Categories
ଆଞ୍ଚଳିକ

ରଣପୁର: ନରସିଂହପୁର କ୍ଲଷ୍ଟରରେ ସୁରଭି ଉଦଯାପିତ

ରଣପୁର: ରଣପୁର ବ୍ଲକ ନରସିଂହପୁର ନରସିଂହପୁର କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମ ସହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମପଂଚାୟତ ସରପଞ୍ଚ ଝୁନୁବାଳା ରଣସିଂହ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ଓୟୁଜେ ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ନରସିଂହପୁର ସମିତିସଭ୍ୟା ଗୀତାଞ୍ଜଳି ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଦେଶୀନି ପତି, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଅତିଥି ଶିକ୍ଷକ ଫକୀର ଚରଣ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ।

ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱାଗତ ସଙ୍ଗୀତ ଓ ସ୍ୱାଗତ ନୃତ୍ୟ ମାଧ୍ୟମରେରେ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ଫୁଲ ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଅଭିଭାଷଣ ପରେ ସୁରଭି କାର୍ଯ୍ୟକ୍ରମଙ୍କୁ ଆନୁଷ୍ଠାନିକ ଭାବେ ଅତିଥିଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା।

ଏହା ପରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ସଙ୍ଗୀତ, ଚିତାଙ୍କନ, ସୃଜନଶୀଳ ଲିଖନ, କୁଇଜ, ହସ୍ତାକ୍ଷର ଲିଖନ, ଚିତ୍ରକଳା, ଶିଳ୍ପକଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କ୍ଲଷ୍ଟରରେ ଥିବା ୧୧ ଟି ବିଦ୍ୟାଳୟରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଅପରାହ୍ନରେ ଆୟୋଜିତ ହୋଇଥିଲା ଉଦଜାପାନୀ ସଭାରେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଦେଶୀନି ପତି, ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଅତିଥି ଶିକ୍ଷକ ଫକୀର ଚରଣ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି, ଅବସର ପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ସାହୁ, ନିହଲ୍ଲପ୍ରସାଦ ଶିକ୍ଷକ ଭ୍ରମରବର ତାଡ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସାର୍ଟିଫିକେଟ, ଟ୍ରଫି ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ।

କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ସମସ୍ତ କମିଟି ସଦସ୍ୟସଦସ୍ୟା, ନରସିଂହପୁର ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଗୋଦାବରୀ ନାୟକ ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ଆଦର୍ଶ ପ୍ରଧାନ ଶିକ୍ଷକ ବିଦାୟ ସମ୍ବର୍ଦ୍ଧନା ସଭା

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ଅଧିନସ୍ଥ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡଗାଁ ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସି.ସି.ଆର.ସି. ସୁଶୀଲ କୁମାର ରଣା, ଓଡିଶାର ପରିଚିତ ଶିକ୍ଷାବିତ ଗଦାଧର ବେହୁରା, ବରିଷ୍ଠ ଶିକ୍ଷକ ତଥା ରାମଚନ୍ଦ୍ରପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳକଣ୍ଠ ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ କୁମାର ମହାନ୍ତି, ମୋ ସ୍କୁଲ ସଭାପତି ସୁଶୀଲ କୁମାର ମହାନ୍ତି, ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ପାମ୍ପଡା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ ସଭାପତି ସୁକାନ୍ତ କୁମାର ବେହେରା ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଶିକ୍ଷକ ଅଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।  ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ ବିଦାୟୀ ସଙ୍ଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ଶରତ କୁମାର ନାୟକ, ବିଜୟ କୁମାର ଚମ୍ପତ୍ତି, ସୁଷମା ପ୍ରଧାନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ଅତିଥିମାନେ ବିଦାୟୀ ପ୍ରଧାନ ଶିକ୍ଷକ ଜଣେ କର୍ମନିଷ୍ଠ, ସମୟାନୁବର୍ତ୍ତିତା, ଛାତ୍ର ବତ୍ସଳ, ସ୍ନେହୀ, ପରୋପକାରୀ ଥିଲେ ବୋଲି ଅତିଥି ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଗ୍ରାମବାସୀମାନେ ମତ ପ୍ରକାଶ କରିଥିଲେ।

ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀକୁ ୫ ଶହ ଟଙ୍କା ଅର୍ଥରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହା ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ୧୦ ହଜାର ଟଙ୍କା ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି।

ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକର ବହୁ ଶିକ୍ଷକଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ନରସିଂହପୁର କ୍ଲଷ୍ଟରରେ ସୁରଭି ଉଦଯାପିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ନରସିଂହପୁର କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହାର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଝୁନୁବାଳା ରଣସିଂ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ଗୀତାଞ୍ଜଳି ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ପ୍ରାକ୍ତନ ସି.ଆର.ସି.ସି. ଶକ୍ତି ପ୍ରସାଦ ଆଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ବେହେରା, କବି ତଥା ସାହିତ୍ୟକ ପ୍ରଭାତ କୁମାର ପଣ୍ଡା, କବି ତଥା ନାଟ୍ୟକାର ମାନସ କୁମାର ପଟ୍ଟନାୟକ, ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଫକୀର ଚରଣ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଯୁବ ଶିକ୍ଷକ ତଥା ସି.ଆର.ସି.ସି ସୁଶୀଲ କୁମାର ରଣା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ତର୍କ, ରଚନା, ବକ୍ତୃତା, ଚିତ୍ରାଙ୍କନ, କୁଇଜ, ସଙ୍ଗୀତ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ଏହା ପରେ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ କପ ପ୍ରଦାନ କରାଯାଇ ପୁରସ୍କୃତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନୀଳାଦ୍ରି ସୁବୁଦ୍ଧି, ନିରୁପମା ମହାନ୍ତି, ପ୍ରଫୁଲ କୁମାର ପ୍ରଧାନ, ସୁକାନ୍ତ ବେହେରା, ବୀଣାପାଣି ମିଶ୍ର, ଭ୍ରମରବର ତାଡ଼, ରମେଶ ଚନ୍ଦ୍ର ନାୟକ, ଅଜୟ କୁମାର ସାହୁ, କୁନି ମଙ୍ଗରାଜ, ମଧୁଚନ୍ଦା ମହାନ୍ତି, ଆଶମଣୀ ସାମନ୍ତରାୟ, ପୁଷ୍ପଲତା ବେହେରା, ଭାଗବତ ଜେନା, ରମେଶ ଚନ୍ଦ୍ର ସାହୁ, ମନୋଜ ବିଶ୍ୱାଳ, କବିତା ଜେନା, ମହେନ୍ଦ୍ର ସାହୁ, ଶରତ କୁମାର ନାୟକଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଭାତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ।