Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିଵସରେ ନାକ୍ଟିଦେଉଳ ଵ୍ଲକ୍ ର ଚାରି ଗ୍ରାମ ପଞ୍ଚାୟତ ପୁରସ୍କୃତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର୍ ଜିଲ୍ଲା ପରିଷଦ ଆନୁକୁଲ୍ୟରେ ତା ୫.୩.୨୩ ରିଖ ଦିନ ଅନୁଷ୍ଠିତ ପଞ୍ଚାୟତିରାଜ ଓ ଲୋକସେଵା ଦିଵସରେ ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ସାହେବୀ, ସରାପାଲି, ଘୋଷରାମାଳ ଓ ଜାମୁଜୋରୀ ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ସାହେଵୀ ସରପଞ୍ଚା ରାମପ୍ରସାଦ ସାହୁ, ସରାପାଲି ସରପଞ୍ଚ ଶିବାନୀ ବାରିକ, ଘୋଷରାମାଳ ସରପଞ୍ଚ ପ୍ରେମଶୀଳା ପ୍ରଧାନ ଓ ଜାମୁଜୋରୀ ସରପଞ୍ଚ ରୀନାରାଣୀ ବିଶି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ପୁରସ୍କୃତ ହୋଇଥିଲେ। ସମ୍ବଲପୁର୍ ଜିଲ୍ଲା ପରିଷଦର ଅଧ୍ୟକ୍ଷା କୁମୁଦିନୀ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାଵେଶ ରେ ସମ୍ବଲପୁର୍ ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର୍ ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କୃତ କରିଥିଲେ।

Categories
ଆଞ୍ଚଳିକ

କାଦୋବାହାଳ ଉଚ୍ଚ ଵିଦ୍ୟାଳୟରେ ଵାର୍ଷିକ କ୍ରୀଡା ଉତ୍ସବ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଦୋଵାହାଳ ପଞ୍ଚଖଣ୍ଡା ଉଚ୍ଚ ଵିଦ୍ୟାଳୟର ଵାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା। କ୍ରିଡା ଶିକ୍ଷକ ବାସୁଦେଵ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ଵାଳକ ବିଭାଗରେ କୁଶଧର ସାହୁ ଓ ବାଳିକା ଵିଭାଗ ରେ ପପିତା ପ୍ରଧାନ ଚମ୍ପିୟାନ ଵିବେଚିତ ହୋଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁ ଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଶିମିଳିପାଳ ପଞ୍ଚାୟତର ସରପଞ୍ଚ ସସ୍ମିତା ପ୍ରଧାନ ଯୋଗଦେଇ କୁତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।

Categories
ଆଞ୍ଚଳିକ

ନାକ୍ଟିଦେଉଳ ଵ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଵିଦାୟ କାଳୀନ ସମ୍ଵର୍ଦ୍ଧନା ସମାରୋହ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ଆନୁକୁଲ୍ୟରେ ଓ ନାକ୍ଟିଦେଉଳ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ସହଯୋଗରେ ପଵିତ୍ର ମୋହନ ଉଚ୍ଚ ଵିଦ୍ୟାଳୟରେ ସାମୁହିକ ଵିଦାୟ କାଳୀନ ସମ୍ଵର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ଅବସରପ୍ରାପ୍ତ ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ତ୍ରୀନାଥ ଧଳ ସମେତ ୩୨ ଜଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ଵିଦାୟକାଳୀନ ସମ୍ଵର୍ଦ୍ଧନା ଦିଆଯାଇଥିଲା।

ଅଚ୍ୟୁତାନନ୍ଦ ପ୍ରଧାନଙ୍କ ସଭାପତିତ୍ଵ ଓ ଭୁବନେଶ୍ୱର ଶତପଥିଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ମୁଖ୍ୟବକ୍ତା ଭାଵରେ ହୀରାଲାଲ ଧଳ ଓ ସମ୍ମାନୀତ ଅତିଥି ଭାବରେ ସଂଘର ସଭାପତି ଗୁରୁଚରଣ ଵିଶ୍ଵାଳ, ପୂର୍ଵତନ କେଡ଼ର୍ ସଂଘର ସଭାପତି ପ୍ରଦୀପ ବିଶ୍ଵାଳ, ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଚନ୍ଦ୍ରମଣି ଵେହେରା ଓ ସଙ୍ଗଠନ ସମ୍ପାଦକ ଗୌତମ୍ ପ୍ରଧାନ ପ୍ରମୁଖ ଯୋଗ ଦେଇ ଅଵସରପ୍ରାପ୍ତ ଅଧିକାରୀ ଓ ଶିକ୍ଷକ ମାନଙ୍କ ର ଭୂମିକା ତଥା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ରଶ୍ମିତା ମହାନ୍ତି ଵିଦାୟ ଗୀତିକା ଗାନ କରିଥିବା ବେଳେ ଗୀତାରାଣୀ ସାହୁ ସ୍ଵରଚିତ କବିତା ଆଵୃତ୍ତି କରି ଥିଲେ। ସଂଘର ଉପସଭାପତି ପ୍ରମୋଦ କୁମାର ପ୍ରଧାନ ଧନ୍ୟଵାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଟପ୍ପର ଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଇବ ନିଉଟନ୍ କଲେଜ

କନ୍ଦର୍ପ ବେହେରା
ରେଢ଼ଖୋଲ: ମସିହାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୯୧.୩୩ % ମାର୍କ୍ ରଖି ନାକ୍ଟିଦେଉଳ ଵ୍ଲକ୍ ରେ ଟପ୍ପର୍ ହୋଇଥିବା ସରାପାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ କୁମାରୀ ନିରୁପମା ବେହେରାଙ୍କୁ ମାଗଣାରେ +୨ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ ପାଇଁ ସମ୍ଵଲପୁରର ନିଉଟନ୍ ସାଇନ୍ସ କଲେଜ୍ ର କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
କୁମାରୀ ନିରୁପମା ଙ୍କ ପାରିଵାରିକ ଆର୍ଥିକ ସ୍ଥିତି ଓ ଯୋଗ୍ୟତାକୁ ଵିଚାର କରି ନିଉଟନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ଡ ତେଜରାଜ ପାତ୍ର ସହଯୋଗର ହାତ ବଢାଇଛନ୍ତି।

ଏଥିପାଇଁ କସ୍ତୁରବା ଗାନ୍ଧୀ ବାଳିକା ଵିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରମ୍ଭା ସ୍ଵାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ପୁର୍ବରୁ ନାକ୍ଟିଦେଉଳ ବ୍ଲକ୍ ର ସାହେବୀ ଗ୍ରାମ ର ସୌରେନ୍ ସାହୁ ଓ ସୌମିତ୍ରୀ ସାହୁ ଙ୍କୁ ନିଉଟନ୍ ସାଇନ୍ସ୍ କଲେଜ କର୍ତ୍ତୃପକ୍ଷ ଶିକ୍ଷା ଦାନ ରେ ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିଥିଲେ। ସୌରେନ୍ ବର୍ତ୍ତମାନ ସହକାରୀ ନିର୍ଵାହୀ ଯନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିବା ବେଳେ ସୌମିତ୍ରୀ ବଲାଙ୍ଗୀର ମେଡିକାଲ କଲେଜ ରେ ଅଧ୍ୟୟନ କରୁଛନ୍ତି। ଏହି ବୈଦାନ୍ୟତା ପାଇଁ ଅଂଚଳ ବାସୀ ନିଉଟନ୍ ସାଇନ୍ସ୍ କଲେଜ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ମହୁକୁଦରେ ବ୍ଲକ୍ ସ୍ତରୀୟ ଶିଶୁ ମେଳା

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ମହୁକୁଦ ଗ୍ରାମ ମଙ୍ଗଳ ଯୁଵକ ସଙ୍ଘ ଆନୁକୂଲ୍ୟରେ ଶିଶୁମେଳା, ଵିଶିଷ୍ଠ ଯୁଵ ସଙ୍ଗଠକ ସ୍ଵର୍ଗତ ରୋମାନ୍ଚ ସାହୁ ଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ଓ ସ୍ମରଣିକା ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ନୃସିଂହ ଚରଣ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରେଢାଖୋଲ ଵିଧାୟକ ରୋହିତ ପୂଝାରୀ, ମୁଖ୍ୟ ବକ୍ତା ଭାଵରେ ଡ଼ାକ୍ତର ଅମୂଲ୍ୟ ରତ୍ନ ମହନ୍ତ, ସମ୍ମାନୀତ ଅତିଥି ଭାବରେ ସୁଦର୍ଶନ ସାହୁ, ସରପଞ୍ଚ ଵୀରେନ ପ୍ରଧାନ, ଵ୍ଲକ୍ ଚେୟାରମ୍ୟାନ ମନ୍ଦାକିନୀ ରାଉଳ ଓ ରଘୁନାଥ ପ୍ରଧାନ ଯୋଗ ଦେଇ ସ୍ଵର୍ଗତ ରୋମାନ୍ଚ ସାହୁ ଙ୍କ ର ଜୀବନ ଓ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅଵସର ରେ ସ୍ମରଣିକା ସ୍ମୃତି ରେ ସ୍ମୃତି ରେ ରୋମାନ୍ଚ ଉନ୍ମୋଚିତ ହୋଇଥିଲା। ଉଚ୍ଚଶିକ୍ଷା ରେ ସଫଳତା ପାଇଁ ଵିଶ୍ଵଜିତ ବିଶ୍ବାଳ ଙ୍କୁ ସମ୍ମାନୀତ କରାଯାଇଥିଲା। ସ୍ବର୍ଗତ ରୋମାନ୍ଚ ଙ୍କ ପୂତ୍ର ରୋହିତ ସାହୁଙ୍କୁ ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସ୍ଵର୍ଗତ ରୋମାନ୍ଚ ଙ୍କ ଵନ୍ଧୁ ଗଣ ଓ ଅତିଥି ଗଣ ସ୍ମୃତି ଚାରଣ କରି ଥିଲେ।