Categories
ଆଞ୍ଚଳିକ

ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ: ଦ୍ଵନ୍ଦ୍ଵରେ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ବହୁ ଆଡମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରାତଃ ସମୟରେ ବାଣପୁର ମା’ ଭଗବତୀ ମନ୍ଦିର ନିକଟରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଉଭୟ ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମଧ୍ୟାହ୍ନରେ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜା ଚକ୍ର ଯୋଗ ଦେଇ ରାଜ୍ୟର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେବାପାଇଁ ଜନସାଧାରଣଙ୍କ ନିକଟତର ହେବାସହ ସୁଖଦୁଃଖରେ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ। କର୍ମୀ ଓ ନେତାମାନେ କଠିନ ପରିଶ୍ରମ କରିବା ସହ ଘରେ ଘରେ ନବୀନ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ଷଷ୍ଠ ଥର ସରକାର ଗଢିବା ନେଇ ସଂକଳ୍ପ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚାରିଟି ଜୋନର ଜିଲ୍ଲା ପରିଷଦ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିଆର ସିଂ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ରନାଥ ସାମନ୍ତରସିଂହାର, ବାଣପୁର ବ୍ଲକ ନାରୀନେତ୍ରୀ କବିତା ମହାପାତ୍ର, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷି ବିଶ୍ୱାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଏବଂ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ବାଲୁଗାଁ ରାମପୁର ରୋଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ସାଙ୍ଗକୁ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଜଡ଼ିତ ଥିବାରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଓଡ଼ିଶା ନବୀନ ଓଡିଶା ନାରାରେ ସଭାସ୍ଥଳ କମ୍ପି ଉଠୁଥିଲା।

ନବୀନ ସରକାରଙ୍କ ବିଭିନ୍ନ ବିକାଶ ଧାରା ଏବଂ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନର ସଂପାଦକ କୃଷ୍ଣଚନ୍ଦ୍ର ବେହେରା ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ସାହୁଙ୍କ ସଭାରେ ବିଜେଡିରେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ଲାଗି ସରକାର ଗଠନ କରିବାପାଇଁ ଶପଥ ନେଇଥିଲେ।

ଗୋଟିଏ ପାର୍ଶ୍ଵରେ ମାନସ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଅପର ପାର୍ଶ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରତିଷ୍ଠା ଦିବସ ପାଳନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ବିଜେଡି ଜନହିତକର ନାରା ଦେଉଥିବା ବେଳେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି। ଯାହାକି ଶ୍ରୀ ମଙ୍ଗରାଜଙ୍କ ସଭାରେ ବହୁ ତୁଙ୍ଗ ନେତା, କର୍ମୀ ସାଙ୍ଗକୁ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ସାହୁଙ୍କ ସଭାରେ ଅଳ୍ପ ସଂଖ୍ୟକ ନେତା, କର୍ମୀ ଥିବାବେଳେ ଜନସମୁଦ୍ର ଦେଖାଦେଇଥିଲା।

ତେବେ ଏହି ଅବସରରେ କଲେଜ ଛାତ୍ରୀଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେପି ଅଭିଯୋଗ କରିଛି। ବାଣପୁରରେ ଅନୁଷ୍ଠିତ ଶୋଭାଯାତ୍ରାରେ କଲେଜ ଛାତ୍ରୀମାନେ ଦଳୀୟ ଚିହ୍ନ ଥିବା ଜର୍ସି ପିନ୍ଧିଥିବାର ଭାଇରାଲ ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ କର୍ମୀ ଅଭାବରୁ ଛାତ୍ରୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ବିଜେପି ନେତା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗିରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଟାଙ୍ଗି (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡି ରାଜ୍ୟ ମହିଳା ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ର ତିନୋଟି ପଂଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖକୁ ଯାଇଛନ୍ତି।

ଏହି ଅବସରରେ ମହିଳା, ଯୁବ, ଛାତ୍ର ବିଜେଡିର ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ। ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଜୟମଙ୍ଗଳପୁରରୁ ବାହାରି କୁଞ୍ଜୁରୀ, କୁହୁଡି ଓ ରତନପୁର ପଂଚାୟତ ପରିକ୍ରମା କରିଥିଲେ। ସମସ୍ତ ଗ୍ରାମରେ ଲୋକଙ୍କ ସହ ମିଶି ଓଡ଼ିଶାରେ ନବୀନ ସରକାରଙ୍କ ସଫଳତାକୁ ପାଥେୟ କରି ଆଗମୀ ଦିନରେ ବିଜେଡିକୁ ଆହୁରି ସଶକ୍ତ କରିବା ପାଇଁ ନିବେଦନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ସରକାର ଆରମ୍ଭ କଲେ ‘ମୋ ଘର’ ଯୋଜନା, ଲୋକଙ୍କୁ ମିଳିବ ୩ ଲକ୍ଷ ଟଙ୍କା

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ୍। ଏଣିକି ରାଜ୍ୟର ନିମ୍ନ ତଥା ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ଲାଗୁ ହେଲା ‘ମୋ ଘର’ ଯୋଜନା। ଏ ନେଇ ରାଜ୍ୟ କ୍ୟାବିନେଟରେ ଏହି ନୂଆ ଯୋଜନାକୁ ସ୍ବୀକୃତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଏହା ଆଗତ କରାଯାଇଥିଲା।

ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବା ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ । କେନ୍ଦ୍ର ଯୋଜନାରୁ ବାଦ ହିତାଧିକାରୀମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ।

ଏହି ନୂଆ ଯୋଜନା ମାଧ୍ୟମରେ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ  ଲାଭ ପାଇପାରିବେ । ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ ।

ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ । ୧ ଲକ୍ଷ ଋଣ ନେଲେ ସାଧାରଣବର୍ଗଙ୍କୁ ୩୦ ଓ ଏସଟିଏସସିଙ୍କୁ ୪୦ ହଜାର ସବସିଡି ପ୍ରଦାନ କରାଯିବ। ଦେଢ ଲକ୍ଷରେ ଯଥାକ୍ରମେ ୪୫ ଓ ୫୫ ହଜାର, ୨ ଓ ୩ଲକ୍ଷରେ ଯଥାକ୍ରମେ ୬୦ ଓ ୭୦ ହଜାର ସବସିଡି ମିଳିବ । ପ୍ରଥମ ବର୍ଷକୁ ବାଦ ଦେଇ ବାକି ୧୦ ବର୍ଷରେ ଋଣ ପରିଶୋଧ କରିହେବ ।

କେଉଁମାନେ ମୋ ଘର ପାଇଁ ଯୋଗ୍ୟ ହେବେ

୧- କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ଋଣ ପାଇପାରିବେ
୨- ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିଲେ ଋଣ ପାଇପାରିବେ
୩- ୫ ଏକର ଜଳସେଚିତ ଓ ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଋଣ ମିଳିବ

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଛନ୍ତି। ଏନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ କହୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗର ମନ୍ତ୍ରୀ ଏବଂ ବିଜେଡି ସାଂସଦମାନେ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ।

ସେହିଭଳି କେନ୍ଦ୍ର ଆବାସ ପୋର୍ଟାଲ ବନ୍ଦ କରି ରଖିଥିବା କାରଣରୁ ରାଜ୍ୟର ବହୁ ଲୋକ ମଧ୍ୟ ଘର ପାଇପାରୁନାହାନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ନିଜସ୍ବ ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ଗତ ନିର୍ବାଚନରେ ସମସ୍ତଙ୍କୁ ପକ୍କା ଘର ପ୍ରଦାନ ତାଙ୍କର ନିର୍ବାଚନ ଇସ୍ତାହାରରେ ରଖିଥିଲେ। ଯାହାକୁ ସେ ପୁରଣ କରିବା ପାଇଁ ଏହି ଯୋଜନା ଲାଗୁ କରିଛନ୍ତି।

ମେ 29 ତାରିଖରେ ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ହେଲା। ସେଥିପାଇଁ ସୋମବାରରେ ନବୀନ ପଟ୍ଟନାୟକ ଡାକିଥିଲେ ଏହି କ୍ୟାବିନେଟ ବୈଠକ। ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୁରିଲା ତିନି ବର୍ଷ, କାହିଁକି ଲୋକେ ତାଙ୍କୁ ଏତେ ଭଲ ପାଉଛନ୍ତି?

ଭୁବନେଶ୍ବର: ଆଜି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରଙ୍କୁ ପୁରିଲା ତିନି ବର୍ଷ। ଠିକ୍ ୨୦୧୯ ମସିହା ମେ ୨୯ ତାରିଖରେ ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେତେବେଳେ ତାଙ୍କୁ ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଶପଥ ପାଠ କରାଇଥିଲେ। ଲଗାତର ଓଡିଶାର ମୁଖ୍ୟମନ୍ତ୍ର ରହି ଏକ ରେକର୍ଡ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ।

ମୁଖ୍ୟତଃ ନିଜର ନିର୍ମଳ ଭାବ ମୂର୍ତ୍ତି ସହିତ ଜନହିତକର କାର୍ଯ୍ୟ ତାଙ୍କୁ ଏହି ଆସନରେ ଦୀର୍ଘ ବର୍ଷ ଧରି ବସାଇବାରେ ସାହାଯ୍ୟ କରିପାରିଛି। ତାଙ୍କର ଛବି ଏପରି ହୋଇଛି ଯେ, ବିରୋଧୀ ଦଳ ଓଡିଶାରେ ପୁରା ଧରାଶାୟୀ ହୋଇପଡିଛି। ବିରୋଧୀ ଦଳ ତାଙ୍କୁ ଯେତେ ପ୍ରକାରର ବିରୋଧ କରିବା ସତ୍ବେ ଓଡିଶା ଲୋକେ ତାହାକୁ ସହଜରେ ଗ୍ରହଣ କରୁ ନାହାଁନ୍ତି।

ନବୀନଙ୍କ ଭାବମୂର୍ତ୍ତିରୁ ସ୍ପଷ୍ଟ ହୋଇଛି ଯେ, ଶାନ୍ତି ପ୍ରିୟ ଓଡିଶାରେ ଶାନ୍ତିପ୍ରିୟ ନେତାର ଆବଶ୍ୟକତା ରହିଛି। ଏଠି ହାତ ହଲେଇ ବଡପାଟିରେ ମାଇକ ଫଠାଇ କହିଲେ ଲୋକେ ତାହା ଗ୍ରହଣ କରିବେ ନାହିଁ। ନିର୍ବାଚନ ସମୟରେ ବହୁ ଜାତୀୟ ସ୍ତରର ନେତା ଆସି ନବୀନଙ୍କୁ ଉପାଡି ବଙ୍ଗୋବ ସାଗରରେ ଫିଙ୍ଗି ଦିଅ ବୋଲି କହିଥିଲେ। ହେଲେ ଓଡିଶାର ଲୋକେ ତାହାକୁ ତିଳେ ମାତ୍ର ଗ୍ରହଣ କଲେ ନାହିଁ। ବଂର ସେହି ଦଳକୁ ସେମାନେ ପ୍ରତ୍ୟାଖାନ କଲେ।

ବିରୋଧୀଙ୍କୁ ଠିକ ଢଙ୍ଗରେ ପରିଚାଳନା କରିବା ସହିତ ନିଜ ଦଳର ନେତାଙ୍କୁ ନିୟନ୍ତ୍ରଣ କରିବା କଳା କେବଳ ନବୀନଙ୍କ ପାଖରେ ହିଁ ରହିଛି। ଏତେ ବଡ ଦଳ ହୋଇଥିଲେ ମଧ୍ୟ କେବେ କେଉଁଠି ଦଳ ଭିତରେ ବିଦ୍ରୋହ ସୃଷ୍ଟି ହୋଇ ନାହିଁ।  ଏହା ସତ୍ୟ ଯେ, ଦଳ ଭିତରେ ମତଭେଦ ଥାଇପାରେ, ହେଲେ ତାହା ସେହିମାନଙ୍କ ଭିତରେ ହିଁ ସମାଧାନ ହୋଇଯାଏ।

ଗୋଟିଏ ପଟେ ଦଳ ଓ ବିରୋଧୀଙ୍କୁ ପରିଚାଳନା କରିବା ସହିତ ଅନ୍ୟପଟେ ଲୋକ କଲ୍ୟାଣ କାର୍ଯ୍ୟ କରିବା ପରି ଦକ୍ଷତା କେବଳ ନବୀନଙ୍କ ପାଖରେ ହିଁ ରହିଛି। ଯେତେବେଳେ ବିରୋଧୀ ଦଳ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିସ୍କାର ସ୍ଲୋଗାନ ଦେଉଥିଲେ, ସେତେବେଳେ ନବୀନ ଜିଲ୍ଲା ଜିଲ୍ଲା ବୁଲି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟୁଥିଲେ।

ସେହିପରି ନିର୍ବାଚନ ପରିଚାଳନା କରିବାରରେ ନବୀନ ହିଁ ସାରେ ଦେଶରେ ଶ୍ରେଷ୍ଠ ବୋଲି କୁହାଯାଇପାରିବ। କାରଣ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ପଞ୍ଚାୟତ, ପୌର ନିର୍ବାଚନ ହେଉ କିମ୍ବା ଉପନିର୍ବାଚନ, ନବୀନ ସବୁବେଳେ ସଫଳତା ହାସଲ କରିଆସୁଛନ୍ତି। ଯାହା କେବେ ଓଡିଶା ରାଜନୈତିକ ଇତିହାସରେ ପରିଲକ୍ଷିତ ହୋଇ ନ ଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ନବୀନଙ୍କ ଏହି କଳାକୌଶଳରୁ କୌଣସି ବିରୋଧୀ ଦଳ କିଛି ଶିକ୍ଷାଲାଭ କରିପାରୁ ନାହାଁନ୍ତି। ପ୍ରକୃତରେ ଓଡିଶାର ଲୋକେ କଣ ଚାହୁଁଛନ୍ତି, ସେହି ଅନୁସାରେ କିପରି ନିଜର ରଣନୀତି ତିଆରି କରିବା ପାଇଁ ଚେଷ୍ଠା ମଧ୍ୟ କରୁ ନାହାଁନ୍ତି। ଫଳରେ ସେମାନେ ନିର୍ବାଚନ ପରେ ନିର୍ବାଚନରେ ପରାଜୟ ବରଣ କରୁଥିବା ବେଳେ ନବୀନ ବିଜୟ ହାସଲ କରିବାରେ ଲାଗିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବର୍ଦ୍ଧିତ ଆନ୍ଧ୍ର ଭତ୍ତା ଓ ଛତିଶଗଡ଼ ଧାନ ଦର ପ୍ରସଙ୍ଗରେ ବିଜେଡ଼ିକୁ ଘେରିବ ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ବାହାରକୁ ଲାଗୁଛି ନବୀନ ସରକାର ରାଜ୍ୟବାସୀଙ୍କୁ ଘିଅ ମହୁରେ ଭସାଇ ଦେଲେଣି। କେଉଁ ବର୍ଗଙ୍କୁ ଅସୁବିଧାରେ ରଖିନାହାଁନ୍ତି। ପ୍ରାୟ ସମସ୍ତେ ସନ୍ତୁଷ୍ଟ। ପୁଣି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ର ଯେଉଁ ତୁମ୍ଭିତୋଫାନ ପ୍ରଚାର, ସେଥିରେ ଯେକେହି ଭାସିଯିବେ। ଏଭଳି ଏକ ବାତାବରଣ ଭିତରେ ନିର୍ବାଚନ ଲଢିବାକୁ ଯାଉଛି ବିଜେଡ଼ି, ଯେତେବେଳେ କି ସାଧାରଣରେ ଧାରଣା ହେଉଛି ଯେ, ବିଜେଡ଼ି ବିରୁଦ୍ଧରେ କିଛି ଅଭିଯୋଗ କିମ୍ବା ଆରୋପ ନାହିଁ। ହେଲେ ବାହାର ପ୍ରଚାର ସହ ତଳ ବାସ୍ତବତାର ସମ୍ପର୍କ ଶୂନ। ସରକାର ଗାଁ ଗାଁରେ କଲ୍ୟାଣ ମଣ୍ଡପ, ତାସ୍‌ଖେଳ ଘର, ପୋଖରୀରେ ଗାଧୁଆ ତୁଠ, ମଶାଣୀଗୃହ ସବୁକିଛି କରିଛନ୍ତି। ହେଲେ ମୌଳିକ ଆବଶ୍ୟକତା କିଛି ବି କରିନାହାଁନ୍ତି। ଧାନ ବିକ୍ରି ପାଇଁ ଗୋଦାମ ଘର କିମ୍ବା ମଣ୍ଡି କଥା ଉଠିଲେ ସରକାରଙ୍କ ମୁଖା ଖସିପଡ଼ିବ।

ପଡ଼ୋଶୀ ଛତିଶଗଡ଼ରେ ଚାଷୀ ଧାନ କୁଇଣ୍ଟାଲ ୨୫୦୦ରେ ମଣ୍ଡିରେ ବ୍ୟବସ୍ଥିତ ଢଙ୍ଗରେ ଧାନ ବିକୁଥିଲା ବେଳେ ଆମ ଚାଷୀ ମଣ୍ଡିରେ ଧାନକୁ ଖୋଲା ଆକାଶ ତଳେ କାକର ଓ ବର୍ଷାରେ ଭିଜାଇ ଆଖିରୁ ଲୁହ ଗଡ଼ାଉଛି। ମିଲରଙ୍କ ବ୍ଲାକମେଲିଂ ଓ ମର୍ଜିରେ ଧାନ ବିକିବାକୁ ପଡୁଛି, ହେଲେ ସରକାରଙ୍କ ଦେଖା ନାହିଁ। ମିଲର କଟ୍‌ନି ଛଟନି କଲେ ବନ୍ଧା ହେବେ କହି ଯୋଗାଣମନ୍ତ୍ରୀ ଚୁପ୍। ଷଣ୍ଢ, ମାଙ୍କଡ଼, ବାରାହା, ହାତୀ ସମସ୍ୟାଠାରୁ ଆରମ୍ଭ କରି ରିଲିଫ କୋଡ୍ ସଂଶୋଧନ, ଜଳସେଚନ ଓ ଜଳ ନିଷ୍କାସନ କୌଣସି ସମ୍ୟାକୁ ସମାଧାନ କରିବାରେ ସରକାରଙ୍କ ଆଗ୍ରହ ନାହିଁ। ଶୀତଳ ଭଣ୍ଡାର, ଗୋଦାମଘର ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏଥିରେ ସରକାର ଆଜି ପର୍ଯ୍ୟନ୍ତ ଆଗ୍ରହ ରଖୁନାହାଁନ୍ତି। ଚାଷୀ ପେନସନ କିମ୍ବା ବୋନସ ଏହା ସରକାରଙ୍କୁ ଶ୍ରୁତିକଟୁ ଲାଗେ। ଏଭଳି ସମସ୍ୟାରେ ଚାଷୀ ଘାଣ୍ଟି ହେଉଥିବା ବେଳେ ଛତିଶଗଡ଼ରେ ଧାନ ଦର ୨୫୦୦ ଟଙ୍କା। ଅନେକ ଦିନ ହେଲା ସେମାନେ ଏହି ଦର ପାଉଛନ୍ତି।

ନୂଆବର୍ଷରୁ ଆନ୍ଧ୍ରର ଭତ୍ତାଧାରୀମାନେ ୨୫୦୦ ଟଙ୍କା ଲେଖାଏ ମାସିକ ପେନସନ ପାଉଛନ୍ତି। ଏହାକୁ ନେଇ ଆନ୍ଧ୍ରକୁ ଓଡ଼ିଶାରୁ କିଛି ଲୋକ ଆନ୍ଧ୍ର ଭୋଟର ତାଲିକାରେ ନାମ ଚଢାଇଲେଣି। ତା ସତ୍ତ୍ୱେ ସରକାରଙ୍କ ନିଦ ଭାଙ୍ଗୁନାହିଁ। ଛତିଶଗଡ଼ରେ ଚାଷୀ ୨୫୦୦ରେ ଧାନ ବିକୁଥିଲା ବେଳେ ଆମ ଚାଷୀ ତାର ଅଧା ୧୨୦୦/୧୩୦୦ ଟଙ୍କାରେ ଧାନ ବିକୁଛନ୍ତି। ଅତଏବ ପଡ଼ୋଶୀ ରାଜ୍ୟର ଚାଷୀମାନେ ଆମଠାରୁ ଦୁଇଗୁଣା ଲାଭ ପାଉଛନ୍ତି। ଏହି ଦୁଇ ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସ, ବିଜେଡ଼ିକୁ ଯେତିକି ଘେରିନାହାଁନ୍ତି, ତା’ଠାରୁ ଅଧିକ ଶାଣିତ ଆକ୍ରମଣ କରିଛି ନବନିର୍ମାଣ କୃଷକ ସଂଗଠନ।

ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ଯେ, ଯେଉଁ କାଳିଆ ଯୋଜନା କରି ନବୀନ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନ ବୈତରଣୀ ପାର୍ ହେଲେ, ସେହି ଯୋଜନାରେ ନବୀନଙ୍କୁ ଘେରାଯିବ। କାରଣ ନବୀନ କାଳିଆ ଯୋଜନା ଘୋଷଣା କଲାବେଳେ କହିଥିଲେ ଯେ, ଏହି ଯୋଜନା ୩ ବର୍ଷ ଚାଲିବ, ଏହାକୁ କେହି ଅଟକାଇ ପାରିବେ ନାହିଁ। ଅଥଚ ଅଧାରୁ ଏହି ଯୋଜନା ଅର୍ଥକୁ ୬୦ଭାଗ କମାଇଦେଲେ। ଏହି ପ୍ରସଙ୍ଗରେ ଚାଷୀମାନଙ୍କୁ ନିବେଦନ କରାଯିବ ଯେ, ବିଜେଡ଼ି କାଳିଆ ପ୍ରସଙ୍ଗରେ ଆମକୁ ଯେଭଳି ଧୋକ୍କା ଦେଇଛି, ଆମେ ସେଭଳି ସେମାନଙ୍କୁ ପଞ୍ଚାୟତ ନିର୍ବାଚନରେ ଜବାବ ଦେବାକୁ ଚାଷୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

Categories
ଆଞ୍ଚଳିକ

ନବୀନ ସରକାର ଆମର ପୈତୃକ ଜମିବାଡ଼ି ବଳପୂର୍ବକ ଛଡ଼ାଇ ନେଇଛନ୍ତି: ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଜଟଣୀ ମ୍ୟୁନିସିପାଲିଟି ଏବଂ ତତ୍ ସଂଲଗ୍ନ ୨୭ଟି ଗ୍ରାମର ଅଧିବାସୀମାନଙ୍କର ପୈତୃକ ଘରଡ଼ିହ ଓ ଜମିବାଡ଼ିକୁ ନବୀନ ସରକାର ବଳପୂର୍ବକ ଛଡ଼େଇ ନେଇଛନ୍ତି।

ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି ଯେ, ନବୀନ ସରକାର ତାଙ୍କର ଅଫିସରଙ୍କ ଜରିଆରେ ଜଟଣୀ ଲୋକଙ୍କର ପୈତୃକ ଜମିଜମାକୁ ୨୦୧୨ ମସିହାରୁ ଚକ୍ରାନ୍ତ କରି ଜଗନ୍ନାଥ ଜମିରେ ପରିଣତ କରିଛନ୍ତି। କାଳ କାଳ ଧରି ଏହି ସମ୍ପତ୍ତି ତାଙ୍କ ପୂର୍ବପୁରୁଷ ଏବଂ ଏବେ ତାଙ୍କ ନାମରେ ଥିଲା। ମାତ୍ର ୨୦୧୨ ମସିହାରେ ସରକାରୀ ଚକ୍ରାନ୍ତର ଶିକାର ହୋଇ ଏହି ଜମିର ସତ୍ତ୍ୱ ସବୁ ପରିବର୍ତ୍ତନ କରାଯାଇଛି। ଜଣେ ଆଇ.ଏ.ଏସ୍ ଅଫିସର ଏବଂ ଜଣେ ସେଟଲମେଣ୍ଟ ଅଫିସର ସରକାରଙ୍କ ମୁଖିଆଙ୍କ ପ୍ରରୋଚନାରେ ଏପରି କାର୍ଯ୍ୟ କରିଛନ୍ତି। ଏହାଦ୍ୱାରା ପ୍ରାୟ ୭ ଲକ୍ଷ ନିରୀହ ଲୋକ ପ୍ରଭାବିତ ହୋଇଛନ୍ତି। ଜଟଣୀ ମ୍ୟୁନିସିପାଲିଟି ସହ ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡ଼ା, ଭଁସର, ହରିରାଜପୁର, କନ୍ତିଆ, ରଥିପୁର, କୁସୁମାଟି, ଛଣଘର, ଗେଲସୁଆଁ ଓ କୁଦିଆରୀ ପ୍ରଭୃତି ଗ୍ରାମର ଲୋକ ୯ ବର୍ଷ ହେବ ନବୀନ ସରକାରଙ୍କୁ ଗୁହାରୀ କରି ଆସୁଛନ୍ତି। ମାତ୍ର ନବୀନ ସରକାର ଭୂଆଁ ବୁଲାଉଛନ୍ତି। ଏହା ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯିବା ଫଳରେ ଏଠାରେ କୌଣସି ସରକାରୀ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସୁବିଧା ଏଠାକାର ବାସିନ୍ଦା ଉପଲବ୍ଧ ହୋଇପାରୁ ନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ । ମଶାଣୀ, ମେଳଣ ପଡ଼ିଆ ଓ ଖେଳପଡ଼ିଆର ବିକାଶ ପାଇଁ ସରକାରୀ ଯୋଜନାରେ ଅର୍ଥ ବିନିଯୋଗ ହୋଇପାରୁନି। କମ୍ୟୁନିଟି ସେଣ୍ଟର ହୋଇପାରୁନି। ଲୋକେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ପାଠପଢା ଓ ଚିକିତ୍ସା ପାଇଁ ଆବଶ୍ୟକସ୍ଥଳେ ନିଜର ପୈତୃକ ଜମି ବିକ୍ରୟ କରିପାରୁ ନାହାଁନ୍ତି। ୨୦୧୨ ମସିହା ପରେ ନବୀନ ସରକାର ଆମ୍ଭଙ୍କୁ ନିସ୍ୱଃ କରିଦେଇଛନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।

ଶ୍ରୀ ରାଉତରାୟ ନିଜେ ଏବଂ ‘ଜଟଣୀ ସ୍ଥିତିବାନ ଏଖରାଜତ ମାହାଲ ପରିବର୍ତ୍ତିତ ଜଗନ୍ନାଥ ଜମି କ୍ଷତିଗ୍ରସ୍ତ ମଞ୍ଚ’ ପକ୍ଷରୁ ବାରମ୍ବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚସିବ, ୫-ଟି ସଚିବ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ଡ଼େଭଲପମେଣ୍ଟ କମିଶନର, ଆଇନ ମନ୍ତ୍ରୀ, ଆଇନ ସଚିବଙ୍କୁ ଅନେକଥର ସାକ୍ଷାତ କରି ସମାଧାନ ପାଇଁ ନିବେଦନ କରାଯାଇଥିଲା । ଶେଷରେ ନବୀନ ନିବାସ ଆଗରେ ଆତ୍ମଦାହ ପାଇଁ ଚେତାବନୀ ଦେବା ପରେ ନବୀନ ସରକାର ଘଟଣାର ତୁରନ୍ତ ବିଚାର ପାଇଁ ପ୍ରତିଶ୍ରୁତି ଦେଲେ। ଏବେ ରାଜସ୍ୱ ସଚିବଙ୍କ ତତ୍ତ୍ୱାବଧାନରେ ଏକ ମିଟିଂ ହୋଇଥିଲା। ତୃଟି ସଂଶୋଧନ କରି ଅସଲ ଜମି ମାଲିକଙ୍କୁ ତାଙ୍କର ଜମି ଫେରାଇ ଦେବାକୁ ସବ୍ କମିଟି ମାଧ୍ୟମରେ ଏକ ରେଜ୍ୟୁଲେସନ ହେଲା, ଯେଉଁଥିରେ କି ରାଜସ୍ୱମନ୍ତ୍ରୀ, ରାଜସ୍ୱ ସଚିବ, ଆଇନ ମନ୍ତ୍ରୀ, ଆଇନ ସଚିବ, ଅତିରିକ୍ତ ରାଜସ୍ୱ ସଚିବ ଏବଂ ଆଡ଼ଭୋକେଟ ଜେନେରାଲ ମଧ୍ୟ ସ୍ୱାକ୍ଷର କରିଛନ୍ତି। ଆମ୍ଭେମାନେ ବିଶ୍ୱାସ ରଖିଲୁ ଯେ, ମୁଖ୍ୟ ଶାସନ ସଚିବ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହାର ଚୂଡ଼ାନ୍ତ ଘୋଷଣା କରିବେ। ମାତ୍ର ଦୁଃଖର ବିଷୟ ଏହିକି ଯେ, ମୁଖ୍ୟ ଶାସନ ସଚିବ ଚଞ୍ଚକତା କରି ସମସ୍ତ କାଗଜପତ୍ର ଉପରେ ପୁନଃ ବିଚାର ପାଇଁ ପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ପାଖକୁ ପଠାଇଛନ୍ତି। ଏହାକୁ ବିଶ୍ୱାସଘାତକତା ଛଡ଼ା କଣ ହୋଇପାରେ?

ସୁତରାଂ ଆଜିର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଉଛି ଯଦି ନବୀନ ସରକାର ନିଜର ତୃଟି ସଂଶୋଧନ କରି ପ୍ରଭୁ ଜଗନ୍ନାଥଙ୍କ ନାମରୁ ଅସଲ ଜମି ମାଲିକଙ୍କୁ ତାଙ୍କର ଜମି ୨ମାସ ଭିତରେ ଫେରସ୍ତ ନକରନ୍ତି, ତେବେ କ୍ଷତିଗ୍ରସ୍ତ ଜଟଣୀବାସୀ ହଜାର ହଜାର ସଂଖ୍ୟାରେ ନବୀନ ନିବାସ ଘେରାଉ କରିବେ। ପରିଣତ ପାଇଁ ନବୀନ ସରକାର ଦାୟୀ ରହିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ଜଟଣୀର ଅଶୋକ ମଙ୍ଗରାଜ, ବିବେକାନନ୍ଦ ବଡ଼ଜେନା, ଜୟକୃଷ୍ଣ ମଲିଆ, ନୌସରୀ ଅଲ୍ଲୀ, ବୃନ୍ଦାବନ ସାହୁ, ବିଷ୍ଣୁପ୍ରସାଦ ସାହୁ, ରାକେଶ କୁମାର ଦାସ, ପ୍ରମୋଦ କୁମାର ପ୍ରଧାନ, ପ୍ରମୋଦ ସାମନ୍ତସିଂହାର, ଭିକ୍ଷାକାରୀ ସାହୁ, ସୁବାସ ଚନ୍ଦ୍ର ସାହୁ, ତ୍ରିଲୋଚନ ପ୍ରଧାନ ଓ ସୁଧାଂଶୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ

ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରୀପରିଷଦର ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ ଟା ୩୦ ମିନିଟରେ ମନ୍ତ୍ରୀପରିଷଦ ବୈଠକ ବସିବ। ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ବସିବ। କରୋନା ଲଢେଇ ଏବଂ ବାତ୍ୟାର କ୍ଷୟକ୍ଷତି ନେଇ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ସରକାରଙ୍କ ବର୍ଷପୂର୍ତ୍ତି, ମଇ ୧୫ରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ବିଭିନ୍ନ ବିଭାଗର ସମୀକ୍ଷା

ଭୁବନେଶ୍ୱର , ଆଗାମୀ ମଇ ୨୯ତାରିଖ ଦିନ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ବିତୀୟ ଵର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ରେ ସରକାର ଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ।

ଆଗମୀ ମଇ ୧୫ ରୁ ୨୫ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟ ମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି । ସଚିବମାନଙ୍କ ଉପସ୍ଥିତି ରେ ମନ୍ତ୍ରୀ ମାନେ ସେମାନଙ୍କ ବିଭାଗ ଦ୍ବାରା କାର‌୍ୟ୍ୟ କାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମ ର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବେ ।

ଏହା ସହିତ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗ ରେ କିଭଳି କାଯ୍ୟକାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ର ରେ ଜନତା ହେଉଛନ୍ତି ମାଲିକ । ତେଣୁ ଗଣତନ୍ତ୍ର ରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି।ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେଵ ଓ ଏହା ଗଣତନ୍ତ୍ର ର ମର‌୍ୟ୍ୟଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୧୯ ମଇ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ନୀତଗତ ନିଷ୍ପତ୍ତି ନେଇ ଥିଲେ । ଆଗାମୀ ମଇ ୨୯ରେ ମନ୍ତ୍ରୀ ପରିଷଦର ସ୍ବତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ। ୨୦୧୪ ନିର୍ବାଚନ ପରେ ମଧ୍ୟ ଦଳର ଇସ୍ତାହାରକୁ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରିଷଦ ନୀତଗତ ନିଷ୍ପତ୍ତି ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ବାବୁଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡ଼ାକୁ ନବୀନ ସରକାରଙ୍କର ମେଗା ଷ୍ଟିଲ ପ୍ଳାଣ୍ଟ ଉପହାରକୁ ସ୍ଵାଗତ: ସମାଜବାଦୀ ପାର୍ଟି

ଭୁବନେଶ୍ବର: ଓଡିଶା ସରକାର ଓ ଆରସେଲର ମିତ୍ତଲ ଇସ୍ପାତ କମ୍ପାନୀ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆରସେଲର ମିତ୍ତଲ କମ୍ପାନୀର ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ଏହି ଏମଓୟୁରେ କୁହାଯାଇଛି ଯେ, ମିତ୍ତଲ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ମିଲିୟନ ଟନ ବିଶିଷ୍ଟ ଏକ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା କରିବ।

ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ମେଗା ଷ୍ଟିଲ ପ୍ଳାଣ୍ଟ ପ୍ରକଳ୍ପ ଦାଦାନପ୍ରବଣ କେନ୍ଦ୍ରାପଡ଼ା ସମେତ ଓଡିଶାର ବେକାରି ସମସ୍ଯା ଦୂରୀକରଣରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଉଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ ବିବୃତ୍ତିରେ ନବୀନ ପଟ୍ଟନାୟକଙ୍କ ସରକାରର ଏହି ଏମଓୟୁକୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏବଂ ଏହା ଦ୍ଵାରା କେନ୍ଦ୍ରପଡା, ଜଗତସିଂହପୁର ଓ ପଡୋଶୀ ଯାଜପୁର ଜିଲ୍ଲାର ବେକାରି ସମସ୍ୟା ଦୂରୀକରଣରେ ଏହା ସହାୟକ ହେବ।

ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡାକୁ ନବୀନ ସରକାରଙ୍କର ଏହି ମେଗା ଉପହାର ନିଶ୍ଚିତ ଭାବରେ ଏହି ଜିଲ୍ଲାର ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଶ୍ରୀ ବେହେରା କହିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ସ୍ୱାଭିମାନ ଅଂଚଳର ପରିବର୍ତ୍ତନ, ନବୀନ ସରକାରଙ୍କର ସଫଳ ଉଦ୍ୟମ

ଭୁବନେଶ୍ୱର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓପ୍ରବଣ ଅଞ୍ଚଳ ପାଇଁ ଅନେକ କିଛି ଘୋଷଣା କରିଛନ୍ତି। ପୂର୍ବର ଗୁରୁପ୍ରିୟା ସେତୁଠାରୁ ଆରମ୍ଭ କରି ବର୍ତ୍ତମାନର ମାଗଣା ସ୍ମାର୍ଟ ଫୋନ ଯୋଗାଣ। ବିଭିନ୍ନ ସମୟରେ ସେ ରାଜ୍ୟର ମାଓପ୍ରବଣ ଅଞ୍ଚଳର ବିକାଶର ଧାରା ତିଆରି କରିବାରେ ଲାଗିଛନ୍ତି। ସେଥିପାଇଁ ବିଛିନ୍ନାଞ୍ଚଳରୁ ସ୍ୱାଭିମାନ ଅଂଚଳ ପାଲଟିଛି ମାଓପ୍ରବଣ ଜିଲ୍ଲା। ସ୍ଥାନୀୟ ଲୋକଙ୍କ ସର୍ବାଙ୍ଗୀନ ବିକାଶ ସହ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ଯୋଜନା ପ୍ରସ୍ତୁତ କରି ଉପାନ୍ତ ଅଞ୍ଚଳକୁ ବିକଶିତ ଜିଲ୍ଲାରେ ପରିଣତ କରୁଛନ୍ତି, ତାହା ପୂର୍ବରୁ କେବେ ହୋଇ ନ ଥିଲା। ନକ୍ସଲଙ୍କ ପ୍ରମୁଖ ଦାବୀ ଥିଲା ବିକାଶ। ସେହି ବିକାଶକୁ ଆଗକୁ ନେଇ ନବୀନ ବର୍ତ୍ତମାନ ସେମାନଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ହୋଇ ପାରିଛନ୍ତି।

ସେହିପରି ସଂସ୍କୃତି ସଂପର୍ଣ୍ଣ ଓଡିଶାର ଐତିହ୍ୟ କଥା ଦେଖାଯାଉ। ରାଜ୍ୟର ଶ୍ରୀକ୍ଷେତ୍ର ପୁରୀର ବିକାଶ ସହ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ବିକାଶ ଦିଗରେ ରାଜ୍ୟ ସରକାର ଯେଭଳି ଆନ୍ତରିକତା ଦେଖାଇଛନ୍ତି, ତାହା ଓଡିଶା ରାଜନୈତିକ ଇତିହାସରେ ବିରଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଐତିହ୍ୟ କରିଡର ପାଇଁ ଯେଭଳି ସମର୍ପଣ ଭାବ ପ୍ରକାଶ କରୁଛନ୍ତି, ପୂର୍ବରୁ ଏଭଳି କୌଣସି ମୁଖ୍ୟମନ୍ତ୍ରୀଙ୍କ ସମୟରେ ସମ୍ଭବ ହୋଇପାରି ନ ଥିଲା। ବିଶ୍ୱ ଐତିହ୍ୟରେ ପୁରୀକୁ ସ୍ଥାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଯେତିକି ବାସ୍ତବ ରୂପ ନେଉଛି, ସେତିକି ଲୋଭନୀୟ ଓ ଅପୂର୍ବ ହେଉଛି ପୁରୀ ସହର। ସାମଗ୍ରିକ ଭାବେ ପୁରୀର ବିକାଶ ସହିତ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵର ବିକାଶ ଦେଖିଲେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ଶ୍ରଦ୍ଧାଳୁଙ୍କ ମନରେ ଅଦ୍ଭୁତ ଆନନ୍ଦ ଭାବ ଦେଖା ଦେଇଛି।

ମନ୍ଦିର ଚାରିପାଖରୁ ଜବରଦଖଲ ହଟାଇବା ସହ ଚତୁଃପାର୍ଶ୍ୱରୁ ବିକାଶ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରି କାର୍ଯ୍ୟକୁ ଯେଭଳି ତ୍ୱରାନ୍ୱିତ କରିଛନ୍ତି, ତାହା କେବଳ ଆଖିରେ ଦେଖିଲେ ହିଁ ବିଶ୍ୱାସ କରିହେବ। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଧୀରେ ଧୀରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଆଖି ଝଲସା ପଥପାର୍ଶ୍ଵ, ବୃକ୍ଷରୋପଣ ସହିତ ଏକ ଉଡ଼ନ୍ତା ପୋଲ ସହ ସଂଯୋଗ ହେବାକୁ ଯାଉଛି ଶ୍ରୀକ୍ଷେତ୍ର। ବ୍ଲୁ ଫ୍ଲାଗ ମାନ୍ୟତା ସହ ପୁରୀ ବେଳାଭୂମି ଆଗନ୍ତୁକ ଅବସର ବିନୋଦନ କ୍ଷେତ୍ରରେ ନୂଆ ଅନୁଭୂତି ଆଣି ଦେଉଛି। ଏହା ସମ୍ଭବ ହୋଇଛି କେବଳ ନବୀନଙ୍କ ପାଇଁ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଶ୍ରୀକ୍ଷେତ୍ର ସତରେ ଅପରୂପ ଶ୍ରୀକ୍ଷେତ୍ରର ରୂପ ନେଉଛି।

ସେହିପରି ଏକାମ୍ର କ୍ଷେତ୍ରର ବିକାଶ ଯେଭଳି ଢଙ୍ଗରେ ଚାଲିଛି, ତାହା ଐତିହ୍ୟ ବିକାଶର ମାଇଲଖୁଣ୍ଟ। ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନକୁ ବାସ୍ତବ ରୂପ ଦେବାରେ ଆଉ ଜଣେ ମହାନ ସ୍ଥପତିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ନବୀନଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ। ଯାହାଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି। ବିଜେଡି ଶାସନ କାଳରେ ଦୁଇ ଐତିହ୍ୟ କରିଡର ବିକାଶ ନିଶ୍ଚୟ ରାଜ୍ୟ ପାଇଁ ଐତିହ୍ୟର ଏକ ସ୍ବର୍ଣ୍ଣିମ ଇତିହାସ ବୋଲି କୁହାଯାଇପାରିବ।