପ୍ନ” କଥା ମଧ୍ୟ ବାରମ୍ବାର ଉଠୁଥିଲା। ଓଡିଶାର ରାଜନୀତିରେ କର୍ପୋରେଟ ପୁଞ୍ଜି ବିନିଯୋଗ ଏବଂ ବଡ ବଡ ଶିଳ୍ପ ସଂସ୍ଥାର ସ୍ଵପ୍ନ ମାଧ୍ୟମରେ ବିକାଶର ଚିନ୍ତା ଏହି ସମୟରେ ଆସିଥିଲା।

ଏଠି ଆଉ ଗୋଟେ କଥା ମଧ୍ୟ କୁହା ଯାଇପାରେ। ଓଡିଶା ରାଜନୀତିକୁ ଆସିବା ବେଳେ ନବୀନ ରାଜନୈତିକ ଦୃଷ୍ଟିରୁ ଅପରିପକ୍ଵ ଥିଲେ ବୋଲି ଏକ ସାଧାରଣ ଧାରଣା ଲୋକଙ୍କ ମନରେ ରହିଛି। ହେଲେ ଏହା ଆଦୌ ସତ ନୁହେଁ। ହୁଏତ ନିର୍ବାଚନୀ ରାଜନୀତିରେ ନବୀନଙ୍କର ପ୍ରବେଶ ନ ଥିଲା।

ବିଶିଷ୍ଟ ସାମ୍ବାଦିକ ତଭଲିନ ସିଂଙ୍କ  “ଦରବାର” ରେ ନବୀନ ଯେ ଦିଲ୍ଲୀ ରାଜନୀତିର କେନ୍ଦ୍ର ଓ ପରିଧି ସହ ବେଶ ସହଜ ଥିଲେ, ସେ କଥା ସେଥିରେ ବର୍ଣ୍ଣିତ ହୋଇଛି। ଦିଲ୍ଲୀର କ୍ଷମତା କେନ୍ଦ୍ର, କର୍ପୋରେଟ ଜଗତ ଓ ଗଣମାଧ୍ୟମ ସହିତ ତାଙ୍କର ନିବିଡ ସମ୍ପର୍କ ରହିଥିଲା। ଓଡିଶା ରାଜନୀତିରେ ପ୍ରବେଶ କଲା ବେଳେ ଏଇ ସମ୍ପର୍କ ଓ ଅନୁଭବ ତାଙ୍କୁ ବେଶ ସହାୟକ ହୋଇଛି।

୨୦୦୯ ପରେ “ବିଜୁବାବୁଙ୍କ ପୁଅ’ ଅପେକ୍ଷା “ଅପରାଜେୟ ନବୀନ” ଙ୍କ କଥା ଆମକୁ ବେଶୀ ଭାବିବାକୁ ବାଧ୍ୟ କରେ। ପ୍ରଥମ ୯ ବର୍ଷରେ ନିଜ ଦଳ ଭିତରେ କଠୋର ନିଷ୍ପତ୍ତି ନେବାରେ ସେ ପଛଘୁଞ୍ଚା ଦେଇ ନାହାନ୍ତି। କନ୍ଧମାଳ ଦଙ୍ଗା ପରେ ତାଙ୍କ ରାଜନୀତିର ପ୍ରଥମ ସହଯୋଗୀ ବିଜେପି ସହିତ ସେ ସମ୍ପର୍କ କାଟିଛନ୍ତି। ଏହା ପରେ ତାଙ୍କର ରାଜନୀତି ଓ ବ୍ୟକ୍ତିତ୍ବରେ ବ୍ୟାପକ ପରିବର୍ତ୍ତନ ମଧ୍ୟ ଘଟିଛି।

କର୍ପୋରେଟ ପୁଞ୍ଜି ବଳରେ ବିକାଶର ସ୍ଵପ୍ନକୁ ବାଦ ଦେଇ ଲୋକଙ୍କ ଜୀବନ ଧାରଣର ମାନ ବଦଳାଇବାକୁ ଅଧିକରୁ ଅଧିକ ସହାୟତା ରାଶି ଗରିବ ଲୋକଙ୍କୁ ଦିଆ ଯାଇଛି। ପଚାଶରୁ ଅଧିକ ଗରିବ ସପକ୍ଷବାଦୀ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ୨୦୦୯ ରୁ ୨୦୧୯, ୧୦ ବର୍ଷରେ ତିନୋଟି ନିର୍ବାଚନ ଲଢି ନବୀନ ନିଜକୁ ଅପରାଜେୟ ଓ ଓଡିଶାର ନିର୍ବିକଳ୍ପ ନେତା ଭାବରେ ପ୍ରତିଷ୍ଠିତ କରିଛନ୍ତି।

ଗରିବଙ୍କ ପାଇଁ ପାଲଟିଛନ୍ତି ଦେବତା

ନବୀନ ବାବୁଙ୍କ ନେତୃତ୍ବକୁ ନେଇ ଓଡିଶାର ସାଧାରଣ ଜୀବନରେ ଦୁଇ ପ୍ରକାର ଧାରଣା ରହି ଆସିଛି। ସହରୀ-ମଧ୍ୟବିତ୍ତ ଓ ବୁଦ୍ଧିଜୀବୀଙ୍କ ଗହଣରେ ନବୀନଙ୍କର ବ୍ୟକ୍ତିତ୍ବ ଅନେକ ସମୟରେ ସମାଲୋଚିତ ହୋଇଛି। ସେ ଓଡିଆ କହି ପାରନ୍ତି ନାଇଁ, ସେ ଓଡିଆଙ୍କୁ ମାଗଣାଖିଆ କରିଦେଲେ, ସେ କରିଛନ୍ତି କଣ ଇତ୍ୟାଦି ପ୍ରସଙ୍ଗକୁ ନେଇ ମଧ୍ୟବିତ୍ତ ଓଡିଆ ଆଜୀବ୍ୟ ବିତର୍କ କରନ୍ତି। ହେଲେ ଏମାନଙ୍କ ସଂଖ୍ୟା ଓଡିଶାରେ ଯଥେଷ୍ଟ କମ।

ଓଡିଶାର ସଂଖ୍ୟାଧିକ ସାଧାରଣ ଲୋକଙ୍କ ଲାଗି ନବୀନ ହେଉଛନ୍ତି ଅନ୍ନଦାତା। ନବେ ଦଶକର ଭୋକିଲା ମୂଳକ ଭାବରେ ପରିଚିତ ଓଡିଶାରେ ଖାଦ୍ୟ ସୁରକ୍ଷାର ସଫଳତା ଯେ ଏକ ବଡ ଉପଲବ୍ଧି ଏକଥା ଆମର ମଧ୍ୟବିତ୍ତମାନେ ଏଯାଏ ବୁଝି ନାହାନ୍ତି। ସେହିପରି ପ୍ରାକୃତିକ ବିପର୍ୟୟ ପ୍ରବଣ ଓଡିଶାରେ ବନ୍ୟା ଓ ବାତ୍ୟାର ମୁକାବିଲା ଲାଗି ଏକ ପ୍ରଭାବଶାଳୀ ବ୍ୟବସ୍ଥା ନିର୍ମାଣରେ ନବୀନଙ୍କ ସଫଳତା, ତାଙ୍କୁ ଅପରାଜେୟ କରିବାରେ ସହାୟକ ହୋଇ ଆସୁଛି।

ନବୀନଙ୍କ ସଫଳତାର ମନ୍ତ୍ର

ନବୀନଙ୍କ ରାଜନୀତି ଓ ବ୍ୟକ୍ତିତ୍ବର ଗୋଟେ ବଡ ଦିଗ ହେଉଛି, ସେ ରାଜନୀତିରେ ବିରୋଧ ଓ ଅସହିଷ୍ଣୁତାର ଭାଷା ବ୍ୟବହାର କରିନାହାନ୍ତି। ପ୍ରତିପକ୍ଷ ବା ଶତ୍ରୁକୁ ରାଜନୈତିକ ଗୋଟି ଚାଳନାରେ ସେ ବାରମ୍ବାର ହରାଇଛନ୍ତି, ତେବେ ଶତ୍ରୁତା ବା ବିରୋଧରେ ସେ ମର୍ୟାଦା ଭୁଲିନାହାନ୍ତି। ଗତ ଦଶ ବର୍ଷର ରାଜନୀତିରେ ଅସହିଷ୍ଣୁତା, ଅସଭ୍ୟତା ଓ କ୍ରୁରତା ଚରମ ଅବସ୍ଥାରେ ପହଞ୍ଚିଥିବା ବେଳେ ଭାରତର ରାଜନୀତିରେ ଆଜି ମଧ୍ୟ ଶାଳୀନତା ଓ ରାଜନୈତିକ ମର୍ୟାଦାବୋଧର ପ୍ରତୀକ ଭାବରେ ନବୀନଙ୍କର ଏକ ଭିନ୍ନ ଭାବମୂର୍ତ୍ତି ରହିଛି।

ତାଙ୍କର ସମସାମୟିକ ରାଜନେତାମାନେ “ଷ୍ଟ୍ରୀଟ ଫାଇଟର” ଭାବେ ବେଶୀ ସଫଳତା ପାଉଥିବା ବେଳେ ନବୀନ ଆଜି ମଧ୍ୟ ନିଜର “ନୋ ନନସେନ୍ସ” ରାଜନୀତି ପାଇଁ ପ୍ରସିଦ୍ଧ। ଏହା ସହିତ ନବୀନଙ୍କ ବ୍ୟକ୍ତିତ୍ବର ଆଉ ଗୋଟେ ବଡ ଦିଗ ହେଉଛି- ଦୀର୍ଘ ସମତା ରାଜନୀତିରେ ରହିଲା ପରେ ମଧ୍ୟ ତାଙ୍କ ଦେହରେ କଳଙ୍କ ଲାଗିନାହିଁ। ନିଜ ଦଳ ଓ ମନ୍ତ୍ରୀମଣ୍ଡଳରୁ ସେ ପଚାଶ ପାଖାପାଖି ନେତାଙ୍କୁ ସେ ବିଦା କରିବାର ସାହସ ଦେଖାଇଛନ୍ତି ଓ ନିଜେ ନିଷ୍କଳଙ୍କ ହୋଇ ରହିବାରେ ସଫଳ ହୋଇଛନ୍ତି।

ରାଜନୀତିରେ ସ୍ଵୟଂ ସଂପୂର୍ଣ୍ଣ ବୋଲି କିଛି ନାହିଁ। ନବୀନ ଓଡିଶା ରାଜନୀତିରେ ହୁଏତ ଆହୁରି ଅନେକ କଥା କରିପାରିଥାନ୍ତେ, ଯାହା ସେ କରି ନାହାନ୍ତି। ହେଲେ ଗତ ୨୩ ବର୍ଷ ଧରି ଏକ ସ୍ଥିର ସରକାର ସେ ଦେଇଛନ୍ତି ଓ ତାଙ୍କ ସରକାର ଲୋକଙ୍କର ବ୍ୟାପକ ସମର୍ଥନ ପାଇଚାଲିଛି, ଏହା କମ ସଫଳତା ନୁହେଁ।

୭୬ ବର୍ଷରେ ପଦାର୍ପଣ କରିଥିବା ନବୀନ ବାବୁ ଆଜି ଭାରତର ସେଇ ଅଳ୍ପ କେଇଜଣ ରାଜନୈତିକ ନେତାଙ୍କ ଭିତରୁ ଜଣେ, ଯାହାଙ୍କ ସଫେଦ ପୋଷାକରେ ଆଜି ବି ଦାଗ ଲାଗି ପାରିନାହିଁ । “ଦାଗ ଅଛେ ହୈ” ର ରାଜନୀତିରେ ଏହା ଏକ ବିରଳ ସଫଳତା ନିଶ୍ଚୟ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ନିଜ ଜନ୍ମ ଦିନରେ ହାଇଦ୍ରାବାଦ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ

ଭୁବନେଶ୍ବର: ଅକ୍ଟୋବର ୧୬ତାରିଖ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ସେ ଦୀର୍ଘ ବର୍ଷ ଧରି ତାଙ୍କର ଜନ୍ମ ଦିନ ପାଳନ କରନ୍ତି ନାହିଁ। ହେଲେ ଏଥର ସେ ତାଙ୍କ ଜନ୍ମ  ଦିନରେ ହାଇଦ୍ରାବାଦ ଗସ୍ତ କରିବେ। ତେବେ ସେ ଜନ୍ମଦିନ ପାଳନ ପାଇଁ ନୁହଁ, ବଂର ମେଇକ ଇନ ଓଡିଶାର ସମ୍ମିଳନୀରେ ଯୋଗଦେବା ପାଇଁ ନିବେଶକଙ୍କ ପାଖକୁ ଯିବ।

ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ଅକ୍ଟୋବର ୧୭ ତାରିଖରେ ନିବେଶକ, ଶିଳ୍ପପତି ଓ ବିଭିନ୍ନ ବ୍ୟବସାୟିକ କମ୍ପାନୀର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ ମଧ୍ୟ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଗସ୍ତ କରି ନିବେଶକଙ୍କ ସହିତ ଆଲୋଚନା କରି ସାରିଛନ୍ତି।