Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନଳକୂପ ଖୋଲି ଚୋରି ଘଟଣାରେ ୩ ଜଣ ଯୁବକ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ବଂଶାଜାଲ ଗ୍ରାମ ପଞ୍ଚାୟତ ମୂଷାକଟା ଗ୍ରାମର ନଳକୂପ ଖୋଲି ଚୋରି ଘଟଣାରେ ୩ ଜଣ ଅଭିଯୁକ୍ତ ଯୁବକ ଙ୍କୁ ଚାରମାଳ ପୋଲିସ ଗିରଫ କରିଛି।

ସୂଚନା ଯୋଗ୍ୟ ଯେ ବଂଶାଜାଲ ଗ୍ରାମର ଅନିଲ ପ୍ରଧାନ (୩୦), ଚିରନ ପ୍ରଧାନ(୧୯) ଓ ବଳ ପ୍ରଧାନ(୨୮) ତିନି ଜଣ ଯୁବକ ଅଭିଯୁକ୍ତ ମୂଷାକଟା ଗ୍ରାମର ନଳକୂପ ଖୋଲି ଚୋରି କରି ନେଉଥିବା ବେଳେ ମୂଷାକଟା ଗ୍ରାମବାସୀ ଚାରମାଳ ପୋଲିସ ଖବର ଦେଇଥିଲେ।

ଏ ସଂକ୍ରାନ୍ତ ରେ ପୋଲିସ ଉକ୍ତ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ଚୋରି କରିଥିବା ନଳକୂପ ସହିତ ଏକ ବାଇକ ନଂ ଓଡ଼ି ୧୫ ଓ ୩୪୮୯ ବିଶିଷ୍ଟ ବାଇକ ଜବତ କରିଛି। କେଶ ନଂ ୧୫୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚାରମାଳ ଥାନା ଅଧିକାରୀ ବସନ୍ତ ଦଳାଇ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଖବର ପ୍ରସାରଣ ପରେ ଦୀର୍ଘଦିନ ଧରି ପଡିରହିଥିବା ଅର୍ଦ୍ଧନିର୍ମିତ ନଳକୂପକୁ କରାଗଲା କାର୍ଯ୍ୟକ୍ଷମ

ସୀତାରାମ ଅଗ୍ରୱାଲ

ବାଣପୁର: ଖବର ପ୍ରସାରଣ ହେବାର ତିନି ଘଣ୍ଟା ମଧ୍ୟରେ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ସ୍ଥାପିତ ହେଲା ନୂତନ ନଳକୂପ। ସୂଚନା ଥାଉକି ଆଜି ସକାଳେ ସମୀକ୍ଷାରେ ଏକ ଖବର ପ୍ରସାରଣ କରାଯାଇଥିଲା। ଯେଉଁଥିରେ ଅନ୍ତରକିଆରୀ ଗ୍ରାମରେ ନୂତନ ନଳକୂପ ନିମନ୍ତେ ଏକ ବୋରିଂ କରାଯାଇ ଖୋଲାରେ ଛାଡିଦିଆଯାଇଥିଲା।

ତେବେ ଆଜି ପୂର୍ବାହ୍ନରେ ପଞ୍ଚାୟତ ପକ୍ଷରୁ ଯୁଦ୍ଧକାଳିନ ଭିତ୍ତିରେ ଉକ୍ତ ସ୍ଥାନରେ ନୂତନ ନଳକୂପ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି। ଉକ୍ତ କାର୍ଯ୍ୟରେ ଗ୍ରାମବାସୀ ମାନେ ମଧ୍ୟ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରିଥିଲେ।