ରେଢାଖୋଲ (କନ୍ଦର୍ପ ବେହେରା): ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଥିବା ସରାପାଲି ଗ୍ରାମର ବିଶ୍ବକଶେନ ପୁରୋହିତ ଓ ଟାଙ୍ଗିଆନିଶାର ନରହରି ବେହେରାଙ୍କୁ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ତରଫ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଫଳତା ହାସଲ କରିଥିବା କୁଟାସିଂହା ଗ୍ରାମର ବର୍ଷାରାଣୀ ମୁଣ୍ଡା ବ୍ୟକ୍ତିଗତ ଅସୁବିଧା ହେତୁ ଆସିପାରିନଥିଲେ।
ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଦେବେଶ କୁମାର ବିଶ୍ବାଳ, ବିନୋଦ ବିହାରୀ ପ୍ରଧାନ, ଶେଷଦେବ ବିଶ୍ବାଳ, ଭଜମୋହନ ପ୍ରଧାନ, ଅଧ୍ୟାପିକା ଲିଟିନା ପ୍ରିୟଦର୍ଶନୀ, ଜୟନ୍ତୀ ସାହୁ, ଶ୍ବେତାଶ୍ରୀ ପ୍ରଧାନ ଓ ଗ୍ରନ୍ଥଗାରିକ ବିଭୁତି ଭୁଷଣ ସାହୁ ଯୋଗଦେଇ ବିଶ୍ବକେଶନ ଓ ନରହରି ଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ବିଶ୍ବକେଶନ ଓ ନରହରି ସେମାନଙ୍କ ସଫଳତା ପଛରେ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଞ୍ଚଳ ବାସୀ ଶୁଭେଛୁ ମାନଙ୍କର ଭୁମିକା ବିଷୟରେ ଆଲୋକପାତ କରିବା ସହିତ ଛାତ୍ରୀ ମାନଙ୍କୁ ଶ୍ରୁଙ୍ଖଳା ସଞ୍ଜମତା ସହିତ ପରିଶ୍ରମ କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। ବିଶ୍ବକେଶନ ନାକଟିଦେଉଳ ମହାବିଦ୍ୟାଳୟ ର ପୁର୍ବତନ ଛାତ୍ର ଭାବେ ଗର୍ବ ଅନୁଭବ କରିଥିଲେ। ଅଧ୍ୟାପିକା ଡକ୍ଟର ପୁଷ୍ପାଞଳି ରବନା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମାରୋହ ରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ତଥା ଛାତ୍ର ଛାତ୍ରୀ ଭାଗ ନେଇଥିଲେ।