Categories
ଅପରାଧ ଆଜିର ଖବର ଜାତୀୟ ଖବର

ବ୍ୟାଙ୍କ ଠକେଇ ସହ ଜଡିତ ଅର୍ଥ ହେରଫେର ମାମଲା: ଜେଟ ଏୟାରୱେଜର ପ୍ରତିଷ୍ଠାତାଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କା ଠକେଇ ମାମଲାରେ ଏଜେନ୍ସି ତାଙ୍କୁ ଆଜି (ସେପ୍ଟେମ୍ବର ୧) ଦୀର୍ଘ ସମୟ ଧରି ଜେରା କରିଥିଲା ​​ଏବଂ ପରେ ଗିରଫ କରିଥିଲା। ୭୪ ବର୍ଷୀୟ ଗୋୟଲଙ୍କୁ ଶନିବାର ମୁମ୍ବାଇର PMLA କୋର୍ଟରେ ହାଜର କରାଯିବ। ଯେଉଁଠାରେ ଇଡି ହେପାଜତ ଦାବି କରିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବ୍ୟାଙ୍କ ଠକେଇ ମାମଲାରେ ଜେଟ ଏୟାରୱେଜ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାତାଙ୍କ ଘରେ ଚଢାଉ କଲା ସିବିଆଇ

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଆଜି ଜେଟ ଏୟାରୱେଜ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାତାଙ୍କ ଘରେ ଚଢାଉ କରିଛି। କେନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ଜେଟ୍ ଏୟାରୱେଜ୍ ସହିତ ଜଡିତ ସାତଟି ପରିସରରେ ସିବିଆଇ ତଲାସୀ ନେଇଛି। ଏଥିମଧ୍ୟରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଅନୀତା ଗୋୟଲଙ୍କ ଘର ଅନ୍ତର୍ଭୁକ୍ତ। ଏହା ସହିତ ଗୌରଙ୍ଗା ଆନନ୍ଦ ଶେଟ୍ଟୀଙ୍କ ଠିକଣାରେ ମଧ୍ୟ ଚଢାଉ କରାଯାଇଛି।